ପୁରୀ ୦୨/୦୧: ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପୁରୀରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାଗତ ପାଇଁ ବିଶ୍ୱ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ ସାହୁ ବାଲୁକା କଳା କରିଛନ୍ତି। ଏଥିରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ପ୍ରଭୁଙ୍କ ନିକଟରେ ପ୍ରାର୍ଥନାକୁ ସୁନ୍ଦର ଏବଂ ସଠିକ୍ ଭାବରେ ଚିତ୍ରଣ କରାଯାଇଛି। ଏହି ବାଲୁକା ଆନିମେସନ ତିଆରି କରିବାକୁ ମାନସଙ୍କୁ ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି କଳାକୃତି ମାଧ୍ୟମରେ, ସେ ବାର୍ତ୍ତା ଦେଇଛନ୍ତି: “ଓଡିଶାର ପୁରୀକୁ ସ୍ୱାଗତ।”

 

ସୂଚନାଯୋଗ୍ୟ, ୩ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବେ । ଲୋକଭବନରେ ସେ ରାତ୍ରି ବିଶ୍ରାମ କରିବେ । ୪ ତାରିଖ ବୁଧବାର ସକାଳେ ସେ ଶ୍ୱେତଗଙ୍ଗା ଯାଇ ପିଣ୍ଡଦାନ କରିବେ । ପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ସେ ସମସ୍ତ କାର୍ଯ୍ୟ ସାରି ଦିନ ପ୍ରାୟ ୯ଟାରେ ପୁରୀରୁ ରାଇରଙ୍ଗପୁର ଚାଲିଯିବେ।

ଆହୁରି ପଢ଼ନ୍ତୁ :- ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ: ଆଜି ସନ୍ଧ୍ୟାରେ ପହଞ୍ଚିବେ, କାଲି ଏଫଏମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