ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଜୈସଲମେରରେ ପାକିସ୍ତାନୀ ବିମାନ F-16କୁ ଖସାଇଲା ଭାରତୀୟ ସେନା; ପାଇଲଟଙ୍କୁ ଜୀବନ୍ତ କାବୁ କରି ଜାରି ରହିଛି ପଚରାଉଚରା

Published By : Bijay Swain | May 8, 2025 11:52 PM

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷାବଳ ଜଣେ ପାକିସ୍ତାନି ପାଇଲଟଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏହି ପାଇଲଟ ଜଣଙ୍କୁ ରାଜସ୍ଥାନର ଜୈସଲମେର ଅଞ୍ଚଳରୁ ଗିରଫ କରାଯାଇଛି। ତେବେ ଉକ୍ତ ପାଇଲଟ ଜଣଙ୍କର ପରିଚୟ ଏଯାଏ ମିଳି ନଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ପାଇଲଟ ଜଣଙ୍କ ଭାରତୀୟ ସେନା ହେପାଜତରେ ଥିବା ନେଇ ଖବର ପ୍ରକାଶ ପାଇଛି। ଅନୁମାନ ମୁତାବକ ଉକ୍ତ ପାଇଲଟ ଜଣଙ୍କ ଏକ F-16 ଫାଇଟର ପ୍ଲେନ ଉଡାଉଥିଲେ। 

ଭାରତ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପଗତ ଗୁରୁବାର ଅପରେସନ ସିନ୍ଦୁର ଜରିଆରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିର ଉପରେ ସଠିକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପାକିସ୍ତାନର କେତେକ ଫାଇଟର ଜେଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ଜବାବରେ ପାକିସ୍ତାନ ଆଜି ସନ୍ଧ୍ୟା ପରେ ଭାରତ ଉପରେ ମିଶାଇଲ ଆକ୍ରମଣ କରିଥିଲା। ଯାହାକୁ ଭାରତର S-400 ପ୍ରତିରକ୍ଷା ପ୍ରଣାଲି ପଣ୍ଡ କରିଦେଇଥିଲା। ଏହାର କିଛି ସମୟ ପରେ ପାକିସ୍ତାନର ପାଇଲଟକୁ ଗିରଫ କରାଯାଇଥିଲା। ଉକ୍ତ ପାଇଲଟ ଜଣକ ବିମାନ କ୍ରାସ କରିବା ପୂର୍ବରୁ ଇଜେକ୍ଟ କରିଦେଇଥିଲେ ବୋଲି ସୂଚନା ମିଳିଛି। ପୋଖରାନ ଅଞ୍ଚଳରେ ମୁତୟନ ଥିବା ସେନା କର୍ମଚାରୀମାନଙ୍କ ଦ୍ୱାରା ଉକ୍ତ ପାଇଲଟଙ୍କୁ ହେପାଜତକୁ ନିଆଯାଇଥିବା ଜଣାପଡିଛି। 

ଏହି ବିଷୟରେ ବହୁ ଜଲଦି ଆଧିକାରୀକ ସ୍ତରରେ ସୂଚନା ସାମ୍ନାକୁ ଆସିବ ବୋଲି ଆଶା ରହିଛି। ଭାରତ ମେ ୮ ତାରିଖ ଦିନ ପାକିସ୍ତାନ କରିଥିବା ସମସ୍ତ ଆକ୍ରମଣକୁ ପଣ୍ଡ କରିଦେଇଛି। ଭାରତ ବହୁ ଜଲଦି ପାକିସ୍ତାନ ବିପକ୍ଷରେ ଏକ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବୋଲି ସୂତ୍ରରୁ ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.