ନୂଆଦିଲ୍ଲୀ : ପାକିସ୍ତାନକୁ ଡ୍ରୋନ୍‌ ପଠାଇ ପାକିସ୍ତାନର ସାହାଯ୍ୟ କରିଥିବା ତୁର୍କୀକୁ ଲଗାତାର ଭାବେ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ତୁର୍କୀ , ଅଜରବୈଜାନ ଓ ଚୀନ ବିରୋଧରେ ଭାରତୀୟ ଏକାଠି ହୋଇ ଯାଇଛନ୍ତି। ଶହ ଶହ ଭାରତୀୟ ଯାତ୍ରୀ ଭାରତ ସହ ସଂଘର୍ଷରେ ପାକିସ୍ତାନର ସମର୍ଥନ କରିବା ପରେ ତୁର୍କୀ ଓ ଅଜରବୈଜାନର ଟ୍ରାଭେଲ ବୁକିଂ କ୍ୟାନସେଲ କରୁଛନ୍ତି। ଟ୍ରାଭେଲ ଇଣ୍ଡଷ୍ଟ୍ରୀଜ୍‌ର ଅଧିକାରୀଙ୍କ ଅନୁସାରେ , ତୁର୍କୀ ଓ ଅଜରବୈଜାନ ବିରୋଧରେ ବୟକଟ ଟ୍ରେଣ୍ଡ ବୃଦ୍ଧି ଏବଂ ଟ୍ରାଭେଲ ଅପରେଟରଙ୍କ ଦ୍ୱାର ଟୁର୍‌ ପ୍ୟାକେଜ୍‌ ଗୁଡ଼ିକର ବ୍ୟାନ ମଧ୍ୟରେ , ଏହି ଦେଶ ଗୁଡ଼ିକ ପାଇଁ ମୋଟ ୫୦ ପ୍ରତିଶତରୁ ଅଧିକ ବୁକିଂ କେବଳ ୬ଦିନରେ ରଦ୍ଦ କରିଦିଆ ଯାଇଛି। ଟ୍ରାଭେଲ ଇଣ୍ଡଷ୍ଟ୍ରୀଜ୍‌ ଅନୁସାରେ , ତୁର୍କୀ, ଅଜରବୈଜାନ ସମେତ ଅନ୍ୟ କିଛି ଦେଶ ପାଇଁ ୨୨ ପ୍ରତିଶତ ବୁକିଂ କ୍ୟାନସେଲ କରିଦିଆ ଯାଇଛି।  

କହି ରଖୁଛୁ କି, ଭାରତ ଏହି ଦେଶ ଗୁଡ଼ିକ ପାଇଁ ଏକ ପ୍ରମୁଖ ଟୁରିଷ୍ଟ ମାର୍କେଟ୍ ହୋଇ ପାରିଛି। ୨୦୨୩ ପରେ ତୁର୍କୀ ,ଅଜରବୈଜାନ ପାଇଁ ଭାରତୀୟ ଟୁରିଷ୍ଟଙ୍କ ମଧ୍ୟରେ ଏକ କ୍ରେଜ୍‌ ଥିଲା। ଏକ ଦଶକ ପୂର୍ବେ ସେଠାରେ ଇଣ୍ଡିଆନ ଟୁରିଜିମ୍‌ ଶୂନ୍ୟ ଲେବଲରେ ଥିଲା, କିନ୍ତୁ ୨.୪୩ ଲକ୍ଷ ଭିଜିଟରଙ୍କ ସହ ୨୦୨୪ରେ ଅଜରବୈଜାନରେ ଭାରତୀୟ ପର୍ଯ୍ୟଟକଙ୍କ ୧୩ ପ୍ରତିଶତ ଭାଗ ରହିଛି। ଏଠାରେ ୨୦୨୩ର ତୁଳନାରେ ୧୦୮ ପ୍ରତିଶତ ଅଧିକ ରହିଛି। ତୁର୍କୀରେ ଗତ ବର୍ଷ ୩.୩ ଲକ୍ଷ ଭାରତୀୟ ଭିଜିଟରଙ୍କୁ ରେଜିଷ୍ଟର କରାଯାଇ ଥିଲା, ଯିଏକି ୨୦୨୩ର ତୁଳନାରେ ୨୦.୭ ପ୍ରତିଶତ ଅଧିକ ଅଛି। ଏହି ପର୍ଯ୍ୟଟକମାନେ ଗତ ବର୍ଷ ସାମୂହିକ ଭାବେ ୩ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। 

ମେକମାଇଟ୍ରିପ୍‌ର ପ୍ରବକ୍ତା କହିଛନ୍ତି ଯେ , ଗତ ସପ୍ତାହେରୁ ଅଜରବୈଜାନ ଓ ତୁର୍କ ପାଇଁ ବୁକିଂରେ ୬୦ ପ୍ରତିଶତର ହ୍ରାସ ଘଟିଛି। ଯେବେ ଏହି ଅବଧି ବେଳେ କ୍ୟାନ୍ସଲେସନରେ ୨୫୦ ପ୍ରତିଶତର ବୃଦ୍ଧି ହୋଇଛି। ନିଜ ଦେଶ ସହ ଏକାଠି ଓ ନିଜର ସଶସ୍ତ୍ର ବାହିନୀଙ୍କ ପ୍ରତି ଗଭୀର ସମ୍ମାନର କାରଣରୁ ଆମେ ଏହି ଭାବନାକୁ ଦୃଢତାର ସହ ସମର୍ଥନ କରୁଛୁ ଏବଂ ସମସ୍ତଙ୍କୁ ଅଜରବୈଜାନ ଓ ତୁର୍କୀକୁ ସମସ୍ତ ଅନାବଶ୍ୟକ ଯାତ୍ରା ବିରୁଦ୍ଧରେ ପରାମର୍ଶ ଦେଉଛୁ। ଆମେ ଏହି ଦୁଇ ଡେଷ୍ଟିନେସନ ପାଇଁ ନିଜର ପ୍ଲାଟଫର୍ମରେ ସବୁ ପ୍ରଚାର ଓ ଅଫର୍‌ ପୂର୍ବରୁ ବନ୍ଦ କରି ଦେଇଛୁ।

ଟ୍ରାଭେଲ ଏଜେନ୍ସି କରୁ ନାହାନ୍ତି ବୁକିଂ – 

କହି ରଖୁଛୁ କି, ଟ୍ରାଭେଲ ଏଜେନ୍ସି କମ୍ପାନୀ ମାନେ ଏହି ଦେଶ ଗୁଡିକ ପାଇଁ ନିଜ ବୁକିଂ ବ୍ୟାନ୍‌ କରି ଦେଇଛନ୍ତି। ନିକଟରେ ଇକ୍ସିଗୋ, କାକ୍ସ ଆଣ୍ଡ କିଙ୍ଗସ, ପିକୟୋରଟ୍ରେଲ୍‌ ଓ ଟ୍ରାଭୋମିଣ୍ଟ ସହ ଅନ୍ୟ ଟ୍ରାଭେଲ ଏଗ୍ରିମେଟର୍ସ ଏହି ଦେଶ ଗୁଡ଼ିକ ପାଇଁ ନୂଆ ବୁକିଂକୁ ବ୍ୟାନ୍‌ କରିବାକୁ ଘୋଷଣା କରିଛନ୍ତି। ଛୋଟ ଛୋଟ ଟୁର ଅପରେଟରମାନେ ମଧ୍ୟ ଏହିପରି ଘୋଷଣା କରିଛନ୍ତି।