ନୂଆଦିଲ୍ଲୀ : ଭାରତରେ ମିଡିଲ୍ କ୍ଲାସର ଚାକିରି ଉପରେ ସଙ୍କଟର କଳାବାଦଲ ଘେରିବାକୁ ଯାଉଛି , ଯାହା ମାନ୍ଦାବସ୍ଥା କାରଣରୁ ନୁହେଁ, ବରଂ ଆହୁରି ଅନେକ କାରଣରୁ ଆସିବାକୁ ହୋଇପାରେ। ମାର୍ସେଲସ ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସଙ୍କ ସଂସ୍ଥାପକ ସୌରଭ ମୁଖାର୍ଜୀ ଚେତାବନୀ ଦେଇଛନ୍ତି ଯେ,ଯଦି ନୀତି ନିର୍ମାତାମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି , ତ ଏହାର ପରିଣାମ ବିନାଶକାରୀ ହୋଇପାରେ।
ତାଙ୍କର କହିବା ହେଲା ଯେ, ଚାକିରି ଗୁଡ଼ିକ ମାନ୍ଦାବସ୍ଥା କାରଣରୁ ନୁହେଁ , ବରଂ କମ୍ପାନୀ ଗୁଡ଼ିକର ଅପରେସନ , ଏଆଇ ଓ ଗ୍ଲାବାଲ ବ୍ୟାପାରର ପରିସ୍ଥିତିର କାରଣରୁ ଯିବାର ଅଛି। ନିକଟରେ ଏକ ପଡକାଷ୍ଟରେ ମୁଖାର୍ଜୀ ଭାରତର ହ୍ୱାଇଟ୍-କଲର ଜବ୍ ମାର୍କେଟରେ ଚାଲୁଥିବା ଅସ୍ଥିରତାର ଏକ ପ୍ରତିଛବି ପ୍ରଦାନ କରି କହିଥିଲେ ଯେ, ଆମେ ଜବ୍ ମାର୍କେଟ୍ରେ ଖୁବ୍ ଅସ୍ଥିରତା ଦେଖୁଛୁ। ଆଇଟି , ବ୍ୟାଙ୍କିଂ ଓ ମିଡ଼ିଆ ଭଳି ମାନକ ମଧ୍ୟବିତ୍ତ ଶ୍ରେଣୀର ଚାକିରିର ସ୍ଥାନ ଗିଗ୍ ଜବ୍ସ ନେଇଯିବ।
ଭାରତରେ ଏତେ ବର୍ଷ ଯାଏ ପଡ଼ିବ ପ୍ରଭାବ -
ସେମାନେ ଆକଳନ କରିଛନ୍ତି ଯେ, ଭାରତକୁ ଏହାର ସଂପୂର୍ଣ୍ଣ ପ୍ରଭାବ ଅନୁଭବ କରିବାକୁ ଦୁଇରୁ ତିନି ବର୍ଷ ସମୟ ଲାଗିବ। ଏହି ସମୟ ମଧ୍ୟରେ ଦରମା ପାଉଥିବା ଚାକିରିର ଏକ ବଡ଼ ଅଂଶ ଉଭାନ ହୋଇପାରେ। ସେତେବେଳେ ଭାରତ ଏକ ବଡ଼ ଗିଗ୍ ଇକୋନମି ହୋଇଯିବ। ଏହା କେବଳ ରାଇଡଶେୟର ଓ ଫୁଡ୍ ଡେଲିଭରୀ ଯାଏ ସୀମିତ ହେବ ନାହିଁ। ଆମର ସବୁ ସଂପର୍କୀୟ ଏହି ଗିଗ୍ ଇକୋନମିର ପାର୍ଟ ହେବେ।
ଲୋକଙ୍କ ସ୍ଥାନରେ ଏଆଇକୁ ଆପଣାଉଛନ୍ତି କମ୍ପାନୀ -
