ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା

Published By : Prameya | April 14, 2025 8:29 AM

ଲକ୍ଷ୍ନୌ,୧୪/୪: ଆଇପିଏଲ୍‌ର ୩୦ତମ  ଲିଗ୍‌ ମ୍ୟାଚ୍‌ରେ ଆଜି ଘରୋଇ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ୫ଥର ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ସାମ୍ନାସାମ୍ନି ହେବେ । ରିଷଭ ପନ୍ତଙ୍କ ସୁପରଜାଏଣ୍ଟ୍‌ସ ଦଳ କ୍ରମାନ୍ୱୟରେ ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଏମ୍‌ଏସ୍‌ ଧୋନିଙ୍କ ସୁପରକିଙ୍ଗ୍‌ସଙ୍କ ପାଇଁ ବିଜୟ ଜରୁରୀ  ହୋଇ ପଡ଼ିଛି । ଆଜି ଦଳ ପରାଜୟଧାରାରେ ବ୍ରେକ ଲଗାଇବାକୁ ସବୁ ଶକ୍ତି ଖଟାଇବ । 

ସୁପରକିଙ୍ଗ୍‌ସ କ୍ରମାନ୍ୱୟରେ ୫ଟି ମ୍ୟାଚ୍‌ ହାରି  ପଏଣ୍ଟ ତାଲିକାରେ ସବା ଶେଷରେ ରହିଛି । ନିୟମିତ  ଅଧିନାୟକ ଋତୁରାଜ ଗାଏକୱାଡ୍‌ ଆହତ ହୋଇ ବାଦ୍‌ ପଡ଼ିବା ପରେ ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଯାଇଛି । ଆଜି ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଧୋନିଙ୍କ ନେତୃତ୍ୱରେ ଦଳର ଭାଗ୍ୟ ବଦଳିବ ବୋଲି  ଆଶା କରାଯାଉଥିଲା । ମାତ୍ର ଗତ ନାଇଟ୍‌ ରାଇଡର୍ସ  ବିପକ୍ଷ ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ପୂର୍ବ ପ୍ରଦର୍ଶନକୁ ଭୁଲି ଦଳ ଆଜି ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି । 

ସୁପରଜାଏଣ୍ଟ୍‌ସ ୬ଟି ମ୍ୟାଚ୍‌ ଖେଳି ୪ବିଜୟ, ୨ ପରାଜୟ ସହ ମୋଟ ୮ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ  ରହିଛି । ଦଳ ଏକ ଶକ୍ତିଶାଳୀ ଏକାଦଶ ପ୍ରସ୍ତୁତ  କରିସାରିଛି । ଟପ୍‌ ଅର୍ଡ଼ରରେ ଆଡେନ ମାରକ୍ରମ, ମିଚେଲ ମାର୍ଶ ଓ ନିକୋଲାସ ପୂରନ ଜବରଦସ୍ତ ଫର୍ମରେ ଅଛନ୍ତି । ଖାସ୍‌ କରି ପୂରନଙ୍କ ବ୍ୟାଟିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସେ ୬ଟି ମ୍ୟାଚ୍‌ରୁ ୩୧ଟି ଛକା ମାରି ସାରିଛନ୍ତି ।  ମାର୍ଶ ପୂର୍ବ ମ୍ୟାଚ୍‌ ଖେଳିନଥିଲେ । ଆସନ୍ତାକାଲି ସେ  ଏକାଦଶକୁ ଫେରିବେ । କେବଳ ପନ୍ତଙ୍କ ଫର୍ମ ଚିନ୍ତାଜନକ  ରହିଛି । ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି । 

ଉଭୟ ଦଳ ପୂର୍ବରୁ ୫ଥର ପରସ୍ପରକୁ ଭେଟିଛନ୍ତି । ସୁପରଜାଏଣ୍ଟ୍‌ସ ୩ଟି ଓ ସୁପରକିଙ୍ଗ୍‌ସ ଗୋଟିଏ ମ୍ୟାଚ୍‌ ଜିତିଥିବାବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ଗତ ସିଜନରେ ସୁପରଜାଏଣ୍ଟ୍‌ସ ୨ଟି ଯାକ ମ୍ୟାଚ୍‌ ବିଜୟୀ ହୋଇଥିଲା । 

ଏକାନ୍ନା ଷ୍ଟାଡିୟମର ପିଚ୍‌ ପେସ୍‌ ଓ ସ୍ପିନରଙ୍କୁ  ସହାୟତା କରୁଛି । ଏଠାରେ ୧୦ଟି ଆଇପିଏଲ୍‌ ମ୍ୟାଚ୍‌  ଖେଳାଯାଇଛି ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ  ୬ଟି ଜିତିଛନ୍ତି । ଆଜି ଟସ୍‌ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଆଶା କରାଯାଉଛି ।

-:ସମ୍ଭାବ୍ୟ ଦ୍ୱାଦଶ:-

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ, ମିଚେଲ  ମାର୍ଶ/ହିମତ ସିଂହ, ନିକୋଲାସ ପୂରନ, ରିଷଭ ପନ୍ତ  (ଅଧିନାୟକ), ଆୟୂଷ ବାଦୋନି, ଡେଭିଡ୍‌ ମିଲର,  ଅବଦୁଲ ସମଦ, ସର୍ଦୁଲ ଠାକୁର, ଆକାଶ ଦୀପ,  ରବି ବିଷ୍ଣୋଇ, ଅଭେଶ ଖାନ, ଦିଗଭେଶ ରାଠି । 

ସୁପରକିଙ୍ଗ୍‌ସ: ଡେଭନ କନୱେ, ରଚିନ ରବିନ୍ଦ୍ର,  ରାହୁଲ ତ୍ରିପାଠୀ, ବିଜୟ ଶଙ୍କର, ଶିବମ ଦୁବେ,  ରବିନ୍ଦ୍ର ଜାଡେଜା, ଏମ୍‌ଏସ୍‌ ଧୋନି (ଅଧିନାୟକ),  ଆର୍‌ ଅଶ୍ୱିନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ,  ଖଲିଲ ଅହମ୍ମଦ, ମଥିଶା ପତିରଣା ।

ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀକୁ ହରାଇଲା ମୁମ୍ବାଇ; ୧୨ ରନ୍‌ରେ ଜିତିଲା ମ୍ୟାଚ୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.