ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଜାଲ୍‌ ଟିକଟ ବେପାରୀଙ୍କୁ ଶକ୍ତ ଧକ୍କା, ଏଣିକି ତତ୍କାଳ ଟିକଟରେ ଇ-ଆଧାର ବାଧ୍ୟତାମୂଳକ

Published By : Prameya | June 5, 2025 12:21 PM

ଭୁବନେଶ୍ୱର,୦୫/୦୬:  ନିଜେ ଯାତ୍ରା ନକରି ଅନ୍ୟ ନାମରେ ଟିକଟ ବୁକିଂ କରୁଥିବା ଜାଲ ଟିକଟ ବ୍ୟବସାୟୀଙ୍କୁ ଶକ୍ତ ଧକ୍କା । ଏଣିକି ତତ୍କାଳ ଟିକଟରେ  ଇ-ଆଧାର ବାଧ୍ୟତାମୂଳକ । ତତ୍କାଳ ଟିକଟ କରିବା ବେଳେ ଇ-ଆଧାର  ଅଥେଣ୍ଟିକେସନ୍‌ କରିବାକୁ ପଡ଼ିବ । ଯାହା  ଜରୁରୀ ଆବଶ୍ୟକତା ସମୟରେ ପ୍ରକୃତ  ଯାତ୍ରୀମାନଙ୍କୁ ବିଶେଷ ଭାବେ ସହାୟକ  ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଏ ନେଇ  ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ଉଲ୍ଲେଖ  କରିଛନ୍ତି ।  




ସେହିପରି ଏଆଇ-ଚାଳିତ ବଟ୍‌  ମିଟିଗେସନ୍‌ ପ୍ରକୃତ ଟିକେଟ୍‌ ବୁକିଂକୁ ବୃଦ୍ଧି  କରି ୨.୫ କୋଟି ସନ୍ଦିଗ୍ଧ ଉପଭୋକ୍ତାଙ୍କ  ଆଇଡି ନିଷ୍କ୍ରିୟ କରିଛି। ଗତ ମେ ୨୨ରେ  ଗୋଟିଏ ମିନିଟରେ ୩୧,୮୧୪ ଟିକଟ  ବୁକିଂ ହୋଇପାରିଛି । ଯାହା ଟିକେଟ୍‌  ବୁକିଂରେ ରେକର୍ଡ ସଫଳତା । ଉନ୍ନତ ଉପଭୋକ୍ତା ଅଭିଜ୍ଞତା ଲଗଇନ୍‌ ବୃଦ୍ଧି କରି  ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ  ହାରାହାରି ୮୨.୫୭ ଲକ୍ଷକୁ ବୃଦ୍ଧି ପାଇଛି ।  ଭାରତୀୟ ରେଳ ଏହାର ଟିକେଟିଂ  ଭିତ୍ତିଭୂମିର ଏକ ବ୍ୟାପକ ଡିଜିଟାଲ୍‌  ପରିବର୍ତ୍ତନ କରିଛି । ଯାହା ସ୍ୱଚ୍ଛତା, ସୁରକ୍ଷା  ଏବଂ ଉପଭୋକ୍ତା  ଅଭିଜ୍ଞତା ବୃଦ୍ଧି କରିବା ଦିଗରେ ଏକ  ପ୍ରମୁଖ ପଦକ୍ଷେପ ।  

୨୦୨୩-୨୪ ଆର୍ଥିକ  ବର୍ଷରେ ହାରାହାରି  ଦୈନିକ ଉପଭୋକ୍ତା  ଲଗଇନ୍‌ ୬୯.୦୮ ଲକ୍ଷରୁ ବୃଦ୍ଧି ପାଇ  ୨୦୨୪-୨୫ ଆର୍ଥିକ ବର୍ଷରେ ୮୨.୫୭  ଲକ୍ଷରେ ପହଞ୍ଚିଛି । ଯାହା ୧୯.୫୩  ପ୍ରତିଶତ ବୃଦ୍ଧି ପାଇଛି । ସମାନ ସମୟ  ମଧ୍ୟରେ ହାରାହାରି ଦୈନିକ ଟିକେଟ୍‌  ବୁକିଂ ୧୧.୮୫ ପ୍ରତିଶତ ବୃଦ୍ଧି ପାଇଛି ।  ଏହା ସହିତ, ଇ-ଟିକେଟିଂ ବର୍ତ୍ତମାନ  ମୋଟ ସଂରକ୍ଷିତ ଟିକେଟ୍‌ ବୁକିଂର  ୮୬.୩୮ ପ୍ରତିଶତ ବୋଲି ପୂର୍ବତଟ  ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.