ନୂଆଦିଲ୍ଳୀ,୧।୭: ମଇ ୨୦୨୬ ରେ ଯେତେବେଳେ ଭେନେଜୁଏଲାର ସମୁଦ୍ରରୁ ଖବର ଆସିଥିଲା ୩୩ ବର୍ଷୀୟ ଭାରତୀୟ ନାବିକ ରାକେଶ ଚୌହାନଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ଉପରେ ଭାଙ୍ଗି ପଡିଥିଲା ଦୁଃଖର ପାହାଡ। କିନ୍ତୁ ପ୍ରକୃତ ସତ କଥା ଏବେ ସାମନାକୁ ଆସିଛି, ପ୍ରାୟ ଏକ ମାସ ପରେ ରାକେଶଙ୍କ ଶବ ତାଙ୍କ ପୈତୃକ ଗାଁରେ ପହଁଞ୍ଚିଛି। ଶବ ଦେଖିବା ମାତ୍ରେ ରହସ୍ୟ ସୃଷ୍ଟି ହୋଇଛି, ଯାହାଫଳରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚାଞ୍ଚଲ୍ୟ ଖେଳି ଯାଇଛି। ଉତ୍ତର ପ୍ରଦେଶର ଦେଓ୍ବରିୟା ଜିଲ୍ଲାର ଲଗଡା ବଜାର ଟୋଲାରେ ରହୁଥିବା ରାକେଶ ଚୌହାନ ନଭେମ୍ବର ୨୦୨୫ ରେ ମର୍ଚେଣ୍ଟ ନାଭିର ଏକ ଜାହାଜରେ ଚାକିରି ପାଇଁ ଭେନେଜୁଏଲା ଯାଇଥିଲେ। ତାଙ୍କୁ ‘ଏକ୍ସଫିନିଟି’ ନାମକ କମ୍ପାନୀ ପଠାଇଥିଲା। ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ମଇରେ ହଠାତ କମ୍ପାନୀ ପକ୍ଷରୁ ଖବର ଆସିଥିଲା ରାକେଶ ଏବେ ଏ ଦୁନିଆରେ ନାହାଁନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ଭେନେଜୁଏଲା ସରକାର ଓ କମ୍ପାନୀ କହିଛି ରାକେଶଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି। ପ୍ରାୟ ଏକ ମାସ ପର୍ଯ୍ୟନ୍ତ ମୃତଦେହ ସେଠାର ଡିପ୍ ଫ୍ରିଜରରେ ରଖାଯାଇଥିଲା। ୪ ଜୁନ୍‌ରେ ତାଙ୍କ ମୃତଦେହକୁ ଦେଓରିଆ ପଠାଯାଇଥିଲା। ଭେନେଜୁଏଲାର ଅଧିକାରୀ ନା କୌଣସି ପୋଷ୍ଟମର୍ଟମ ରିପୋର୍ଟ ପଠାଇଥିଲେ, ନାଁ ମୃତ୍ୟୁର ସଠିକ୍ କାରଣ ଜଣାପଡିଥିଲା। ସେତେବେଳେ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା ସେମାନେ ପୁଣିଥରେ ପୋଷ୍ଟମର୍ଟମ ଦାବି କରିଥିଲେ। ଜିଲ୍ଲା ମାଜିଷ୍ଟେ୍ରଟ୍ଙ୍କ ନିର୍ଦେଶରେ ଯେତେବେଳେ ଉତ୍ତର ପ୍ରଦେଶ ଡାକ୍ତରଙ୍କ ଟିମ୍ ରାକେଶଙ୍କ ଶବ ଯାଞ୍ଚ କରିଥିଲେ, ତାଙ୍କର ହୋସ୍ ଉଡି ଯାଇଥିଲା। ଶବ ଭିତରର ସତ କୌଣସି ହରର ଫିଲ୍ମ ଭଳି ଥିଲା। ରାକେଶଙ୍କ ଗୋଟିଏ ବି ମୁଖ୍ୟ ଅଙ୍ଗ ନଥିଲା।

ଡାକ୍ତରମାନେ ପୋଷ୍ଟମର୍ଟମ ପରେ ଜଣାପଡିଥିଲା, ରାକେଶଙ୍କ ବ୍ରେନ୍, ହାର୍ଟ, ଦୁଇ ଫୁସଫୁସ୍, ଲିଭର, କିଡନୀ, ପାନକ୍ରିୟାଜ୍, ପ୍ଲିହା, ପେଟ୍ ଓ ଅନ୍ତନଳୀ ସବୁକିଛି ଗାଏବ ଥିଲା। ଏପରିକି ଗଳାର ଅଂଶ ଥାଇରଏଡ୍, ଭଏସ୍ ବକ୍ସ ଓ ନିଶ୍ବାସ ନଳୀ ମଧ୍ୟ ଶରୀରରେ ନଥିଲା। ମୃତଦେହର ମୁଣ୍ଡରୁ ନେଇ ବେକ ଓ ଛାତିରୁ ନେଇ ପେଟ୍ ସବୁବେଳେ କେବଳ ଚିରାକଟା ଏବଂ ସିଲେଇ ହୋଇଥିଲା। ଏଥିରୁ ସ୍ପଷ୍ଟ ଭାବରେ ଜଣାପଡିଥିଲା ଯେ, ଅଙ୍ଗ ଗାଏବ୍ କରାଯାଇଛି। ଅଙ୍ଗ ନଥିବା କାରଣରୁ ଭାରତୀୟଳ ଡାକ୍ତର ମୃତ୍ୟୁର ପ୍ରକୃତ କାରଣ ବି ଜାଣି ପାରି ନାହାନ୍ତି।

