ନୂଆଦିଲ୍ଲୀ, ୯।୩: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ର ମାତ୍ ଦେଇ ଭାରତ ତୃତୀୟ ଥର ପାଇଁ ବିଶ୍ୱବିଜୟୀ ହୋଇଛି । ଏହି ଐତିହାସିକ ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ ଥିବାବେଳେ ସୋସିଆଲ ମିଡିଆରେ ଏବେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଭିଡିଓ ବେଶ୍ ଚର୍ଚ୍ଚାରେ ରହିଛି । ଭାଇରାଲ ହେଉଥିବା ଭିଡିଓରେ ହାର୍ଦ୍ଦିକ ତାଙ୍କ ଗାର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ସହ ବିଜୟର ଖୁସି ମନାଉଥିବା ଦେଖିବାକୁ ମିଳିଛି । ଉଭୟ ମୈଦାନରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ମାହିକା ଷ୍ଟାଣ୍ଡରେ ବସି ହାର୍ଦ୍ଦିକ ଓ ଟିମ୍ ଇଣ୍ଡିଆକୁ ଚିୟର କରୁଥିବାର ଦେଖାଯାଇଥିଲା । ଗତ କିଛି ସମୟ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି ।
Hardik Pandya is Dancing with Maheika. Today Nobody can stop him😅
— Gagan Choudhary (@choudhary_99415) March 9, 2026
we should not forget Maheika's contribution too she travelled everywhere to support him pic.twitter.com/7qf7QGGEcF
ଏହା ବି ପଢ଼ନ୍ତୁ... ଭାରତର ବିଜୟରେ ନାଚିଲେ 'ଲିଟିଲ୍ ମାଷ୍ଟର': ୭୬ ବର୍ଷ ବୟସରେ କଲେ ଏମିତି ଡ୍ୟାନ୍ସ, ଭିଡିଓ ଦେଖିଲେ କହିବେ 'ୱାଓ' !
୨୦୨୬ ଟି-୨୦ ବିଶ୍ୱକପ୍ ହାର୍ଦ୍ଦିକଙ୍କ ପାଇଁ ବେଶ୍ ସ୍ମରଣୀୟ ରହିଛି । ସେ ନିଜର ବ୍ୟାଟିଂ ଓ ବୋଲିଂ ମାଧ୍ୟମରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ୨ଟି ଅର୍ଦ୍ଧଶତକ ସହ ମୋଟ୍ ୨୧୭ ରନ୍ କରିଛନ୍ତି । ଏଥିସହ ୯ଟି ୱିକେଟ୍ ନେଇଛନ୍ତି । ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାର୍ଦ୍ଦିକ ୧୮ ରନ୍ କରିବା ସହ ୧ ୱିକେଟ୍ ହାସଲ କରିଛନ୍ତି । କହିରଖୁଛୁ ଯେ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୨୫୫ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା । ନ୍ୟୁଜିଲ୍ୟାଣ୍ଡ ଦଳ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲା । କିୱି ଦଳ ୧୯ ଓଭରରେ ମାତ୍ର ୧୫୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତର ଏହି ବିଜୟ ପରେ ଖେଳାଳିମାନେ ପଡ଼ିଆରେ ହିଁ ଭାବପ୍ରବଣ ହୋଇ ନାଚୁଥିବାର ଦେଖାଯାଇଥିଲା, ଯେଉଁଥିରେ ହାର୍ଦ୍ଦିକଙ୍କ ଡ୍ୟାନ୍ସ ସବୁଠୁ ଅଧିକ ଆକର୍ଷଣୀୟ ସାଜିଥିଲା ।
ଟି-୨୦ ବିଶ୍ୱକପ୍ରେ ହାର୍ଦ୍ଦିକଙ୍କ ଜବରଦସ୍ତ 'ଅଲରାଉଣ୍ଡ' ପ୍ରଦର୍ଶନ:
୨୦୨୬ ଟି-୨୦ ବିଶ୍ୱକପ୍ରେ ଭାରତର ବିଜୟ ପଛରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ରହିଛି ବଡ଼ ହାତ । ବ୍ୟାଟିଂ ହେଉ କି ବୋଲିଂ, ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ସେ ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି । ନଜର ପକାନ୍ତୁ ଚଳିତ ବିଶ୍ୱକପ୍ରେ ତାଙ୍କର ମ୍ୟାଚ୍ ୱାଇଜ୍ ପ୍ରଦର୍ଶନ ଉପରେ:
|
ତାରିଖ |
ପ୍ରତିପକ୍ଷ |
ଦଳବ୍ୟାଟିଂ |
ବୋଲିଂ ପ୍ରଦର୍ଶନ |
|
୮ ତାରିଖ (ଫାଇନାଲ) |
ନ୍ୟୁଜିଲାଣ୍ଡ |
୧୮ ରନ୍ |
୩୨ ରନ୍ ଦେଇ ୧ ୱିକେଟ୍ |
|
୫ ମାର୍ଚ୍ଚ (ସେମିଫାଇନାଲ) |
ଇଂଲଣ୍ଡ |
୨୭ ରନ୍ |
୩୮ ରନ୍ ଦେଇ ୨ ୱିକେଟ୍ (ସହ ଏକ ରନ୍ ଆଉଟ୍ ) |
|
୧ ମାର୍ଚ୍ଚ |
ୱେଷ୍ଟଇଣ୍ଡିଜ୍ |
୧୭ ରନ୍ |
୪୦ ରନ୍ ଦେଇ ୧ ନିକେଟ୍ |
|
୨୬ ଫେବୃଆରୀ |
ଜିମ୍ୱାୱେ |
୫୦ ରନ୍ |
୨୧ ରନ୍ (୦ ୱିକେଟ୍) |
|
୨୨ ଫେବୃଆରୀ |
ସାଉଥ୍ ଆଫ୍ରିକା |
୧୮ ରନ୍ |
୪୫ ରନ୍ (୦ ୱିକେଟ୍) |
|
୧୮ ଫେବୃଆରୀ |
ନେଦରଲ୍ୟାଣ୍ଡ |
୩୦ ରନ୍ |
୪୦ ରନ୍ ଦେଇ ୧ ୱିକେଟ୍ |
|
୧୫ ଫେବୃଆରୀ |
ପାକିସ୍ତାନ |
୦ ରନ୍ |
୧୬ ରନ୍ ଦେଇ ୨ ୱିକେଟ୍ |
|
୭ ଫେବୃଆରୀ |
ୟୁଏଏସ୍ |
୫ ରନ୍ |
୩୪ ରନ୍ (୦ ୱିକେଟ୍) |