ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦୀପାବଳିରେ LAC ରୁ ଖୁସି ଖବର, ଭାରତ-ଚୀନ୍ ସୈନିକ ପରସ୍ପରକୁ ବାଣ୍ଟିଲେ ମିଠା

Published By : Harapriya Biswal | October 31, 2024 5:57 PM

ନୂଆଦିଲ୍ଲୀ,୩୧।୧୦: ଭାରତ ଓ ଚୀନ୍ ଭିତରେ ଥିବା ଖରାପ ସମ୍ପର୍କ ଏବେ ଭଲ ହେବାରେ ଲାଗିଛି। ଏହାର ସ୍ପଷ୍ଟ ଉଦାହରଣ ଆଜି ଏଲଏସିରେ ଦେଖିବାକୁ ମିଳିଛି। ଦୀପାବଳି ଅବସରରେ ଭାରତ ଓ ଚୀନ୍‌ର ସୈନିକ ପରସ୍ପରକୁ ମିଠା ଉପହାର ଦେଇଛନ୍ତି। ଏହି ଫଟୋ ଏଭଳି ସମୟରେ ଆସିଛି, ଯେତେବେଳେ ଦୁଇ ଦେଶ ପୂର୍ବ ଲଦାଖରେ ସମ୍ବେଦନଶୀଳ ସ୍ଥାନ ଡେମଚେକ୍ ଓ ଦେପସାଙ୍ଗ ମୈଦାନରେ ଅଲଗା ପକ୍ରିୟାକୁ ସଫଳତାପୂର୍ବକ ପୁରା କରିଛି। ଦୀପାବଳି ଅବସରରେ ଏଭଳି ଫଟୋ ସାମନାକୁ ଆସିବା ଉପରେ ଏହାକୁ କୁଟନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ, ଚୁସୁଲ-ମୋଲ୍ଡି ସୀମା ବୈଠକ ସ୍ଥଳରେ ମିଠା-ଆଦାନ ପୟଦାନ କରିଥିଲେ।

ସେନାର ଏକ ସୁତ୍ର ପିଟିଆଇକୁ କହିଛନ୍ତି, ଦୀପାବଳି ଅବସରରେ ଏଲଏସିରେ ଭାରତ ଓ ଚୀନ୍ ସୈନିକଙ୍କ ଭିତରେ ମିଠା ଦିଆନିଆ କରିଛନ୍ତି। ସୁତ୍ରରୁ ମିଳିଥିବା ଖବର ଅନୁସାରେ,ଏହା ଆଦାନ-ପ୍ରଦାନ ଏଲଏସିର ୫ ସୀମାକର୍ମୀ ବୈଠକ(ବିପିଏମ୍‌)ର ବିନ୍ଦୁରେ ରହିଛି।

ବୁଧବାର ସେନା ସୁତ୍ରର କହିବା ଅନୁସାରେ, ଦୁଇ ପକ୍ଷର ସୈନିକ ଉପରୋକ୍ତ ବିନ୍ଦୁ ଉପରେ ପରିବର୍ତ୍ତନ କରିବାର ପକ୍ରିୟା ପୁରା କରିଛନ୍ତି, ଯାହା ଫଳରେ ଖୁବ୍ ଶୀଘ୍ର ଗସ୍ତ ସଞ୍ଚାଳନର  ଆରମ୍ଭ ହୋଇପାରିବ।ପୃଥକତା ପରେ ଯାଞ୍ଚ ପ୍ରକ୍ରିୟା ଚାଲିଛି, ଯେଉଁଥିରେ ଗସ୍ତର ବିଧି ଉପରେ ସ୍ଥାନୀୟ ଗ୍ରାଉଣ୍ଡ କମାଣ୍ଡରଙ୍କ ସହମତିରେ  ତିଆରି କରାଯିବ। ସୁତ୍ରର କହିବା ଅନୁସାରେ, ଆଲୋଚନା ସ୍ଥାନୀୟ କମାଣ୍ଡର ସ୍ତରରେ ଜାରି ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.