ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ଘୋଷିତ, ଟି-ଟ୍ୱେଣ୍ଟିକୁ ଫେରିଲେ ଶେଫାଳି ଓ ସ୍ନେହ

Published By : Rasmita Pradhan | May 16, 2025 9:50 AM

ନୂଆଦିଲ୍ଲୀ, ୧୬/୦୫ : ଭାରତୀୟ ମହିଳା କ୍ରିକେଟ ଦଳ ଆସନ୍ତା ମାସ ଇଂଲଣ୍ଡ ଗସ୍ତ କରି ଏକ ସୀମିତ ଓଭର କ୍ରିକେଟ୍‌ ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳାଯିବ । ଉଭୟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଦୁର୍ଦ୍ଧର୍ଷ ଓପନର ଶେଫାଳି ବର୍ମା ଏବଂ ସ୍ପିନର ସ୍ନେହ ରାଣା ଟି-ଟ୍ୱେଣ୍ଟି ଦଳକୁ ଫେରିଛନ୍ତି । ଅନ୍ୟ ପଟରେ ୪ଜଣ ଯୁବ ଖେଳାଳିଙ୍କୁ ମଧ୍ୟ ଏହି ଦଳରେ ସୁଯୋଗ ଦିଆଯାଇଛି । ସେମାନେ ହେଲେ ଅଲରାଉଣ୍ଡର କ୍ରାନ୍ତି ଗୌଡ଼, ସାୟଲି ସତଘରେ, ବାମ ହାତି ସ୍ପିନର ଏନ୍‌ ଶ୍ରୀ ଚରଣୀ ଓ ସୂଚୀ ଉପାଧ୍ୟାୟ । ଶେଫାଳି ଗତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରଠୁ ଦଳରୁ ଅଣଦେଖା ହୋଇ ଆସୁଥିଲେ । ମାତ୍ର ଘରୋଇ କ୍ରିକେଟ୍‌ ଏବଂ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଦୃଢ଼ ପ୍ରଦର୍ଶନ କରି ଦଳକୁ ଫେରିଛନ୍ତି । ସିନିୟର ମହିଳା ଦିନିକିଆ ଟ୍ରଫିରେ ସେ ୧୫୨.୩୧ ଷ୍ଟ୍ରାଇକ ରେଟ୍‌ରେ ୫୨୭ରନ୍‌, ଦିନିକିଆ ଚ୍ୟାଲେଞ୍ଜର ଟ୍ରଫିରେ ୪୧୪ରନ୍‌ ଏବଂ ଡବ୍ଲ୍ୟୁପିଏଲରେ ୩୦୪ରନ୍‌ ସଂଗ୍ରହ କରିଥିଲେ । 

ଶ୍ରୀଲଙ୍କାରେ ଆୟୋଜିତ ଗତ ମହିଳା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜରେ ଭାରତ ଚାମ୍ପିଅନ୍‌ ହୋଇଥିଲା । ତେଣୁ ଚୟନ କମିଟି ଦିନିକିଆ ଦଳରେ କୌଣସି ପରିବର୍ତ୍ତନ କରିନାହାନ୍ତି । କେବଳ ଆହତ କାଶବୀ ଗୌତମଙ୍କ ସ୍ଥାନରେ ସାୟଲିଙ୍କୁ ସାମିଲ କରାଯାଇଛି । ଭାରତୀୟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ଟି ଟି-ଟ୍ୱେଣ୍ଟି (ଜୁନ ୨୮, ଜୁଲାଇ ୧, ୪, ୯, ୧୨ ତାରିଖ) ଏବଂ ୩ଟି ଦିନିକିଆ (ଜୁଲାଇ ୧୬, ୧୯, ୨୨ତାରିଖ) ଖେଳିବ । 

ଟି-ଟ୍ୱେଣ୍ଟି ଦଳ: ହର୍ମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧନା (ଉପ ଅଧିନାୟକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ୟସ୍ତିକା ଭାଟିଆ, ତେଜଲ ହସବନିସ୍‌, ଦୀପ୍ତି ଶର୍ମା, ସ୍ନେହ ରାଣା, ଶ୍ରୀ ଚରଣୀ, ସୂଚୀ ଉପାଧ୍ୟାୟ, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ସାୟଲି ସତଘରେ । 

ଦିନିକିଆ ଦଳ: ହର୍ମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧନା (ଉପ ଅଧିନାୟକ), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ୟସ୍ତିକା ଭାଟିଆ, ତେଜଲ ହସବନିସ୍‌, ଦୀପ୍ତି ଶର୍ମା, ସ୍ନେହ ରାଣା, ଶ୍ରୀ ଚରଣୀ, ସୂଚୀ ଉପାଧ୍ୟାୟ, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ସାୟଲି ସତଘରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.