ନୂଆଦିଲ୍ଳୀ,୨୧। ୩: ମଧ୍ୟପ୍ରାଚ୍ୟରେ ଜାରି ସଂଘର୍ଷ ଭିତରେ ଭାରତର ଶକ୍ତି ବଜାର ପାଇଁ ଆଶ୍ବସ୍ତିଜନକ ଖବର। ଭାରତର ଅଶୋଧିତକ ତୈଳକୁ ରିଫାଇନ କରୁଥିବା କମ୍ପାନୀମାନେ ପୁଣିଥରେ ଇରାନରୁ ଅଶୋଧିତ ତୈଳ ଆମଦାନୀ ପକ୍ରିୟା ଆରମ୍ଭ କରିବାର ସଙ୍କେତ ଦେଇଛନ୍ତି। ଏହି ପଦକ୍ଷେପ ଆମେରିକା ପକ୍ଷରୁ ଇରାନ ଉପରେ ଲାଗିଥିବା କିଛି କଟକଣାକୁ ଛାଡ କରାଯିବା ପରେ ନିଆଯାଇଛି। ତେବେ ରିଫାଇନାରୀ କମ୍ପାନୀ ସ୍ପଷ୍ଟ କରିଛି ଯେ, କେବଳ ଭାରତ ସରକାରଙ୍କଠାରୁ ଔପଚାରିକ ଅନୁମତି ମିଳିବା ପରେ ବାସ୍ତବିକ କିଣାବିକା ଓ କନଟ୍ରାକ୍ଟ ସାଇନ୍ କରାଯିବ।

ରଏଟର୍ସର ରିପୋର୍ଟ ଅନୁସାରେ, ଯୁଦ୍ଧ କାରଣରୁ ସୃଷ୍ଟି ହୋଇଥିବା ବିଶ୍ବ ଶକ୍ତି ସଙ୍କଟକୁ ଦେଖି ଆମେରିକା ପକ୍ଷରୁ ଇରାନର ତୈଳ ଉପରେ ଲାଗିଥିବା କଟକଣା ଅସ୍ଥାୟୀ ଭାବରେ ଛାଡ କରାଯାଇଛି। ଏହି ଛାଡର ଲାଭ ଉଠାଇ ଭାରତୀୟ ରିଫାଇନାରୀ କମ୍ପାନୀ ଇରାନରୁ ପୁଣିଥରେ ଅଶୋଧିତ ତୈଳ କିଣିବାର ଯୋଜନା କରୁଛି,କିନ୍ତୁ ଇରାନର ବର୍ତ୍ତମାନର ଆଭିମୁଖ୍ୟ ଏହି ବାଟରେ ପ୍ରତିବନ୍ଧକ ପାଲଟିଛି। ଭାରତ ପାଇଁ ଏହା ଏକ ବଡ଼ ଅବସର,କାରଣ ଇରାନ ତୈଳ ଭାରତୀୟ ରିଫାଇନାରୀ ପାଇଁ କେବଳ କମ୍ ଦାମ୍‌ ତାହା ନୁହେଁ, ବଂର ଏହାର ଯୋଗାଣର ସମୟ କମ୍ ରହିଥାଏ। ଭାରତୀୟ ରିଫାଇନିଂ କମ୍ପାନୀ ଏହି ଅବସରର ଲାଭ ଉଠାଇବାକୁ ଚେଷ୍ଟା କରୁଛି। ଫଳରେ ଘରୋଇ ବଜାରରେ ଇନ୍ଧନର ଦାମ୍ ସ୍ଥିର ରଖିହେବ।

ତେବେ ଇରାନର ତୈଳ ମନ୍ତ୍ରଣାଳୟର ଏକ ବୟାନ ଭାରତ ଏହି ଆଶାକୁ ପ୍ରଭାବିତ କରିଛି। ଇରାନ ତୈଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ତା ପାଖରେ ଅନ୍ତର୍ଜାତୀୟ କିଣା ବିକା ପାଇଁ କୌଣସି ସମୁଦ୍ରରେ ଜାହାଜ ଉପରେ ରଖାଯାଇଥିବା ତେଲ କିମ୍ବା ଅତିରିକ୍ତ ସରପ୍ଲସ ଉପଲବ୍ଧ ନାହିଁ। ଯୋଗାଣରେ ଅଭାବ କହି ଇରାନର ଏହି ବାର୍ତ୍ତା ଦେବାକୁ ଚାହୁଁଛି ବିଶ୍ବ ଶକ୍ତି ବଜାର କେବଳ ତା ସର୍ତ୍ତରେ ଚାଲିବ। ଗୋଟିଏ ପଟେ ଭାରତୀୟ ଜାହାଜ ‘ପାଇନ୍ ଗ୍ୟାସ୍’ ଓ ‘ଜଗ ବସ୍ତ’ ଭଳି ଟ୍ୟାଙ୍କର ସୁରକ୍ଷିତ ମାର୍ଗ ଖୋଜୁଛି,ସେଭଳି ରିଫାଇନାରୀ କମ୍ପାନୀ ଏହି କଥାକୁ ନେଇ ସ୍ପଷ୍ଟ ନୁହନ୍ତି ଯେ, ଇରାନ ବାସ୍ତବରେ ତୈଳ ଦେବାକୁ ମନା କରୁଛି ନା କେବଳ ଏହା ଆଲୋଚନାର ଏକ ଅଂଶ। ଯଦି ଇରାନ ନିଜ କଥା ଉପରେ କାୟମ ରୁହେ,ତେବେ ଆମେରିକାର ଛାଡ ପରେ ବି ଭାରତକୁ ନିଜର ବୈକଳ୍ପିକ ସ ଉପରେ ନିର୍ଭରତା ବଢାଇବାକୁ ପଡିପାରେ।

ଆହୁରି ପଢନ୍ତୁ : ଏବେ ହୋର୍ମୁଜରେ ମୁହାଁମୁହିଁ ଯୁଦ୍ଧ ! ୩ଟି ଯୁଦ୍ଧଜାହାଜ ଏବଂ ସୈନ୍ୟ ପଠାଇଲା ଆମେରିକା