ନୂଆଦିଲ୍ଲୀ ୦୯/୧୧: ବର୍ତ୍ତମାନ ଦେଶର ଡାଟା ସେଣ୍ଟର ଶିଳ୍ପରେ ଦ୍ରୁତ ସମ୍ପ୍ରସାରଣ ଜାରି ରହିଛି । ୨୦୩୦ ବେଳକୁ ଦେଶର ଡାଟା ସେଣ୍ଟର କ୍ଷମତା ୫ ଗୁଣ ବୃଦ୍ଧି ହୋଇ ୮ ଗିଗାୱାଟ ଛୁଇଁବାର ସମ୍ଭାବନା ରହିଛି । ଏ କ୍ଷେତ୍ରରେ ୩୦ ବିଲୟନ ଡଲାରର ନିବେଶ ହୋଇପାରେ । ସେହିଭଳି ଡାଟା ସେଣ୍ଟର ଲିଜ୍ ରାଜସ୍ୱ ଚଳିତ ଦଶନ୍ଧି ଶେଷ ସୁଦ୍ଧା ୮ ବିଲିୟନ ଡଲାର ରହିପାରେ ବୋଲି ଜେଫରି ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି । ଦେଶରେ ଡାଟା ବ୍ୟବହାର ବଢ଼ିଛି ।
ସେହିଭଳି କ୍ଲାଉଡ ଗ୍ରହଣୀୟତା, ଡାଟା ଲୋକାଲାଇଜେସନ ନିୟମ ଏବଂ ଏଆଇ ବ୍ୟବହାର ଡାଟା ସେଣ୍ଟର ନିବେଶକୁ ତ୍ୱରାନ୍ୱିତ କରୁଛି । ବର୍ତ୍ତମାନ ଏହି କ୍ଷେତ୍ର ସମ୍ପୂର୍ଣ୍ଣ କ୍ଷମତା ସହ ଚାଲୁଛି । ଲିଜ୍ ହାର ୯୭% ରହିଛି । ଯାହା ଦୃଢ଼ ଚାହିଦାକୁ ଦର୍ଶାଉଛି । ମୋଟ ସ୍ଥାପନ କ୍ଷମତାର ୭୦% ଅଂଶ ମୁମ୍ବାଇ ଏବଂ ଚେନ୍ନାଇ ହାସଲ କରିଛନ୍ତି । ସମୂଦ୍ର ତଳ କେବଲ ଲ୍ୟାଣ୍ଡିଂ ଷ୍ଟେଶନ, ବ୍ୟାଙ୍କିଙ୍ଗ ଏବଂ ଆର୍ôଥକ ସେବା କ୍ଷେତ୍ର ଲାଗି ମୁମ୍ବାଇ ଏ କ୍ଷେତ୍ରରେ ଆଗରେ ରହିଛି ।