ବିଶ୍ବର ପ୍ରମୁଖ ଅର୍ଥନୀତି ମଧ୍ୟରେ ଭାରତର ଅଭିବୃଦ୍ଧି ସର୍ବାଧିକ ହେବ ବୋଲି ଆଶା; WEF ଅଧ୍ୟକ୍ଷଙ୍କ ବଡ଼ ବୟାନ

Image Courtesy: Amarujala
ନୂଆଦିଲ୍ଲୀ,୨୬/୦୫: ବିଶ୍ବ ଆର୍ଥିକ ମଞ୍ଚ (ଡବ୍ଳୁଇଏଫ୍)ର ଅଧ୍ୟକ୍ଷ ବୋରୋଗେ ବ୍ରେଣ୍ଡେଙ୍କର କହିବା କଥା ହେଲା, ଚଳିତ ବର୍ଷ ବିଶ୍ବର ପ୍ରମୁଖ ଅର୍ଥନୀତି ମଧ୍ୟରେ ଭାରତର ଅବିବୃଦ୍ଧି ହାର ସବୁଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ଭାରତର ଅର୍ଥବ୍ୟବସ୍ଥାରେ ଫେମସ୍ ସ୍ନୋବଲ୍ ଇଫେକ୍ଟ ବା ଭାରତୀୟ ଅର୍ଥନୀତିରେ ଦ୍ରୁତ ଅବିବୃଦ୍ଧି ଦେଖିବାକୁ ମିଳୁଛି ଯାହାଦ୍ବାରା ଅଧିକ ନିବେଶ ଓ ନିଯୁକ୍ତି ସୃଷ୍ଟି ହେବ। ବ୍ରେଣ୍ଡେ କହିଛନ୍ତି ଯେ, ଭାରତରେ ଏଭଳି ସୁଧାର ଘଟିଛି ଯେଉଁଥିପାଇଁ ରେଡ୍ମାର୍କ ହ୍ରାସ ପାଇଛି, ପୁଞ୍ଜି ବିନିଯୋଗ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇଛି ଏବଂ ଡିଜିଟାଲ୍ ବିପ୍ଳବ ମଧ୍ୟ ଭାରତରେ ଘଟୁଛି। ସେ କହିଛନ୍ତି ଯେ ଭାରତର ଅଭିବୃଦ୍ଧି ବିଷୟରେ ସେ ଅତ୍ୟନ୍ତ ଉତ୍ସାହି ଏବଂ ଆଶାବାଦୀ ଅଛନ୍ତି, କିନ୍ତୁ ବିଶ୍ୱ ଅଭିବୃଦ୍ଧିକୁ ନେଇ ସେ ସେତେଟା ଆଶାବାଦୀ ନାହାନ୍ତି।
ବ୍ରେଣ୍ଡେ କହିଛନ୍ତି ‘ଭାରତ ବର୍ତ୍ତମାନ ଜି -୨୦ର ଅଧ୍ୟକ୍ଷତା କରୁଛି। ଦେଶ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବା ସହିତ ଏବଂ ବର୍ଷ ବର୍ଷ ଧରି ବିଶ୍ବ ଆର୍ଥିକ ମଞ୍ଚ ବା ଇଡବ୍ଳୁଏଫ୍ର ରାଷ୍ଟ୍ର ମାନଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ରଖିଛି।, ‘ଯେତେବେଳେ ଆଇସବର୍ଗ ଗଡ଼ିବା ଆରମ୍ଭ କରେ, ଏହା ଧିରେ ଧିରେ ବଡ଼ ଆକାର ହୋଇଯାଏ ଏବଂ ଭାରତୀୟ ଅର୍ଥନୀତିରେ ଏବେ ଏହା ହିଁ ଘଟୁଛି। “ଭାରତରେ ଅଭିବୃଦ୍ଧି ଅଧିକ ପୁଞ୍ଜି ନିବେଶର କାରଣ ହେବ, ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହା ଆଗାମୀ ବର୍ଷଗୁଡ଼ିକରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଆପଣ ଦେଖିବେ ଯେ, ଅଧିକାଂଶ ଦାରିଦ୍ର୍ୟତା ଦୂର ହୋଇଯିବ ଏବଂ ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ମିଳିବ।’
ଭାରତକୁ ସଂକ୍ଷିପ୍ତ ଗସ୍ତରେ ଆସିଥିବା ବ୍ରାଣ୍ଡେ ଭାରତର ହିତାଧିକାରୀମାନଙ୍କ ସହିତ ଜି -୨୦ ଅଧ୍ୟକ୍ଷତାକୁ ନେଇ ଆଲୋଚନା ଜାରି ରଖିଛନ୍ତି। ସେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଏବଂ କମ୍ପାନୀ ଅଧିକାରୀଙ୍କୁ ଭେଟିଥିଲେ। ସେ କହିଛନ୍ତି, ‘ମୁଁ ଭାବୁଛି ବିକାଶଶୀଳ ଦେଶଗୁଡ଼ିକର ଭାରତଠାରୁ କିଛି ଶିଖିବାର ଅଛି। ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ଏହା ମଧ୍ୟ ଉଦ୍ୟୋଗୀ ଏବଂ ଉଦ୍ଭାବକ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ସହିତ ଏକ ଖୋଲା ସମାଜ। ସେ ଆହୁରିମଧ୍ୟ କହିଛନ୍ତି ଯେ, ଅନ୍ୟ ବିକାଶଶୀଳ ଦେଶ ଅପେକ୍ଷା ଭାରତରେ ଷ୍ଟାର୍ଟଅପ୍ର ଏକ ବ୍ୟାପକ ଇକୋସିଷ୍ଟମ୍ ଅଛି ଏବଂ ଏହା ବଢ଼ିବାରେ ଲାଗିଛି।
ଏହି ଖବର ମଧ୍ୟ ପଢ଼ନ୍ତୁ: ମୋଦୀ ସରକାରଙ୍କର ୯ମ ବର୍ଷ, କଂଗ୍ରେସର ୯ଟି ପ୍ରଶ୍ନ; ବିଜେପିର ପ୍ରତ୍ୟାରୋପ