ମୁମ୍ୱାଇ : ଆଜିକା ସମୟରେ ଏକ ଯୁଦ୍ଧର ସିନ୍‌ ସୁଟ୍‌ କରିବା ଏତେ ମୁସ୍କିଲ ନୁହେଁ। କାରଣ ଟେକ୍ନୋଲଜି ବହୁତ ଆଡଭାନ୍ସ ହୋଇ ସାରିଛି। ଅଧା କାମ ଗ୍ରୀନ ସ୍କ୍ରିନ୍‌ ହିଁ କରି ଦେଉଛି ଏବଂ ଅନ୍ୟ ସବୁ ଭିଏଫଏକ୍ସ ଟିମ୍‌ କରୁଛି। କିନ୍ତୁ ଥରେ ଭାବନ୍ତୁ , ୧୯୬୦ ଦଶକରେ ଏସବୁ ଜିନିଷ କେଉଁ ଭଳି କରାଯାଉ ଥିବ ? ଆଜି ଆପଣଙ୍କୁ ଏମିତି ହିଁ ଏକ ଫିଲ୍ମ ବିଷୟରେ କହିକୁ, ଯେଉଁଥିରେ ପୂରା ଇଣ୍ଡିଆନ ଆର୍ମି ଆକ୍ସନ କରିବା ନଜର ଆସି ଥିଲା। କେଉଁଠି ବି ଟିକିଏ ଭୁଲ ହୋଇ ନଥିଲା। ପ୍ରତି ସଟ୍‌ ପୂରା ପରଫେଟ୍‌। ସେହି ସମୟରେ ଏହି ଜିନିଷ ଆଡଭାନ୍ସ ଟେକନିକ୍‌ ବିନା କେମିତି କରାଯାଉ ଥିବ? ଆସନ୍ତୁ ସେହି ପ୍ରଶ୍ନର ଉତ୍ତର ଜାଣିବା। 

ଆମେ କଥା ହେଉଛେ ବଲିଉଡର କିଛି ଆଇକନିକ ଫିଲ୍ମ ଗୁଡ଼ିକ ମଧ୍ୟରୁ ଗୋଟିଏ ‘ମୁଗଲ-ଏ-ଆଜମ’ ବିଷୟରେ। ଏହି ଫିଲ୍ମର IMDbରେ ରେଟିଂ ୮.୧ ଅଛି ଏବଂ ଏହା ସେହି ସମୟର ସବୁଠୁ ମହଙ୍ଗା ଫିଲ୍ମ ଥିଲା। କେ.ଆସିଫ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପାଣି ଭଳି ଟଙ୍କା ସରି ଥିଲା ଏବଂ ଏଥିରେ ମଧୁବାଲା , ଦିଲୀପ କୁମାର , ପୃଥ୍ୱୀରାଜ କପୁର ଓ ନିଗାର ସୁଲତାନାଙ୍କ ଭଳି ଅଭିନେତାମାନେ ପ୍ରମୁଖ ଚରିତ୍ରରେ ଥିଲେ। ଫିଲ୍ମର ଅନେକ ସିନ୍ସ ବହୁତ ଆକର୍ଷକ ଥିଲା, କିନ୍ତୁ ସବୁଠୁ ଅଧିକ ପ୍ରଶଂସା ଏହି ଫିଲ୍ମର ୱାର ସିକ୍ୱେନ୍ସକୁ ନେଇ ମିଳି ଥିଲା।

ଉକ୍ତ ଫିଲ୍ମରେ ସଲୀମ ଓ ଅକବରଙ୍କ ଯେଉଁ ବିଶାଳ ସେନା ପ୍ରଦର୍ଶିତ କରାଯାଇ ଥିଲା, ଆପଣ ଭାବୁଥିବେ ଯେ, ଏସବୁ ଟେକନିକ୍‌ ସାହାଯ୍ୟରେ ତିଆରି କରିଯାଇ ଥିଲା , ଏହି ଭାବନା ଆପଣଙ୍କର ପୂରା ଭୁଲ। କାରଣ ସେହି ସମୟରେ ଟେକ୍ନୋଲଜି ସେତେ ଆଡଭାନ୍ସ ହୋଇ ନଥିଲା। ଯଦି ଆପଣ ଭାବୁଛନ୍ତି ଯେ, ଏସବୁ ଏକ୍ଟ୍ରା କିମ୍ୱା ଜୁନିୟର ଆକ୍ଟରମାନେ ,ତ ଆପଣଙ୍କ ଅନୁମାନ ଭୁଲ। ଉଲ୍ଲେଖନୀୟ ଯେ,ସେହି ସମୟରେ ଆକ୍ଟରମାନେ ଏତେ କମ୍‌ ଥିଲେ ଯେ , ଏତେ ସବୁ ଜୁନିୟର କିମ୍ୱା ସାଇଡ୍‌ ଆକ୍ଟର ଆଣିବାରେ ପ୍ରଶ୍ନ ହିଁ ଉଠୁ ନଥିଲା। ଏହି ଚ୍ୟାଲେଞ୍ଜର ସମାଧାନ କରିବା ମୁସ୍କିଲ ଥିଲା , କିନ୍ତୁ କେ. ଆସିଫ୍ ଏକ ଉପାୟ କଲେ।

ଏତେ ସବୁ ଆକ୍ଟରଙ୍କୁ ଯଦି କେଉଁଠୁ ଖୋଜି ଅଣାଯାଏ ,ତ ସେମାନଙ୍କୁ ୟୁନିଫର୍ମ ଦେବା ଓ ତାଙ୍କୁ ଉପଯୁକ୍ତ ଟ୍ରେନିଂ ଦେଇ ପ୍ରତି ସଟ୍‌ କରିବା ଅସମ୍ଭବ ଥିଲା। ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ କେ.ଆସିଫ୍ ଭାରତ ସରକାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସଂପର୍କ କଲେ। ଖବର ଅନୁସାରେ , ଏହି ସବୁ ସିକ୍ୱେନ୍ସ, ପାଇଁ ଭାରତୀୟ ସେନା ଯବାନଙ୍କ ସାହାଯ୍ୟ ନିଆଯାଇ ଥିଲା। ସବୁ ଯବାନଙ୍କୁ ୟୁନିଫର୍ମରେ ମାର୍ଚ୍ଚ କରାଯାଇ ଥିଲା। କାରଣ ସବୁ ଯବାନ ଟ୍ରେଣ୍ଡ ଥିଲେ,ଏଥିପାଇଁ ସେମାନଙ୍କୁ ପାରେଡ କରାଇବା ଓ ଅସ୍ତ୍ରଶସ୍ତ୍ର ସହ ଫାଇଟ୍‌ ସିକ୍ୱେନ୍ସ ସୁଟ୍ କରିବା ସହଜ ଥିଲା। କୁହାଯାଏ , ଏଥିପାଇଁ ୧୦୦୦୦ ଯବାନ ଓ ପ୍ରାୟ ୨୦୦୦ ଘୋଡ଼ାର ସାହାଯ୍ୟ ନିଆଯାଇ ଥିଲା।

ଏହା ମଧ୍ୟ ପଢନ୍ତୁ :  କୁଏତ, କତାର ,ବାହାରିନ ଭଳି ଦେଶରେ କାହିଁକି ଚାଲେ ନାହିଁ ଟ୍ରେନ୍ …ଏହା ହିଁ କାରଣ