କମ୍ପାନୀର ବୟାନକୁ ନେଇ ପରିବାରର ଅଭିଯୋଗ

ରାକେଶଙ୍କ ବାପା ରାମଦେବ ଚୌହାନ ଓ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରହିଛି ଯେ, ତାଙ୍କୁ ଆରମ୍ଭରୁ ମିଛ କୁହାଯାଇଥିଲା।

-କମ୍ପାନୀର ଅଧିକାରୀମାନେ ପୂର୍ବରୁ ଫୋନ୍ କରି କହିଛନ୍ତି ରାକେଶ ଜାହାଜରୁ ଖସି ପଡିଥିଲେ। ତାଙ୍କୁ ଆଘାତ ଲାଗିଥିଲା ଏବଂ ଚିକିତ୍ସା ଚାଲିଛି।

-ତା ପରଦିନ ସକାଳେ ଫୋନ୍ କଲ୍ରେ କୁହାଯାଇଥିଲା ରାକେଶଙ୍କ ବଞ୍ଚିବାର ଆଶା ମାତ୍ର ୫% ରହିଛି।

-ତୃତୀୟ ଫୋନରେ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ନେଇ ଜଣାପଡିଥିଲା। ଯେତେବେଳେ ପରିବାର ଲୋକଙ୍କୁ ପଚରାଯାଇଥିଲା ମୃତ୍ୟୁ କିଭଳି ହେଲା, ସେ କହିଥିଲେ ଖସି ପଡିବା କାରଣରୁ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଛି। ତେବେ କାଗଜରେ କାହାଣୀ ପୁରା ଅଲଗା ଥିଲା। ପରେ କୁହାଯାଇଥିଲା ‘ହୃଦଘାତ’ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ପରିବାର ଳୋକଙ୍କ ଅଭିଯୋଗ ଯେ, ଯଦି ତାଙ୍କ ପୁଅର ସାଧାରଣ ମୃତ୍ୟୁ ଥିଲା, ତେବେ ଶରୀରର ସବୁ ଅଙ୍ଗ କୁଆଡେ ଗଲା ?

ଭାରତୀୟ ନାବିକଙ୍କ ଅଧିକାର ପାଇଁ ଲଢୁଥିବା ସଂଗଠନ ଏଫ୍ଏସ୍ୟୁଆଇ ଏହି ମାମଲାକୁ ସୋସିଆଲ ମିଡିଆରେ ଉଠାଇଛି। ଏହାକୁ ଖୁବ୍ ଗମ୍ଭୀର ବୋଲି ମଧ୍ୟ କହିଛି। ୟୁନିୟନ କହିଛି ବିଦେଶ ଯାଉଥିବା ଭାରତୀୟଙ୍କୁ ଏଭଳି ମାରି ଦିଆନଯାଉ।

ପୋଷ୍ଟ ମର୍ଟମରୁ ଅଙ୍ଗ ବାହାର କରିବା ସାଧାରଣ କଥା କି ?

ମେଡିକାଲ ସାଇନ୍ସ ଅନୁସାରେ, ଯେତେବେଳେ କୌଣସି ରହସ୍ୟମୟ ସ୍ଥିତିରେ ମୃତ୍ୟୁ ହୁଏ, ତେବେ ମୃତ୍ୟୁର ସଠିକ୍ କାରଣ ଜାଣିବାକୁ (ଯେପରି ବିଷ କିମ୍ବା ରୋଗ ବିଷୟରେ ଜାଣିବା ପାଇଁ) ପୂର୍ବରୁ ପୋଷ୍ଟମର୍ଟମ ବେଳେ ହାର୍ଟ, କିଡନର କିମ୍ବା ପେଟର କିଛି ଅଂଶକୁ ସଧାରଣତ ଯାଞ୍ଚ ପାଇଁ ପଠାଯାଉଥିଲା। କିନ୍ତୁ ରାକେଶଙ୍କ ମାମଲାରେ ଡାକ୍ତରଙ୍କ କହିବା ଅନୁସାରେ, ସାମ୍ପଲ ନାମରେ ଶରୀରର ଅଧା ଅଂଶକୁ ବାହାର କରିବା ଅଲଗା କଥା। ଶରୀରର ସବୁ ଆଭ୍ୟନ୍ତରୀଣ ଅଙ୍ଗକୁ ପୁରା ପୁରି ଗାଏବ୍ କରିଦେବା କିମ୍ବା ଏହାର କୌଣସି ନଦେବା ଖୁବ୍ ହାସ୍ୟସ୍ପଦ। ଏହାଦ୍ବାରା ‘ଅଙ୍ଗ ତସ୍କରୀ’ କିମ୍ବା କୌଣସି ବଡ ଅପରାଧକୁ ଲୁଚାଇବାର ବାସ୍ନା ବାରି ହେଉଛି। ବର୍ତ୍ତମାନ ଏହି ଘଟଣା ବିଦେଶରେ କାମ କରୁଥିବା ଲକ୍ଷାଧିକ ଭାରତୀୟଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଟାଇଛି। ଦେବରିୟାଙ୍କ ଗରିବ ପରିବାର ଆଜି ବି ନିଜ ପୁଅର ମୃତ୍ୟୁର ଦୁଃଖ ସହ ଏହି ଭୟଙ୍କର ସତ ଦେଇ ଗତି କରୁଛନ୍ତି। ତାଙ୍କ ପୁଅର ପୁରା ଶରୀର ସେ ଦେଖିପାରିଲେନି।