ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୩୦ ମିନିଟ୍‌ରେ ଦିଲ୍ଲୀରୁ ଜୟପୁର, ଦେଶର ପ୍ରଥମ ହାଇପରଲୁପ୍ ଟ୍ରାକ୍ ପ୍ରସ୍ତୁତ

Published By : Anindita Ratha | February 25, 2025 1:40 PM

ନୂଆଦିଲ୍ଲୀ,୨୫/୦୨:  ଆହୁରି ସହଜ ଓ ସୁବିଧା ହେବ ରେଳଯାତ୍ରା । ପ୍ରସ୍ତୁତ ହୋଇଛି ଦେଶର ପ୍ରଥମ ହାଇପରଲୁପ୍ ଟ୍ରାକ୍ । ଆଇଆଇଟି ମାଡ୍ରାସ ସହଯୋଗରେ ରେଳବାଇ ଦ୍ୱାରା ପ୍ରସ୍ତୁତ ହେଉଛି ଏହି ଟ୍ରାକ୍ । ମାତ୍ର ୩୦ ମିନିଟରେ  ଅତିକ୍ରମ କରିବ ୩୦୦ କିଲୋମିଟର  । ଖୁବଶୀଘ୍ର ଆରମ୍ଭ ହେବ ଏହାର ପରୀକ୍ଷଣ । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିସହ ରେଳ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏହାର ଏକ ଭିଡିଓ ମଧ୍ୟ ସେୟାର ହୋଇଛି । 

ଏହି ହାଇପରଲୁପ୍ ଟ୍ରାକ୍ ର  ଲମ୍ବା ୪୨୨ ମିଟର ଅଟେ । ଏହି  ପ୍ରକଳ୍ପ ଭବିଷ୍ୟତରେ ରେଳ ଯାତାୟାତକୁ ଆହୁରି ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ହାଇପରଲୁପ୍ ରେଳ ଟ୍ରାକ୍ ପ୍ରକୃତରେ ଏକ ଏପରି ପ୍ରଯୁକ୍ତିବିଦ୍ୟା ଯେଉଁଥିରେ ଟ୍ରେନକୁ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଟ୍ୟୁବ୍‌ରେ ଚଲାଯାଏ । ଏହାର ବେଗ ଦ୍ରୁତ ବୋଲି କୁହାଯାଉଛି । ଏହା ସାର୍ବଜନୀନ ପରିବହନକୁ ଦ୍ରୁତ କରିବାରେ ସହାୟକ ହୋଇପାରେ । ଦେଶର ପ୍ରଥମ ହାଇପରଲୁପ୍ ରେଳ ଟ୍ରାକ୍ ପ୍ରସ୍ତୁତ ହୋଇସାରିଥିବା ବେଳେ ଖୁବଶୀଘ୍ର ଟ୍ରେନ୍ ପରୀକ୍ଷଣ ଆରମ୍ଭ ହେବ । ତେବେ ଏହି ଟ୍ରେନ ୩୦୦ କିଲୋମିଟରକୁ ୩୦ ମିନିଟରେ ଅତିକ୍ରମ କରିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।

ଏହି ହାଇପରଲୁପରେ ଟ୍ରେନ୍ ଘଣ୍ଟା ପ୍ରତି ୧୧୦୦ କିଲୋମିଟର ବେଗରେ ଚାଲିବ। ଏହି ବେଗ ବୁଲେଟ୍ ଟ୍ରେନ୍ ଅପେକ୍ଷା ଅଧିକ। ବୁଲେଟ୍ ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୪୫୦ କିଲୋମିଟର ବେଗରେ ଚାଲିଥାଏ। ଯଦି ଏହି ପ୍ରଯୁକ୍ତିବିଦ୍ୟା ଭାରତରେ କାର୍ଯ୍ୟକାରୀ ହୁଏ, ତେବେ ଦିଲ୍ଲୀରୁ ଜୟପୁର ଏବଂ ମୁମ୍ବାଇରୁ ପୁନେ ଯାତ୍ରା  ୩୦ମିନିଟରୁ କମ୍ ସମୟ ମଧ୍ୟରେ ହୋଇପାରିବ ।ଖୁବଶୀଘ୍ର ଏହାର ଟ୍ରାଏଲ ରନ୍ ହେବ। ଯଦି ଭାରତରେ ହାଇପରଲୁପ୍ ସିଷ୍ଟମ୍ ଆରମ୍ଭ ହୁଏ, ତେବେ ସଡ଼କ ପରିବହନ ଏବଂ ରେଳପଥର ସ୍ୱରୂପ ବଦଳିଯିବ।  ଏହା କେବଳ ଶକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ନାହିଁ ବରଂ ଯାତ୍ରୀମାନଙ୍କୁ ନିରାପଦ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ମଧ୍ୟ ପ୍ରଦାନ କରିବ। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.