ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଭାରତୀୟଙ୍କ ଏହି ନିଷ୍ପତ୍ତିରେ ବଢିଲା ତୁର୍କୀ ଓ ଅଜରବୈଜାନର ଅଡ଼ୁଆ, ସମସ୍ୟାରେ ଏହାର ଟୁରିଷ୍ଟ ମାର୍କେଟ୍

Published By : Prameya | May 14, 2025 8:52 PM

ନୂଆଦିଲ୍ଲୀ : ପାକିସ୍ତାନକୁ ଡ୍ରୋନ୍‌ ପଠାଇ ପାକିସ୍ତାନର ସାହାଯ୍ୟ କରିଥିବା ତୁର୍କୀକୁ ଲଗାତାର ଭାବେ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ତୁର୍କୀ , ଅଜରବୈଜାନ ଓ ଚୀନ ବିରୋଧରେ ଭାରତୀୟ ଏକାଠି ହୋଇ ଯାଇଛନ୍ତି। ଶହ ଶହ ଭାରତୀୟ ଯାତ୍ରୀ ଭାରତ ସହ ସଂଘର୍ଷରେ ପାକିସ୍ତାନର ସମର୍ଥନ କରିବା ପରେ ତୁର୍କୀ ଓ ଅଜରବୈଜାନର ଟ୍ରାଭେଲ ବୁକିଂ କ୍ୟାନସେଲ କରୁଛନ୍ତି। ଟ୍ରାଭେଲ ଇଣ୍ଡଷ୍ଟ୍ରୀଜ୍‌ର ଅଧିକାରୀଙ୍କ ଅନୁସାରେ , ତୁର୍କୀ ଓ ଅଜରବୈଜାନ ବିରୋଧରେ ବୟକଟ ଟ୍ରେଣ୍ଡ ବୃଦ୍ଧି ଏବଂ ଟ୍ରାଭେଲ ଅପରେଟରଙ୍କ ଦ୍ୱାର ଟୁର୍‌ ପ୍ୟାକେଜ୍‌ ଗୁଡ଼ିକର ବ୍ୟାନ ମଧ୍ୟରେ , ଏହି ଦେଶ ଗୁଡ଼ିକ ପାଇଁ ମୋଟ ୫୦ ପ୍ରତିଶତରୁ ଅଧିକ ବୁକିଂ କେବଳ ୬ଦିନରେ ରଦ୍ଦ କରିଦିଆ ଯାଇଛି। ଟ୍ରାଭେଲ ଇଣ୍ଡଷ୍ଟ୍ରୀଜ୍‌ ଅନୁସାରେ , ତୁର୍କୀ, ଅଜରବୈଜାନ ସମେତ ଅନ୍ୟ କିଛି ଦେଶ ପାଇଁ ୨୨ ପ୍ରତିଶତ ବୁକିଂ କ୍ୟାନସେଲ କରିଦିଆ ଯାଇଛି।  

କହି ରଖୁଛୁ କି, ଭାରତ ଏହି ଦେଶ ଗୁଡ଼ିକ ପାଇଁ ଏକ ପ୍ରମୁଖ ଟୁରିଷ୍ଟ ମାର୍କେଟ୍ ହୋଇ ପାରିଛି। ୨୦୨୩ ପରେ ତୁର୍କୀ ,ଅଜରବୈଜାନ ପାଇଁ ଭାରତୀୟ ଟୁରିଷ୍ଟଙ୍କ ମଧ୍ୟରେ ଏକ କ୍ରେଜ୍‌ ଥିଲା। ଏକ ଦଶକ ପୂର୍ବେ ସେଠାରେ ଇଣ୍ଡିଆନ ଟୁରିଜିମ୍‌ ଶୂନ୍ୟ ଲେବଲରେ ଥିଲା, କିନ୍ତୁ ୨.୪୩ ଲକ୍ଷ ଭିଜିଟରଙ୍କ ସହ ୨୦୨୪ରେ ଅଜରବୈଜାନରେ ଭାରତୀୟ ପର୍ଯ୍ୟଟକଙ୍କ ୧୩ ପ୍ରତିଶତ ଭାଗ ରହିଛି। ଏଠାରେ ୨୦୨୩ର ତୁଳନାରେ ୧୦୮ ପ୍ରତିଶତ ଅଧିକ ରହିଛି। ତୁର୍କୀରେ ଗତ ବର୍ଷ ୩.୩ ଲକ୍ଷ ଭାରତୀୟ ଭିଜିଟରଙ୍କୁ ରେଜିଷ୍ଟର କରାଯାଇ ଥିଲା, ଯିଏକି ୨୦୨୩ର ତୁଳନାରେ ୨୦.୭ ପ୍ରତିଶତ ଅଧିକ ଅଛି। ଏହି ପର୍ଯ୍ୟଟକମାନେ ଗତ ବର୍ଷ ସାମୂହିକ ଭାବେ ୩ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। 

