PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆସୁଛି ପାର୍ବଣ ଋତୁ, ଗଡ଼ିବ ଆଉ ୩୯ଟି ଟ୍ରେନ୍

https://english.jagran.com/

ନୂଆଦିଲ୍ଲୀ, ୦୭/ ୧୦: ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ନଜରରେ ରଖି ରେଳ ବିଭାଗ ୩୯ଟି ଟ୍ରେନ୍‌ ଚଳାଚଳକୁ ଅନୁମତି ଦେଇଛି। ଏହି ସମସ୍ତ ୩୯ଟି ଟ୍ରେନ୍‌ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଟ୍ରାକରେ ଚାଲିବ। ଏଥସହିତ ରେଳ ବିଭାଗ ୩୯ଟି ସ୍ବତନ୍ତ୍ର ଟ୍ରେନ୍‌ର ତାଲିକା ପ୍ରକାଶ କରିଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହି ଟ୍ରେନ୍‌ ଚଳାଚଳକୁ ଅନୁମତି ଦେଇଛି ରେଳ ବିଭାଗ।

ପ୍ରକାଶିତ ତାଲିକା ଅନୁଯାୟୀ ଅଧିକ ଟ୍ରେନ୍‌ ଏସି ଏକ୍ସପ୍ରେସ୍, ଦୁରନ୍ତ, ରାଜଧାନୀ ଓ ଶତାବ୍ଦୀ ଶ୍ରେଣୀୟ ଅଟେ। ହେଲେ କେବେଠୁ ଟ୍ରେନ୍‌ ଚଳାଚଳ କରିବ ତାହା ଘୋଷଣା ହୋଇନାହିଁ। ଖୁବଶୀଘ୍ର ଏହି ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ସପ୍ତାହକ ପୂର୍ବରୁ ରେଲଓ୍ବ ବୋର୍ଡର ଚେୟାରମ୍ୟାନ୍‌ ବିନୋଦ କୁମାର ଯାଦବ କହିଥିଲେ ଯେ, ଭାରତୀୟ ରେଲଓ୍ବେ ଅକ୍ଟୋବର ୧୫ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ପାର୍ବଣ ଋତୁରେ ୨୦୦ରୁ ଅଧିକ ଟ୍ରେନ୍‌ ଚଳାଚଳ କରିବା ନେଇ ଯୋଜନା କରାଯାଇଛି।

ଦେଶରେ କୋର୍ପରେଟ୍‌ ସ୍କେଟରର ପ୍ରଥମ ଟ୍ରେନ୍‌ ତେଜସ୍‌ ଏକ୍ସପ୍ରେସ୍‌ ଅକ୍ଟୋବର ୧୭ରୁ ଟ୍ରାକରେ ଦୌଡ଼ିବ। ଆଇଆରସିଟିସି ପକ୍ଷରୁ ଏଥିପାଇଁ ଅକ୍ଟୋବର ୮ ତାରିଖରୁ ଟିକେଟ ବୁକିଙ୍ଗ୍‌ ଆରମ୍ଭ କରିବ। ଯାତ୍ରୀଙ୍କୁ ଟ୍ରେନରେ ପ୍ୟାକେଟ ଖାଇବା ମିଳିବ। ମଙ୍ଗଳବାର ଦିନ ଆଇଆରସିଟିସି ଓ ରେଳ ବିଭାଗ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।