ସେ ଆହୁରି କହିଛନ୍ତି ଯେ, ଏହି ସଙ୍କଟ ଆର୍ଥିକ ମାନ୍ଦାବସ୍ଥାର ଫଳ ନୁହେଁ। ବରଂ ଏହା ସେହି କମ୍ପାନୀ ଗୁଡ଼ିକ କାରଣରୁ ,ଯେଉଁମାନେ ଖର୍ଚ୍ଚ ହ୍ରାସ କରିବା ଓ ଦକ୍ଷତା ବଢାଇବା ପାଇଁ ଏଆଇକୁ ଆପଣାଉଛନ୍ତି। ମୁଖାର୍ଜୀ କହିଛନ୍ତି ଯେ, ଆମେ ଦେଖି ପାରିବା ଯେ, ପ୍ରତି କମ୍ପାନୀ ଲୋକଙ୍କ ସ୍ଥାନରେ ଏଆଇକୁ ଆପଣାଉଛନ୍ତି। ତାହା ଆପଣ ପୋର୍ଟଫୋଲିଓରେ ସାମିଲ ବ୍ୟାଙ୍କ ହେଉ, ଯେଉଁ ମିଡ଼ିଆ ସଂସ୍ଥା ସହ ଆମେ କଥା ହେଉ, କିମ୍ୱା ଚୀନର ପୋର୍ଟଫୋଲିଓରେ ସାମିଲ ଆଇଟି ସର୍ଭିସ ପ୍ରୋଭାଇଡର୍ସ ହେଉ। ବିଜ୍ଞାପନ ମଧ୍ୟ ଏଆଇ ସ୍ତରୀୟ ହୋଇସାରିଛି। ଏମିତି କି ବିଜ୍ଞାପନରେ ଥିବା ମଡେଲଟି ମଧ୍ୟ ଏଆଇ ଅଟେ। ଏହା ମଧ୍ୟ ବିଜ୍ଞାପନରେ ଦେଖାଯାଉ ଥିବା ଶୁଆ ବି ଅସଲି ନୁହେଁ।
ଋଣ ବୃଦ୍ଧି ଏହି ଉତ୍ତେଜନାକୁ ଆହୁରି ବଢାଉଛି –
ଘରୋଇ ଋଣର ବୋଝ ବୃଦ୍ଧି ଏହି ଉତ୍ତେଜନାକୁ ଆହୁରି ବଢାଉଛି। ମୁଖାର୍ଜୀଙ୍କ ଅନୁସାରେ ,ହୋମ୍ ଲୋନଙ୍କୁ ଛାଡ଼ି , ଭାରତୀୟ ଘରୋଇ ଋଣ ଆୟର ୩୩-୩୪ % , ଯାହା ବିଶ୍ୱରେ ସବୁଠୁ ଅଧିକ। ବିଭାଗ ଉପରେ ବୋଝ , ଏତେ ଋଣ ଯେ, ଏହାକୁ ସୁଝିବାରେ ସମୟ ଲାଗିବ।
ଟ୍ରମ୍ପ ଟାରିଫର ହେବ ବଡ଼ ପ୍ରଭାବ –
ମୁଖାର୍ଜୀ ବାହଃ ରିସ୍କ, ବିଶେଷକରି ଆମେରିକା ସହ ବ୍ୟାପାରିକ ଉତ୍ତେଜନା ଆଡ଼କୁ ଇସାରା କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ,ଯଦି ରାଷ୍ଟ୍ରପତି ଟ୍ରମ୍ପ ଟାରିଫ୍ ଫେରେଇ ନନିଅନ୍ତି , ତ ଖ୍ରୀଷ୍ଟମାସ ଯାଏ ୨କୋଟି ଯାଏ ଭାରତୀୟ ଚାକିରି ଯାଇପାରେ। ସେ କହିଛନ୍ତି ଯେ, ବାର୍ଷିକ ୨-୫ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କ ଚାକିରି ଯିବା ଓ ଦଶନ୍ଧି ଧରି ରପ୍ତାନୀ ଫ୍ରାଞ୍ଚାଇଜ୍ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକୁ ଦଣ୍ଡ ମିଳିବା ଖୁବ୍ ଦୁଃଖଦ। ସେ ଆହୁରି କହିଛନ୍ତି ଯେ , ଆଶା ଓ ପ୍ରାର୍ଥନା କରନ୍ତୁ ଯେ, ଭାରତ ସରକାର ଓ ରାଷ୍ଟ୍ରପତି ଟ୍ରମ୍ପ ଖୁବ୍ ଶୀଘ୍ର ହିଁ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ପହଞ୍ଚିବେ।