ଭୁବନେଶ୍ୱର,୦୩/୧୧: ସୋନି  ଟିଭିରେ ପ୍ରସାରିତ ଲୋକପ୍ରିୟ ରିଆଲିଟି  ସୋ’ ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର୍‌-୪  ଫାଇନାଲ୍‌ରେ ପହଞ୍ଚିଛନ୍ତି ନିକ୍ସନ୍‌ ନାଁରେ  ପରିଚିତ ଓଡ଼ିଆ ପୁଅ ସ୍ମୃତି ସ୍ୱରୂପ ପାତ୍ର ।  ୬ ଜଣଙ୍କ ମଧ୍ୟରେ ସେ ନିଜ ସ୍ଥାନ ପକ୍କା  କରିଛନ୍ତି । ଏବେ ତାଙ୍କୁ ବିଜୟୀ ହେବାକୁ  ହେଲେ ଏକମାତ୍ର ଭରସା ଭୋଟିଂ । ତେଣୁ  ଫାଇନାଲ୍‌ ପୂର୍ବରୁ ସେ ଆଜି ଏକ ଭିଡିଓ  କରି ଅଧିକରୁ ଅଧିକ ଭୋଟିଂ କରିବାକୁ ଏକ ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ  ନିବେଦନ କରିଛନ୍ତି । ଏହି ସପ୍ତାହ  ହେଉଛି ଶେଷ ଭୋଟିଂ ସପ୍ତାହ । ତେଣୁ  ଶନିବାର ରାତି ସାଢ଼େ ୭ଟାରୁ ରବିବାର  ଦିନ ୧୨ଟା ପର୍ଯ୍ୟନ୍ତ ଭୋଟ୍‌ ଦେଇପାରିବେ  ବୋଲି ସେ କହିଛନ୍ତି । ଭୁବନେଶ୍ୱରର  ବାସିନ୍ଦା ନିକ୍ସନ୍‌ ସ୍ୱର୍ଗତ ନିଳେନ୍ଦ୍ର ନାଥ ଓ  ଜୟନ୍ତୀ ପାତ୍ରଙ୍କ ସୁପୁତ୍ର । ବହୁ ସମସ୍ୟା  ଭିତରେ ପ୍ରଥମେ ଆଦର୍ଶ ମିଶ୍ରଙ୍କଠାରୁ  କଳିଙ୍ଗ ଷ୍ଟାଡିୟମ୍‌ରେ ମାଗଣା ଶିକ୍ଷା ଗ୍ରହଣ  କରନ୍ତି, ପରେ ଉତ୍ତରାଖଣ୍ଡର ଦୀପକ  ସାଇନିଙ୍କ ମାର୍ଗଦର୍ଶନ ପାଇ ଆଗେଇ  ଚାଲନ୍ତି । ସୋ’ରେ ତାଙ୍କ କୋରିଓଗ୍ରାଫର  ରହିଛନ୍ତି ବିପୁଲ କାଣ୍ଡପାଲ୍‌ । ଏହି  ସୋ’ରେ ବଲିଉଡ୍‌ ଅଭିନେତ୍ରୀ କରିସ୍ମା  କପୁର୍‌ ବି ତାଙ୍କର ଭୂୟସୀ ପ୍ରଶଂସା  କରିଛନ୍ତି ଏବଂ ସେ ତାଙ୍କର ସବୁଠୁ  ପସନ୍ଦର ଡ୍ୟାନ୍ସର୍‌ ବୋଲି କହିଛ