ନୂଆଦିଲ୍ଳୀ,୧୬।୫: ଭାରତର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପାକିସ୍ତାନକୁ ଆତଙ୍କବାଦୀ ଦେଶ କହି କଡା ଚେତାବନୀ ଦେଇଛନ୍ତି। ଶନିବାର ଆୟୋଜିତ ‘ସେନା ସମ୍ବାଦ’ କାର୍ଯ୍ୟକ୍ରମରେରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବ ଓ ଭାରତ ବିରୋଧରେ ଗତିବିଧି ଜାରି ରଖିବ, ତେବେ ତା ନିକଟରେ ଦୁଇଟି ବିକଳ୍ପ ରହିବ। ସେ ଭୂଗୋଳ ହୋଇ ମ୍ୟାପ୍ରେ ରହିବାକୁ ଚାହୁଁଛି ନା ଇତିହାସ ହୋଇ ରହିବାକୁ ଚାହୁଁଛି ?
ଏହି କାର୍ଯ୍ୟକ୍ରମ ‘ୟୁନିଫର୍ମ ଅନଭେଲ୍ଡ’ ସଂଗଠନ ଦ୍ୱାରା ଆୟୋଜିତ ଏକ ସିଭିଲ-ମିଲିଟାରୀ ଆଲୋଚନା ଥିଲା। କାର୍ଯ୍ୟକ୍ରମରେ, ଜେନେରାଲ ଦ୍ୱିବେଦୀଙ୍କୁ ଯେହେତବେଳେ ପଚରାଯାଇଥିଲା ଯେ ଯଦି ଭବିଷ୍ୟତରେ ଅପରେସନ ସିନ୍ଦୁର ସମୟରେ ଘଟିଥିବା ସମାନ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ସେନାର ପ୍ରତିକ୍ରିୟା କ'ଣ ହେବ। ଜବାବରେ, ସେନା ମୁଖ୍ୟ କହିଥିଲେ ଯେ ଭାରତ ଏହାର ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରସ୍ତୁତ।
VIDEO | Delhi: "... If Pakistan continues to harbour terrorists and operate against India, then they have to decide, whether they want to be part of geography and history or not," says Army Chief General Upendra Dwivedi, at Sena Samvad, a civil-military interaction.
— Press Trust of India (@PTI_News) May 16, 2026
(Full… pic.twitter.com/Ms7Ko1hMQk
ଜେନେରାଲ ଦ୍ୱିବେଦୀଙ୍କ ଏହି ବୟାନ ଏପରି ଆସିଛି ଯେତେବେଳେ ଭାରତ ଏବଂ ଏହାର ସଶସ୍ତ୍ର ବାହିନୀ ନିକଟରେ ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପାଳନ କରିଛନ୍ତି। ଏହି ସାମରିକ ଅଭିଯାନରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ ବିରୁଦ୍ଧରେ ଭାରତର ବଡ଼ ଧରଣର ଆକ୍ରମଣ ଥିଲା। ଏହି ଅଭିଯାନରେ ପାକିସ୍ତାନର ଅନେକ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ମାଟିରେ ମିଶାଇ ଦେଇଥିଲା।
ଭାରତର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କଲା। ଜବାବରେ, ଭାରତ ମଧ୍ୟ ସମାନ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ମଧ୍ୟରେ ଏହି ସାମରିକ ଉତ୍ତେଜନା ପ୍ରାୟ ୮୮ ଘଣ୍ଟା ଧରି ଚାଲିଥିଲା। ପରେ, ମେ ୧୦ ତାରିଖ ସନ୍ଧ୍ୟାରେ, ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ପରେ, ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା, ଏବଂ ପରିସ୍ଥିତି ସ୍ୱାଭାବିକ ହେବାକୁ ଆରମ୍ଭ ହୋଇଥିଲା। ସେନା ମୁଖ୍ୟଙ୍କ ଏହି ବୟାନକୁ ଆତଙ୍କବାଦ ବିରୋଧରେ ଭାରତର କଠୋର ଆଭିମୁଖ୍ୟକୁ ଦର୍ଶାଉଛି। ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ ଭାରତ ଆଉ କୌଣସି ମୂଲ୍ୟରେ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ।
ଆହୁରି ପଢନ୍ତୁ : କେନ୍ଦ୍ର କ୍ୟାବିନେଟ୍ରେ ପୁଣି ଅଦଳବଦଳ ଚର୍ଚ୍ଚା, ଏହି ରାଜ୍ୟରେ ନେତାଙ୍କୁ ମିଳିପାରେ ସ୍ଥାନ