ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

IPL 2025: ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ସାମ୍ନା ସାମ୍ନି ହେବେ ଶ୍ରେୟାସ- ସାମସନ

Published By : Prameya | April 5, 2025 12:03 PM

ମୁଲନପୁର,୦୫/୦୪: ଆଜି ଟେବୁଲ୍‌ ଟପ୍ପର ପଞ୍ଜାବ କିଙ୍ଗ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ  ଯାଉଛି । ମୁଲନପୁର ସ୍ଥିତ ନୂଆ ପିସିଏ ଷ୍ଟାଡ଼ିୟମ୍‌ରେ ଶ୍ରେୟାସ ଆୟରଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ସାମ୍ନା କରିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସାରିଥିବା ପଞ୍ଜାବ କିଙ୍ଗସ ଘରୋଇ ଗ୍ରାଉଣ୍ଡ୍‌ରେ ମଧ୍ୟ ରାଜୁତି କରିବାକୁ ଲକ୍ଷ୍ୟ ରଖିଛି । ସେହିପରି  ୨ଟି ପରାଜୟ ପରେ ପଏଣ୍ଟ ଖାତା ଖୋଲିଥିବା ରାଜସ୍ଥାନ  ରୟାଲ୍ସ ମଧ୍ୟ ବିଜୟ ଜାରି ରଖିବାକୁ ଅପେକ୍ଷା କରିଛି । 

ସବୁ କ୍ରିକେଟ୍‌ ପ୍ରେମୀଙ୍କ ନଜର ଏହି ମ୍ୟାଚ୍‌ ଉପରେ ରହିବ । ପ୍ରଥମତଃ ଶ୍ରେୟାସଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଚଳିତ ସିଜନର ସବୁଠୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ଦ୍ୱିତୀୟତଃ ଆଜି ସଞ୍ଜୁ ସାମସନ  ଅଧିନାୟକ ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଛନ୍ତି । 

ଆଜି ପଞ୍ଜାବ କିଙ୍ଗ୍‌ସ ମୁଲନପୁର ଦୁଃଖ ପାଶୋରିବାକୁ ପ୍ରୟାସ କରିବ । ଗତ ସିଜନରେ ପଞ୍ଜାବ  କିଙ୍ଗ୍‌ସ ଏହି ଗ୍ରାଉଣ୍ଡ୍‌ରେ ୫ଟି ମ୍ୟାଚ୍‌ ଖେଳି ୪ଟିରେ  ପରାଜିତ ହୋଇଥିଲା । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ  ହେଲେ ଘରୋଇ ମ୍ୟାଚ୍‌ ଜିତିବା ଜରୁରି ବୋଲି କୋଚ୍‌  ରିକି ପଣ୍ଟିଂ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦଳକୁ ସ୍ପଷ୍ଟ କରାଇ  ଦେଇଛନ୍ତି । ପ୍ରତ୍ୟେକ ଖେଳାଳି ଚମତ୍କାର ଫର୍ମରେ ରହିଥିବାରୁ ପଣ୍ଟିଂଙ୍କ ପରାମର୍ଶକୁ ଦଳ ଗୁରୁତ୍ୱ ଦେବ । 

ରାଜସ୍ଥାନ ରୟାଲ୍ସ ଗତ ଚେନ୍ନାଇ ସୁପରକିଙ୍ଗ୍‌ସ  ବିପକ୍ଷ ମ୍ୟାଚ୍‌ରେ ବିଜୟ ସହ ଅନେକ ତ୍ରୁଟି ସୁଧାରିଛି ।  ବିଶେଷ କରି ବ୍ୟାଟିଂ ବିଭାଗରେ ସନ୍ତୁଳନ ବୃଦ୍ଧି ପାଇଛି ।  ନୀତିଶ ରାଣାଙ୍କୁ ୩ନଂ ସ୍ଥାନରେ ବ୍ୟାଟିଂ କରାଇବାର  ରଣନୀତି ସଫଳ ହୋଇଛି । ତଥାପି ନିମ୍ନ ଭାଗ ବ୍ୟାଟିଂ ଉପରେ ଟିମ ମ୍ୟାନେଜମେଣ୍ଟ ବିଚାର କରିବ । ଦଳର ବୋଲିଂ ବିଭାଗ ସନ୍ତୁଳିତ ରହିଛି । ଶ୍ରୀଲଙ୍କାର ଦୁଇ ସ୍ପିନର  ମହୀଶ ତୀକ୍ଷଣା ଓ ୱାନିଣ୍ଡୁ ହସରଙ୍ଗା ପ୍ରତିପକ୍ଷ ବ୍ୟାଟରଙ୍କୁ  ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ସୁପରକିଙ୍ଗ୍‌ସ ବିପକ୍ଷରେ ହସରଙ୍ଗା ୪ଟି ୱିକେଟ୍‌ ନେଇଥିଲେ। 

