PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ପୁଲୱାମା ହମଲାର ପ୍ରତିଶୋଧ: ପିଓକେରେ ଆତଙ୍କୀ କ୍ଯାମ୍ପ ଉପରେ ୧୦୦୦ କିଲୋ ବମ୍ ପକାଇଲା ଭାରତ, ଜୈଶର ଅନେକ ଆଡ୍ଡା ଧ୍ୱସଂ

ନୁଆଦିଲ୍ଲୀ ୨୬/୨: ଭାରତୀୟ ବାୟୁସେନା ମଙ୍ଗଳବାର ପୁଲୱାମା ଆତଙ୍କୀ ହମଲାର ପ୍ରତିଶୋଧ ନେଇ ପିଓକେରେ ପଶି ଅନେକ ଆତଙ୍କୀ ଆଡ୍ଡାକୁ ଧ୍ୱସଂ କରିଛି । ପିଓକେରେ ଥିବା ଆତଙ୍କୀ କ୍ଯାମ୍ପକୁ ଟାର୍ଗେଟ୍ କରି ଭାରତୀୟ ବାୟୁସେନା ବିମାନରୁ ବମ୍ ପକାଇଛି । ବାୟୁସେନାର ମିରାଜ ୨୦୦୦ ପିଓକେରେ ପଶି ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ ଉପରେ ୧୦୦୦ କିଲୋରୁ ଅଧିକ ବମ୍ ପକାଇଛି ।  ଭାରତୀୟ ବାୟୁସେନା ଏହି ସର୍ଜିକାଲ ଷ୍ଟ୍ରାଇକ୍ ଭୋର୍ ୩.୩୦ ମିନିଟ ସମୟରେ କରିଛି । ଭାରତୀୟ ବାୟୁସେନା ଜୈଶ-ଏ-ମହମ୍ମଦର ଅନେକ କ୍ଯାମ୍ପ ଧ୍ୱସଂ କରିଦେଇଛି । ଏଥିରେ ୧୨ ମିରାଜ ବିମାନ ସାମିଲ ଥିଲେ ।

ଅନ୍ୟପଟେ ପାକିସ୍ତାନ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି ଭାରତୀୟ ସେନାର ବିମାନ ଲାଇନ୍ ଅଫ କଣ୍ଟ୍ରୋଲ ଉଲ୍ଲଙ୍ଘନ କରିଛନ୍ତି । ପାକ୍ ସେନା ପ୍ରବକ୍ତା ଟ୍ୱିଟ୍ କରିଛନ୍ତି, ‘ଭାରତୀୟ ବାୟୁସେନା ଏଲଓସି ର ଉଲଙ୍ଘନ କଲେ । ଆମେ ତୁରନ୍ତ ଜବବା ଦେଲୁ । ଏହା ପରେ ଭାରତୀୟ ବାୟୁସେନାର ବିମାନ ପୁଣି ନିଜ ସୀମାକୁ ଫେରିଗଲେ ।‘

ଏହାପରେ ଅନ୍ୟ ଏକ ଟ୍ୱିଟରେ ଗଫୁର ଲେଖିଛନ୍ତି, ‘ଭାରତୀୟ ବାୟୁସେନା ମୁଜପରାବାଦ ସେକ୍ଟରରେ ପଶିବା ପାଇଁ ଚେଷ୍ଟା କଲା, ସେହି ସମୟରେ ପାକିସ୍ତାନ ଏୟାରଫୋର୍ସ ଜବାବ ଦେଲା । ଏହାପରେ ସେମାନେ ବାଲକୋଟ ଆଡକୁ ଫେରିଗଲେ । କେହି ବି ଏଥିରେ ଆହତ ହୋଇନାହାନ୍ତି ।‘

ତେବେ ଏହି ଆକ୍ରମଣ ପରେ ଭାରତୀୟ ବାୟୁସେନାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଭାରତୀୟ ଏହି ସର୍ଜିକାଲ ଷ୍ଟ୍ରାଇକ୍ ୨ରେ ଖୁସି ଅଛନ୍ତି । ଏଥିରେ ଜୈଶର ଅନେକ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱସଂ ହୋଇଯାଇଛି ଏବଂ ଏହି ଅପରେସନରେ ୩୦୦ରୁ ଅଧିକ ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି ।