ନୂଆଦିଲ୍ଲୀ,୩୧/୧୨: ନୂଆବର୍ଷ ୨୦୨୫ ନୌସେନା ପାଇଁ ଶକ୍ତିଶାଳୀର ବର୍ଷ ହେବାକୁ ଯାଉଛି । ସମୁ୍ଦ୍ରରେ ବଢିବାକୁ ଯାଉଛି ନୌବୀରଙ୍କ ବଳ । ଶତ୍ରୁକୁ ଚମକା ଦେବ ଭାରତୀୟ ନୌସେନା । ପ୍ରଥମ ଥର ପାଇଁ ନୌସେନାରେ ଏକାସଙ୍ଗରେ ସାମିଲ ହେବାକୁ ଯାଉଛି ବୁଡାଜାହଜ, ଡେଷ୍ଟ୍ରୟର ଓ ମିସାଇଲ ଫ୍ରିଗେଟ୍ ।

ଭାରତୀୟ ନୌସେନାକୁ ପ୍ରେଜେକ୍ଟ ୭୫ର ଶେଷ କାଲଭରି କ୍ଲାସର ବୁଡାଜାହଜ, ଆଇଏନଏସ ୱାଗସିର ସହ ପ୍ରୋଜେକ୍ଟ ୧୫ (ବିଶାଖାପାଟଣା କ୍ଲାସ)ର ଶେଷ ବିଧ୍ବଂସକ ଜାହଜ ଆଇଏନଏସ ସୁରଟ ଏବଂ ପ୍ରୋଜେକ୍ଟ ୧୭ ଏରେ ଏକ ନୀଳଗିରି କ୍ଲାସ ଜାହାଜ, ଆଇଏନଏସ ନୀଳଗିରି ଯୋଗାଇ ଦିଆଯିବ । ଆସନ୍ତାବର୍ଷ ଅର୍ଥାତ ୨୦୨୫ ଜାନୁଆରୀରେ ମୁମ୍ବାଇରେ ଏହାକୁ ସାମିଲ କରାଯିବ । ଆତ୍ମନିର୍ଭର ଭାରତ ଓ ମେକ ଇନ ଇଣ୍ଡିଆ ଯୋଜନାରେ ଏହି ପଦକ୍ଷେପ ନିଆଯାଉଛି । ଭାରତୀୟ ନୌସେନାରେ ଏକାସଙ୍ଗରେ ବୁଡାଜାହଜ, ଡେଷ୍ଟ୍ରୟର ଓ ମିସାଇଲ ଫ୍ରିଗେଟ୍ ସାମିଲ ହେଲେ ଏହା ବଡ ବୁଷ୍ଟ ସାବ୍ୟସ୍ତ ହେବ ।

କହିରଖୁଛୁ କି ୨୦୨୩ ମେ ୧୮ରେ ପ୍ରୋଜେକ୍ଟ ୭୫ର ଷଷ୍ଠ ବୁଡାଜାହଜ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିଲା । ୨୦୨୨ ଏପ୍ରିଲରେ ମଝଗାଓଁ ଡକ୍ ସିପବଲଡର୍ସ ଲିମିଟେଡର କାହ୍ଲୋଜି ଆଙ୍ଗ୍ରୋ ୱେଟ ବେସିନରୁ ଏହାକୁ ଶୁଭାରମ୍ଭ କରାଯାଇଥିଲା ।