ପଞ୍ଜାବ କିଙ୍ଗ୍‌ସ ସବୁ ବିଭାଗରେ ଦମ୍‌ଦାର  ପ୍ରଦର୍ଶନ କରିଛି । ଘରୋଇ ଓ ବିଦେଶୀ ଖେଳାଳିଙ୍କ  ମିଶ୍ରଣରେ ପଞ୍ଜାବ କିଙ୍ଗ୍‌ସ ବେଶ ଶକ୍ତିଶାଳୀ ଦଳ  ଗଢିଛି । ପ୍ରତି ସ୍ଥାନ ପାଇଁ ଦଳ ନିକଟରେ ବିକଳ୍ପ ରହିଛି । 

ପଞ୍ଜାବ କିଙ୍ଗ୍‌ସ ଏକାଦଶ ଅପରିବର୍ତ୍ତିତ  ରଖିବାର ଯଥେଷ୍ଟ ସମ୍ଭାବନା ରହିଛି । ସ୍ପିନର ୟୁଝବେନ୍ଦ୍ର  ଚହଲଙ୍କ ଉପରେ ନଜର ରହିବ । ସେ ଗତ ୩ଟି ସିଜନ  ଧରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ୨୦୨୨ରେ ସେ  ୨୭ଟି ୱିକେଟ୍‌ ନେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ  ଓ ପର୍ପଲ କ୍ୟାପ୍‌ ହାସଲ କରିଥିଲେ । ଏଥର ନିଲାମ  ପୂର୍ବରୁ ତାଙ୍କୁ ରାଜସ୍ଥାନ ରୟାଲ୍ସ ବାଦ ଦେଇଥିଲା ଓ ପଞ୍ଜାବ  କିଙ୍ଗ୍‌ସ ୧୮କୋଟି ଟଙ୍କାରେ କିଣିଥିଲା । ସେ ଆଇପିଏଲ୍‌  ଇତିହାସର ସବୁଠୁ ଦାମୀ ସ୍ପିନର ଭାବେ ରେକର୍ଡ କରିଥିଲେ । 

ଏପର୍ଯ୍ୟନ୍ତ ସଫଳ ହୋଇ ନଥିବା ରାଜସ୍ଥାନ ରୟାଲ୍ସର  ଯଶସ୍ୱୀ ଜୈସ୍ୱାଲ୍‌ ଓ ପଞ୍ଜାବ କିଙ୍ଗ୍‌ସର ଗ୍ଲେନ ମ୍ୟାକ୍ସୱେଲଙ୍କ  ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । 

ମୁଲନପୁରରେ ସିଜନର ପ୍ରଥମ ମ୍ୟାଚ୍‌ ଖେଳାଯାଉଥିବାରୁ  ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଗତ  ସିଜନରେ ପିଚ୍‌ ସ୍ପିନରଙ୍କୁ ସହାୟତା କରିଥିଲା । ଏଥର ମଧ୍ୟ ସ୍ପିନରଙ୍କ ଉପରେ ଦଳ ନିର୍ଭର କରିବେ । ଗ୍ରାଉଣ୍ଡର ବିଶାଳ ବାଉଣ୍ଡାରୀରେ ବଡ଼ ସ୍କୋର କଷ୍ଟକର  ହେବ। ତଥାପି ରାତ୍ରିରେ ମ୍ୟାଚ୍‌ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ବାଦଶ

ପଞ୍ଜାବ କିଙ୍ଗ୍‌ସ: ପ୍ରଭସିମରନ ସିଂହ, ପ୍ରିୟାଂଶ  ଆର‌୍ୟ, ଶ୍ରେୟାସ ଆୟର (ଅଧିନାୟକ), ଗ୍ଲେନ  ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ୍‌, ଶଶାଙ୍କ ସିଂହ,  ସୂର‌୍ୟାଂଶ ସେଡଗେ, ମାର୍କୋ ଜାନସେନ, ଲୋକି  ଫର୍ଗୁସନ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ,  ବିଜୟ କୁମାର ବୈଶାଖ/ନେହାଲ ୱଧେରା । 

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ୍‌, ସଞ୍ଜୁ ସାମସନ  (ଅଧିନାୟକ), ନୀତିଶ ରାଣା, ରିୟାନ ପରାଗ, ଧ୍ରୁବ  ଜୁରେଲ, ୱାନିଣ୍ଡୁ ହସରଙ୍ଗା, ସିମରନ ହେତମାୟର,  ଜୋଫ୍ରା ଆର୍ଚର, ମହୀଶ ତୀକ୍ଷଣା, ତୁଷାର  ଦେଶପାଣ୍ଡେ, ସନ୍ଦୀପ ଶର୍ମା, ଶୁଭମ ଦୁବେ।

IPL 2025: ଆଜି ସୁପରକିଙ୍ଗ୍‌ସ-ଦିଲ୍ଲୀ କ୍ୟାପିଟାଲ୍ସ ଟକ୍କର, ମନ୍ଥର ଚିପକ୍‌ରେ ଲେଗ୍‌ ସ୍ପିନ୍‌ ଲଢ଼େଇ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.