ତୃତୀୟ ଦିନିକିଆ: ୭ ଉଇକେଟ୍ ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ, ୩-୦ରେ ସିରିଜ ବିଜୟ

ମାଉଣ୍ଟ ମାଙ୍ଗାନୁଇ (ନ୍ୟୁଜିଲ୍ୟାଣ୍ଡ): ଭାରତ ନ୍ୟଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଭାରତ ୭ ଉଇକେଟ୍ ରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ୩-୦ରେ ସିରିଜ ବିଜୟୀ ହୋଇଛି। ୨୪୪ରନ୍ ର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ମାତ୍ର ୩ ଉଇକେଟ୍ ହରାଇ ଭାରତ ଲକ୍ଷ୍ୟ ହାସଲ କାରିଥିଲା। ନ୍ୟୁଜିଲାଣ୍ଡ ଉପରେ ଏହି ସହଜ ବିଜୟ ଜରିଆରେ ଭାରତ ଦିନିକିଆ ସିରିଜ ପୋଛି ନେଇଛି।
ଟସ୍ ଜିତି ନ୍ୟଜିଲାଣ୍ଡ ବ୍ୟାଟିଂ ନିଷ୍ପତି ନେଇ ୪୯ ଓଭରରେ ୨୪୩ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଭାରତ ସାମ୍ନାରେ ୨୪୪ ରନ୍ ର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲାଣ୍ଡ। ଭାରତ ଓପନିଂ ଯୋଡ଼ିରେ ରୋହିତ ଶର୍ମା ଓ ଶିଖର ଧାଓ୍ବନ ଭଲ ଆରମ୍ଭ କରିଥିଲେ ହେଁ ୨୮ରନ କରିଥିବା ବେଳେ ଉଇକେଟ୍ ହରାଇଥିଲେ ଶିଖର। ଏହା ପରେ ପଡ଼ିଆରକୁ ଓହ୍ଲାଇ ବ୍ୟାଟିଂ ଦାୟିତ୍ୟ ନିଜ କାନ୍ଧରେ ନେଇଥିଲେ କ୍ୟାପ୍ ଟେନ୍ ବିରାଟ କୋହଲି। କୋହଲି ଓ ରୋହିତ ଭାରତର ବିଜୟ ଲାଗି ମୂଳଦୁଆ ପକାଇଥିଲେ। ରୋହିତ ୭୭ ବଲ ଖେଳି ୬୨ କରିଥିବା ବେଳେ ମିସେଲ୍ ସାଣ୍ଟନରଙ୍କ ବଲରେ କ୍ୟାଚ ଦେଇ ଆଉଟ୍ ହୋଇଥିଲେ। ଏହାପରେ ୭୪ବଲ ଖେଳି ୬୦ ରନ୍ କରିଥିବା ବେଳେ କ୍ରିଜରୁ ବିଦାୟ ନେଇଥିଲେ କୋହଲି। ଭାରତ ୩ ଉଇକେଟ୍ ହରାଇବା ପରେ ଅମ୍ବାନି ରାୟଡୁ ଓ ଦିଦେଶ କାର୍ତିକ ଧୈର୍ଯ୍ୟପୂଣ୍ଣ ଭାବେ ଧୂଅଁଧାର ବ୍ୟାଟିଂ କରି ଭାରତକୁ ବିଜୟ ଦେଇଥିଲେ। ଅମ୍ବାନି ରାୟଡ଼ୁ ଓ ଦିନେଶ କାର୍ତିକ ଯଥାକ୍ରମେ ୪୦(୪୨) ଏବଂ ୩୮(୩୮) କରି ଅପରାଜିତ ରହିଥିଲେ। ସିରିଜ୨-୦ରେ ପଛୁଆ ଥିବା ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇ ଥିଲେ। ମାତ୍ର ଭାରତୀୟ ବୋଲର ନ୍ୟଜିଲାଣ୍ଡକୁ ଆରମ୍ଭରୁ ଝଟକା ଦେଇଥିଲେ। ଭୁବନେଶ୍ବର କୁମାର, ଯୁଜବେନ୍ଦ୍ର ଚହଲ ଓ ହାଦ୍ଦିକ ପାଣ୍ଡ୍ୟା ୨ଟି ଲେଖ୍ୟାଏଁ ଉଇକେଟ୍ ନେଇଥିବାବେଳେ ମହମ୍ମଦ ସାରମୀ ୩ଟି ଉଇକେଟ୍ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ରସ ଟେଲର (୯୩) ଓ ଟମ୍ ଲଥାମ (୫୧)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନ୍ କ୍ରିଜ୍ ରେ ତିଷ୍ଠି ରହି ପାରିନ ଥିଲେ। ଫଳରେ ନ୍ୟୁଜିଲାଣ୍ଡ ୨୪୩ ରନ୍ କରି ଅଲ୍ ଆଉଟ୍ ହୋଇଥିଲା।