PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସ୍ୱର୍ଣ୍ଣ ଜିତିଲେ ମେରୀକମ୍‌

ନୂଆଦିଲ୍ଲୀ, ୨୯/୦୭ (ଏଜେନ୍ସି): ଇଣ୍ଡୋନେସିଆର ଲାବୁଆନ୍‌ ବାଜୋରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ୍‌ସ କପ୍‌ରେ ଚମକିଛନ୍ତି ଭାରତର ପ୍ରସିଦ୍ଧ ବକ୍ସର ଏମ୍‌ସି ମେରୀକମ୍‌ । ସେ ୫୧ କିଲୋ ବର୍ଗ ଫାଇନାଲ୍‌ରେ ଅଷ୍ଟ୍ରେଲିଆର ଆପ୍ରିଲ ଫ୍ରାଙ୍କ୍‌ସଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୬ଥର ବିଶ୍ୱ ଚାମ୍ପିଅନ୍‌ ମେରୀକମ୍‌ ଏହି ବାଉଟ୍‌ରେ ୫-୦ ପଏଣ୍ଟରେ ବିଜୟୀ ହୋଇଥିଲେ । ପୂର୍ବରୁ ସେ ସେମି ଫାଇନାଲ୍‌ରେ ଭିଏତନାମର ଆନ୍‌ ଭୋ ଥି କିମ୍‌ଙ୍କୁ ୩-୨ରେ ପରାସ୍ତ କରିଥିଲେ ।

ମେରୀକମ୍‌ ଫାଇନାଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମରୁ ପ୍ରତିପକ୍ଷ ଆପ୍ରିଲଙ୍କୁ ଆକ୍ରମଣ କରଥିଲେ । ଏକତରଫା ଭାବେ ସେ ବିଜୟ ଲାଭ କରିବା ସହ ସ୍ୱର୍ଣ୍ଣ ପଦକ ସ୍ୱାଦ ଚାଖିଥିଲେ । ଏଥିସହ ନିଜ ଦବ୍‌ଦବା ବଜାୟ ରଖିଥିଲେ । ଗତ ମେ’ ମାସରେ ମେରୀକମ୍‌ ଇଣ୍ଡିଆନ୍‌ ଓପନ ବକ୍ସିଂ ସ୍ୱର୍ଣ୍ଣ ପଦକ ଜିତିଥିଲେ । ହେଲେ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ରୁ (ଥାଇଲାଣ୍ଡ) ଓହରି ଯାଇଥିଲେ । ତେବେ ପ୍ରେସିଡେଣ୍ଟସ କପ୍‌ ବକ୍ସିଂ ସ୍ୱର୍ଣ୍ଣ ଜିତି ମେରୀକମ୍‌ ଆଗାମୀ ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍‌ ପାଇଁ ପ୍ରସ୍ତୁତି କରିଛନ୍ତି । ଆଗାମୀ ସେପ୍ଟେମ୍ବର ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ରୁଷିୟାରେ ଏହି ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର