PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଦେଶ ନାଁ ତଳେ ପକାଇଲେ: ଇଣ୍ଡୋନେସିଆର ଏକ ହୋଟେଲରୁ ଚୋରି କରି ଧରାପଡିଲେ ଏହି ଭାରତୀୟ ପରିବାର, ଭିଡିଓ ଭାଇରାଲ

ଇଣ୍ଡୋନେସିଆର ଏକ ହୋଟେଲରେ ଚୋରି କରିଥିବାରୁ ଏକ ଭାରତୀୟ ପରିବାରକୁ ହୋଟେଲ କର୍ମୀମାନେ ଅପମାନିତ କରିଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଯାହା କିଛି ଦେଖିବାକୁ ମିଳୁଛି ତାହା ଏକ ଘୋର ଲଜ୍ଜାଜନକ ବିଷୟ । ଏହି ଭିଡିଓକୁ ଟ୍ୱିଟରରେ ଲଗାତାର ସେୟାର କରାଯାଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ହୋଟେଲରୁ ଜିନିଷପତ୍ର ଚୋରାଇଥିବା ଏହି ପରିବାରକୁ ଅପମାନର ସାମ୍ନା କରିବାକୁ ପଡିଛି ଏବଂ ଏଥିପାଇଁ ବିଦେଶରେ ଆମ ଦେଶର ନାଁ ଖରାପ ହେଉଛି ।

ଭିଡିଓରେ ହୋଟେଲ କର୍ମୀ ଏହି ପରିବାରର ଜିନିଷପତ୍ରର ତଲାସି ନେଉଛନ୍ତି ଏବଂ ତାଙ୍କୁ ସବୁଥିରୁ କିଛି ଚୋରି ଜିନିଷ ମିଳିଯାଉଛି । ଏହି ଜିନିଷରେ ମିରର୍, ହ୍ଯାଙ୍ଗର, ଆର୍ଟ, ହେୟାର ଡ୍ରାୟର ଆଦି ସାମିଲ ଅଛି । ଭିଡିଓରେ କଥାବାର୍ତ୍ତାରୁ ଜଣାପଡୁଛି ଯେ ଏହି ଭାରତୀୟ ପରିବାର ନିଜ ବ୍ୟବହାରରେ ହୋଟେଲ କର୍ମଚାରୀଙ୍କୁ ପ୍ରଭାବିତ କରିବାରେ ଅସଫଳ ହେଉଛନ୍ତି । ଏବଂ ପରେ ଜଣେ ମହିଳା କହୁଛନ୍ତି ଯେ ପୋଲିସକୁ ଫୋନ୍ କରନ୍ତୁନାହିଁ ଏବଂ ଚୋରି ଜିନିଷର ପଇସା ନେଇଯାନ୍ତୁ । ଅଭିନେତ୍ରୀ ମିନି ମାଥୁରଙ୍କ ସମେତ ଅନେକ ଏହି ପରିବାରକୁକୁ ବିଦେଶର ଭାରତର ନାଁ ବଦନାମ କରିବା ମାମଲାକୁ ନିନ୍ଦା କରିଛନ୍ତି ।