ନୂଆଦିଲ୍ଲୀ : ଚେନ୍ନାଇର ମସଲା ଯୁକ୍ତ , ଡିପ୍‌-ଫ୍ରାଇଡ୍‌ ଚିକେନ ଡିସ୍‌ ଚିକେନ୍‌ ୬୫ ବୈଶ୍ୱିକ ବ୍ୟଞ୍ଜନରେ ନିଜର ଛାପ ଛାଡ଼ିଛି। ଟେଷ୍ଟ ଏଟଲସ ଫୁଡ୍‌ ରାଙ୍କିଂ ଅନୁସାରେ , ଏହା ଦୁନିଆର ଶୀର୍ଷ ୧୦ ଫ୍ରାଇଡ୍‌ ଚିକେନ ବ୍ୟଞ୍ଜନରେ ସାମିଲ ହୋଇଛି। ଡିସେମ୍ୱର ୨୦୨୪ ପାଇଁ ସଂଗ୍ରହ କରାଯାଇ ଥିବା ରାକିଂ ଡାଟା ଆଧାରରେ ଏବେ ତାଲିକାରୁ ଅପଡେଟ୍‌ କରାଯାଇଛି। ଏହିଥର, ଶୀର୍ଷ ୧୦ ବ୍ୟଞ୍ଜନରେ ବହୁତ ଲୋକପ୍ରିୟ ଭାରତୀୟ ବ୍ୟଞ୍ଜନ ଚିକେନ-୬୫ର ଲୋକପ୍ରିୟତା କାରଣରୁ ତାଲିକାର ଆଗରେ ରହିଛି। ଚିକେନ-୬୫ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ , ଯାହା ଦକ୍ଷିଣ ଭାରତରୁ ଆସୁଛି ଏବଂ ଏହି ତାଲିକାରେ ୩ୟ ସ୍ଥାନ ପାଇଛି। 

ଚିକେନ-୬୫ କଣ ? 

ଚିକେନ ୬୫ ଚେନ୍ନାଇର ପ୍ରତିଷ୍ଠିତ ବ୍ୟଞ୍ଜନ, ଯାହା ନିଜର ନିଆରା ସ୍ୱାଦ ଓ ମସଲାଯୁକ୍ତ ସ୍ୱାଦ ପାଇଁ ପ୍ରସିଦ୍ଧ। ଏହାର ସ୍ୱତନ୍ତ୍ର ପ୍ରସ୍ତୁତିକୁ ଦର୍ଶାଇ , ଟେଷ୍ଟ ଏଟଲସ୍‌ ଲେଖିଛନ୍ତି , ଏଥିରେ ଡିପ୍‌-ଫ୍ରାଇଡ୍‌ ଚିକେନ ହୋଇଥାଏ , ଯାହାକୁ ଅଦା, ଲେମ୍ୱୁ , ନାଲି ଲଙ୍କା ଓ ଆହୁରି ଅନେକ ମସଲାରେ ମେରିନେଟ କରାଯାଏ। ଚିକେନ୍‌ ୬୫ର ଉତ୍ପତ୍ତି ବିଷୟରେ କିଛି ସିଦ୍ଧାନ୍ତ। ସବୁଠୁ ଲୋକପ୍ରିୟ ସିଦ୍ଧାନ୍ତ ଅନୁସାରେ, ଏହାକୁ ୧୯୬୫ରେ ଏ.ଏମ୍‌ ବୁହାରୀଙ୍କ ଦ୍ୱାରା ତାମିଲନାଡୁରେ ପ୍ରସ୍ତୁତ କରାଯାଇ ଥିଲା। 

ଆଉ ଏକ କଥା ଅଛି ଯେ, ମୂଳ ବ୍ୟଞ୍ଜନ ୬୫ଟି ରାଗଯୁକ୍ତ ଲଙ୍କାରେ ତିଆରି କରାଯାଇ ଥିଲା। ଯାହା ପୁରୁଷତ୍ୱର ପ୍ରମାଣ। ଏହା ବ୍ୟତୀତ କିଛି ଭିନ୍ନ ସିଦ୍ଧାନ୍ତ ମଧ୍ୟ ଅଛି, ଯାହାକି ଦାବି କରାଯାଉଛି ଯେ , ଚିକେନକୁ ୬୫ଖଣ୍ଡରେ କଟା ହୋଇଥିଲା, ବା ଏଠାର ବ୍ୟଞ୍ଜନ ପ୍ରସ୍ତୁତ ହେବାର ସମୟରେ ଚିକେନ ୬୫ଦିନ ପୁରୁଣା ଥିଲା।

ଉଲ୍ଲେଖନୀୟ ଯେ , ଦକ୍ଷିଣ କୋରିଆର ଚିକେନ (କୋରିଆଇ ଫ୍ରାଇଡ୍‌ ଚିକେନ)କୁ ୪.୬ ଷ୍ଟାର ସହ ତାଲିକାରେ ଶୀର୍ଷ ସ୍ଥାନ ଦିଆଯାଇଛି ଏବଂ ଏହାପରେ ଜାପାନାର କରାଗେକୁ ୪.୫ ଷ୍ଟାର ମିଳିଛି। ଦକ୍ଷିଣୀ ସଂଯୁକ୍ତ ରାଜ୍ୟ ଆମେରିକାର କ୍ଲାସିକ୍‌ ଫ୍ରାଇଡ୍‌ ଚିକେନ ଓ ଇଣ୍ଡୋନେସିଆର ଅୟାମ ଗୋରେଙ୍ଗକୁ ମଧ୍ୟ ତାଲିକାରେ ସାମିଲ କରାଯାଇଛି। 

ଚିକେନ-୬୫ର ଉତ୍ପତ୍ତି ୧୯୬୫ରେ ଚେନ୍ନାଇର ପ୍ରସିଦ୍ଧ ବୁହାରୀ ହୋଟେଲରୁ ହୋଇଛି, ଯାହାକି ନିଜର ଫ୍ରାଇଡ ଚିକେନ କାରଣରୁ ବିଶ୍ୱବ୍ୟାପୀ ପସନ୍ଦର ପ୍ରାପ୍ତ ହୋଇ ପାରିଛି। ଉକ୍ତ ଭାରତୀୟ ବ୍ୟଞ୍ଜନକୁ ପ୍ରଥମ ଥର ବୈଶ୍ୱିକ ପରିଚୟ ମିଳିନାହିଁ, ଗତବର୍ଷ ଯେବେ ଚେଷ୍ଟ ଏଟଲସ ଏହି ତାଲିକା ଜାରି କରିଥିଲେ , ତ ଚିକେନ ୬୫କୁ ୧୦ମ ସ୍ଥାନ ମିଳିଥିଲା।