ଆତ୍ମନିର୍ଭର ନୌସେନାର ଶକ୍ତି; ଅନ୍ଧାରରେ ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଅବତରଣ କଲା ମିଗ୍-29K ବିମାନ

Image Courtesy: Twitter/ SpokespersonNavy
ନୂଆଦିଲ୍ଳୀ,୨୫/୦୫: ଭାରତୀୟ ନୌସେନା ପୁଣି ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ମିଗ୍-29K ବିମାନ ବିଳମ୍ବିତ ରାତି ଅନ୍ଧାରରେ ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଅବତରଣ କରିଛି। ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ଏହା ନୌସେନାର ଆତ୍ମନିର୍ଭରଶୀଳତା ପ୍ରତି ଉତ୍ସାହର ଏକ ସଂକେତ ଅଟେ। ଭାରତୀୟ ନୌସେନା ଏହି ଉପଲବ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଏକ ମାର୍ଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ସୂଚିତ କରିଛି।

ମିଗ୍ -29K ଅବତରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଆଇଏନ୍ଏସ୍ ବିକ୍ରାନ୍ତରେ ମିଗ୍ -29K ର ପ୍ରଥମ ରାତ୍ରି ଅବତରଣ ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଥିବାରୁ ମୁଁ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଉଛି। ଏହି ଉଲ୍ଲେଖନୀୟ ସଫଳତା ହେଉଛି ବିକ୍ରାନ୍ତ କ୍ରିୟୁ ଏବଂ ନୌସେନାର ପାଇଲଟ୍ ମାନଙ୍କ ଦକ୍ଷତା, ଦୃଢ଼ତା ଏବଂ କର୍ତ୍ତବ୍ୟ ସାକ୍ଷୀ। ଭାରତୀୟ ନୌସେନା ଟ୍ୱିଟ୍ କରି କହିଛି ଯେ ଏହି ଚ୍ୟାଲେଞ୍ଜିଂ ନାଇଟ୍ ଲ୍ୟାଣ୍ଡିଂ ଟ୍ରାଏଲ୍ ଆଇଏନ୍ଏସ୍ ବିକ୍ରାନ୍ତର କ୍ରିୟୁ ଏବଂ ନୌସେନାର ପାଇଲଟମାନଙ୍କର ନିଷ୍ଠା, ଦକ୍ଷତା ଏବଂ ବୃତ୍ତିଗତ ପ୍ରଦର୍ଶନତାକୁ ଦର୍ଶାଉଛି।
Congratulations to the Indian Navy for successfully undertaking the maiden night landing trials of MiG-29K on #INSVikrant. This remarkable achievement is a testimony to the skills, perseverance and professionalism of the Vikrant crew and Naval pilots. Kudos to them. https://t.co/1wzIONNM8C
— Rajnath Singh (@rajnathsingh) May 25, 2023
ଉଲ୍ଲେଖୌଯୋଗ୍ୟ ଯେ, ଆଇଏନ୍ଏସ୍ ବିକ୍ରାନ୍ତ ହେଉଛି ଭାରତରେ ନିର୍ମିତ ପ୍ରଥମ ବିମାନ ପରିବହନକାରୀ ଯୁଦ୍ଧପୋତ। ଏହାକୁ କେରଳର କୋଚିନ୍ ସିପୟାର୍ଡ ଲିମିଟେଡ୍ (CSL) ଦ୍ୱାରା ନିର୍ମାଣ କରାଯାଇଥିଲା। ଏହି ସ୍ୱଦେଶୀ ବିମାନ ପରିବହନକାରୀ ଭାରତର ପ୍ରଥମ ବିମାନ ପରିବହନକାରୀ ଆଇଏନ୍ଏସ୍ ବିକ୍ରାନ୍ତ ନାମରେ ନାମିତ ହୋଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ଆଇଏନ୍ଏସ୍ ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କରିଥିଲେ। ଦେଶ ବର୍ତ୍ତମାନ ୪୦,୦୦୦ ଟନ୍ରୁ ଅଧିକ ବିମାନ ପରିବହନକାରୀ ନିର୍ମାଣ କରିବାରେ ସକ୍ଷମ ରାଷ୍ଟ୍ର ସମୁହ ମଧ୍ୟରେ ଏକ ଅଂଶ ହୋଇପାରିଛି।
ଏହି ଖବର ମଧ୍ୟ ପଢ଼ନ୍ତୁ: ଅମୁଲକୁ ତାମିଲନାଡ଼ୁରୁ ଦୁଗ୍ଧ ନକିଣିବାକୁ ନିର୍ଦ୍ଦେଶ ଦିଅନ୍ତୁ କେନ୍ଦ୍ର ସରକାର: ଏମ୍ କେ ଷ୍ଟାଲିନ୍