ମେକମାଇଟ୍ରିପ୍‌ର ପ୍ରବକ୍ତା କହିଛନ୍ତି ଯେ , ଗତ ସପ୍ତାହେରୁ ଅଜରବୈଜାନ ଓ ତୁର୍କ ପାଇଁ ବୁକିଂରେ ୬୦ ପ୍ରତିଶତର ହ୍ରାସ ଘଟିଛି। ଯେବେ ଏହି ଅବଧି ବେଳେ କ୍ୟାନ୍ସଲେସନରେ ୨୫୦ ପ୍ରତିଶତର ବୃଦ୍ଧି ହୋଇଛି। ନିଜ ଦେଶ ସହ ଏକାଠି ଓ ନିଜର ସଶସ୍ତ୍ର ବାହିନୀଙ୍କ ପ୍ରତି ଗଭୀର ସମ୍ମାନର କାରଣରୁ ଆମେ ଏହି ଭାବନାକୁ ଦୃଢତାର ସହ ସମର୍ଥନ କରୁଛୁ ଏବଂ ସମସ୍ତଙ୍କୁ ଅଜରବୈଜାନ ଓ ତୁର୍କୀକୁ ସମସ୍ତ ଅନାବଶ୍ୟକ ଯାତ୍ରା ବିରୁଦ୍ଧରେ ପରାମର୍ଶ ଦେଉଛୁ। ଆମେ ଏହି ଦୁଇ ଡେଷ୍ଟିନେସନ ପାଇଁ ନିଜର ପ୍ଲାଟଫର୍ମରେ ସବୁ ପ୍ରଚାର ଓ ଅଫର୍‌ ପୂର୍ବରୁ ବନ୍ଦ କରି ଦେଇଛୁ।

ଟ୍ରାଭେଲ ଏଜେନ୍ସି କରୁ ନାହାନ୍ତି ବୁକିଂ – 

କହି ରଖୁଛୁ କି, ଟ୍ରାଭେଲ ଏଜେନ୍ସି କମ୍ପାନୀ ମାନେ ଏହି ଦେଶ ଗୁଡିକ ପାଇଁ ନିଜ ବୁକିଂ ବ୍ୟାନ୍‌ କରି ଦେଇଛନ୍ତି। ନିକଟରେ ଇକ୍ସିଗୋ, କାକ୍ସ ଆଣ୍ଡ କିଙ୍ଗସ, ପିକୟୋରଟ୍ରେଲ୍‌ ଓ ଟ୍ରାଭୋମିଣ୍ଟ ସହ ଅନ୍ୟ ଟ୍ରାଭେଲ ଏଗ୍ରିମେଟର୍ସ ଏହି ଦେଶ ଗୁଡ଼ିକ ପାଇଁ ନୂଆ ବୁକିଂକୁ ବ୍ୟାନ୍‌ କରିବାକୁ ଘୋଷଣା କରିଛନ୍ତି। ଛୋଟ ଛୋଟ ଟୁର ଅପରେଟରମାନେ ମଧ୍ୟ ଏହିପରି ଘୋଷଣା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.