PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ବିହାର, ଝାରଖଣ୍ଡ ଏବଂ ଓଡ଼ିଶା ଯାତ୍ରୀଙ୍କୁ ରେଲୱେର ଉପହାର, ଚାଲିବ ଏହି ୪ ସ୍ପେଶାଲ ଟ୍ରେନ୍

ନୂଆଦିଲ୍ଲୀ ୧୯/୩: ଭାରତୀୟ ରେଲୱେ ନିଜ ଯାତ୍ରୀଙ୍କ ପାଇଁ ଉତ୍ତମ ସୁବିଧା ଦେବା ପାଇଁ ବଡ ଘୋଷଣା କରିଛି । ଭାରତୀୟ ରେଳ ପାଟଣା ଏବଂ ପୁରୀ ମଧ୍ୟରେ ଚଲାଯାଉଥିବା ସ୍ପେଶାଲ ଟ୍ରେନର ସେବାରେ ବୃଦ୍ଧି କରିବା ପାଇଁ ଘୋଷଣା କରିଛି । ପାଟଣା ଏବଂ ପୁରୀ ମଧ୍ୟରେ ଚଲାଯାଉଥିବା ଏହି ସ୍ପେଶାଲ ଟ୍ରେନ୍ ଏବେ ୩୦ ଜୁନ୍ ସୁଦ୍ଧା ଚଲାଯିବ । ଏହା ବ୍ୟତୀତ ପାଟଣା ଏବଂ ଥାୱେ ମଧ୍ୟରେ ଚାଲୁଥିବା ଟ୍ରେନର ସେବାରେ ମଧ୍ୟ ବିସ୍ତାର କରିବାକୁ ଘୋଷଣା କରାଯାଇଛି । ଏହି ଟ୍ରେନ୍ ଏବେ ୩୦ ଜୁନ୍ ସୁଦ୍ଧା ଚଲାଯିବ । ରେଲୱେର ଏହି ବଡ ନିଷ୍ପତ୍ତି ଫଳରେ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶାର ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଟ୍ରେନରେ କନଫର୍ମ ସିଟ୍ ମିଳିବ ଏବଂ ଯାତ୍ରା ମଧ୍ୟ ଆରାମଦାୟକ ହେବ । ଭାରତୀୟ ରେଲୱେର ପୂର୍ବ ମଧ୍ୟ ରେଲୱେ ସେହି ସମସ୍ତ ଟ୍ରେନର ଡିଟେଲ୍ସ ସେୟାର କରିଛି ଯାହାର ସେବାରେ ବୃଦ୍ଧି କରାଯାଉଛି ।

ପାଟଣାରୁ ପୁରୀ ପର୍ଯ୍ୟନ୍ତ ଚାଲୁଥିବା ଗାଜି ନମ୍ବର ୦୩୨୩୦, ପାଟଣା-ପୁରୀ ସ୍ପେଶାଲ ଟ୍ରେନ୍ ଏବେ ୨୯ ଜୁନ୍ ପର୍ଯ୍ୟନ୍ତ ପ୍ରତ୍ୟକ ଗୁରୁବାର ଚଲାଯିବ । ସେହିଭଳି ପୁରୀରୁ ପାଟଣା ପର୍ଯ୍ୟନ୍ତ ଚାଲୁଥିବା ଗାଡି ନମ୍ବର ୦୩୨୨୯, ପୁରୀ-ପାଟଣା ସ୍ପେଶାଲ ଟ୍ରେନ୍ ଏବେ ୩୦ ଜୁନ୍ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚଲାଯିବ । କହିରଖୁଛୁ ଏହା ପୂର୍ବରୁ ଏହି ସ୍ପେଶାଲ ଟ୍ରେନକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚଲାଯିବା ଯୋଜନା ଥିଲା । ଗାଡି ନମ୍ବର ୦୩୨୩୦, ପାଟଣା-ପୁରୀ ସ୍ପେଶାଲ ଟ୍ରେନ୍ ପ୍ରତି ଗୁରୁବାର ସକାଳେ ୦୮.୪୫ ମିନିଟରେ ପାଟଣାରୁ ପ୍ରସ୍ଥାନ କରିବ ଏବଂ ଶୁକ୍ରବାର ରାତି ୦୨.୫୫ ମିନିଟ୍ ସମୟରେ ପୁରୀରେ ପହଞ୍ଚିବ । ରିଟର୍ଣ୍ଣରେ ଗାଡି ସଂଖ୍ୟା ୦୩୨୨୯, ପୁରୀ- ପାଟଣା ସ୍ପେଶାଲ ଟ୍ରେନ୍ ପ୍ରତି ଶୁକ୍ରବାର ଦ୍ୱିପ୍ରହର ୧୪.୫୫ ମିନିଟରେ ପୁରୀରୁ ପ୍ରସ୍ଥାନ କରିବ ଏବଂ ଶନିବାର ସକାଳେ ୦୯.୩୫ ମିନିଟରେ ପାଟଣାରେ ପହଞ୍ଚିବ ।

ପାଟଣାରୁ ଥାୱେ ପର୍ଯ୍ୟନ୍ତ ଚାଲୁଥିବା ଗାଡି ନମ୍ବର ୦୩୨୧୫, ପାଟଣା-ଥାୱେ ସ୍ପେଶାଲ ଟ୍ରେନ୍ ଏବେ ୩୦ ଜୁନ୍ ପର୍ଯ୍ୟନ୍ତ ପ୍ରତିଦିନ ଚଲାଯିବ । ଏହିଭଳି ଥାୱେରୁ ପାଟଣା ପର୍ଯ୍ୟନ୍ତ ଚାଲୁଥିବା ଗାଡି ସଂଖ୍ୟା ୦୩୨୧୬, ଥାୱେ ପାଟଣା ସ୍ପେଶାଲ ଟ୍ରେନ୍ ଏବେ ୩୦ ଜୁନ୍ ପର୍ଯ୍ୟନ୍ତ ପ୍ରତିଦିନ ଚଲାଯିବ । ରିଟର୍ଣ୍ଣରେ ଗାଡି ନମ୍ବର ୦୩୨୧୬, ଥାୱେ-ପାଟଣା ସ୍ପେଶାଲ ଟ୍ରେନ୍ ପ୍ରତିଦିନ ସନ୍ଧ୍ୟା ୧୮.୨୫ ମିନିଟ୍ ସମୟରେ ଥାୱେରୁ ପ୍ରସ୍ଥାନ କରିଥାଏ ଏବଂ ସେହି ଦିନ ରାତିରେ ୨୩.୪୫ ମିନିଟରେ ପାଟଣାରେ ପହଞ୍ଚିବ ।

ସମ୍ବନ୍ଧିତ ଖବର