ନୂଆଦିଲ୍ଲୀ : ଭାରତକୁ ରୁଷ୍ ଠାରୁ ତୈଳ ଆମଦାନୀ କରିବାକୁ ମୁକ୍ତ କରିଥିବା ଆମେରିକାର ଦାବି ଉପରେ ଭାରତ କଡ଼ା ଜବାବ ଦେଇଛି। ଶନିବାର ଭାରତ ସରକାର ସ୍ପଷ୍ଟ କହିଛନ୍ତି , ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତିର ଆବଶ୍ୟକ ନାହିଁ। ଭାରତ କହିଛି ଯେ,ସେ ରୁଷ୍ ଠାରୁ ତୈଳର ଆମଦାନୀ ଜାରି ରଖିବ। ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ବିଶ୍ୱର ଏନର୍ଜି ସେକ୍ଟରକୁ ଓଲଟ ପାଲଟ କରି ଦେଇଛି। ଏଥିରେ ସାରା ବିଶ୍ୱରେ ତୈଳର ଦରରେ ବୃଦ୍ଧି ହୋଇଛି । ଇରାନର ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରୁ ଜାହାଜ ଗୁଡ଼ିକୁ ରୋକିବାର ଧମକ ପରେ ଅଶୋଧିତ ତୈଳର ପ୍ରଭାବ ପଡ଼ିଛି।
ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେସନ ବ୍ୟୁରୋ ଏକ ବିବୃତ୍ତିରେ କହିଛି – ନୂଆ ଦିଲ୍ଲୀ ଏମିତି କ୍ରୟ ପାଇଁ ସର୍ଟ-ଟର୍ମ ଉପରେ ନିର୍ଭରଶୀଳ ନୁହେଁ। ବିବୃତ୍ତିରେ କୁହାଯାଇଛି , ଭାରତ ରୁଷୀୟ ତୈଳ କ୍ରୟ ପାଇଁ କେବେ ବି କୌଣସି ଦେଶର ଅନୁମତି ଉପରେ ନିର୍ଭର କରେ ନାହିଁ। ବିବୃତ୍ତିରେ ଆହୁରି କୁହାଯାଇଛି –ଭାରତ ଫେବ୍ରୁଆରୀ ୨୦୨୬ରେ ମଧ୍ୟ ରୁଷିଆ ତୈଳ ଇମ୍ପୋର୍ଟ କରୁଛି ଏବଂ ରୁଷ୍ ଏବେ ମଧ୍ୟ ଭାରତର ସବୁଠୁ ବଡ଼ କ୍ରୁଡ୍ ଅଏଲ ସପ୍ଲାୟର। ୱାଂଶଟନ ଫେବ୍ରୁଆରୀରେ ଏକ ମଧ୍ୟବର୍ତ୍ତୀକାଳୀନ ଟ୍ରେଡ୍ ଡିଲ୍ ଅନୁସାରେ ଭାରତୀୟ ଏକ୍ସପୋର୍ଟ ଉପରେ ୨୫ ପ୍ରତିଶତ ଡ୍ୟୁଟି ଫେରସ୍ତ ନେଇ ଥିଲା, ଯାହାକୁ ସେ ରୁଷିଆ ତୈଳ କିଣିବା ବନ୍ଦ କରିବାକୁ ନୂଆ ଦିଲ୍ଲୀର କମିଟମେଣ୍ଟ ଭାବେ କହିଥିଲା।
ବିବୃତ୍ତିରେ କୁହାଯାଇ ଥିଲା ଯେ, ଭାରତ ନିକଟରେ ସର୍ଟ ଟର୍ମ ସ୍ଥିତିରୁ ବର୍ତ୍ତିବା ପାଇଁ ୨୫୦ ମିଲିୟନ ବ୍ୟାରେଲରୁ ଅଧିକ କ୍ରୁଡ୍ ପେଟ୍ରୋଲିୟମ ପ୍ରଡକ୍ଟସର ଭଲ ଷ୍ଟକ୍ ରହିଛି। ହେଲେ ଭାରତ ଶନିବାର ରୋଷେଇ ପାଇଁ ବ୍ୟବହୃତ ଘରୋଇ ଲିକ୍ୱିଫାଇଡ୍ ପେଟ୍ରୋଲିମ ଗ୍ୟାସ୍ (ଏଲପିଜି) ସିଲିଣ୍ଡରର ଦର ୬୦ ଟଙ୍କା ବଢାଇ ଦେଇଛନ୍ତି। ଏହାସହ , କମର୍ସିଆଲ ସିଲିଣ୍ଡରର ଦା ମଧ୍ୟ ବୃଦ୍ଧି ଘଟିଛି। ସାରା ବିଶ୍ୱରେ , ଶୁକ୍ରବାର କ୍ରୁଡ୍ ୮.୫ ପ୍ରତିଶତ ବଢି ଯାଇଛି ଏବଂ ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ଏହା କହିବା ପରେ କେବଳ ଇରାନର ବିନା ସର୍ତ୍ତ ସରେଣ୍ଡର ହିଁ ମିଡିଲ ଇଷ୍ଟ ଯୁଦ୍ଧକୁ ଶେଷ କରିବ , ଏହି ସପ୍ତାହରେ ଏହା ପ୍ରାୟ ୩୦ ପ୍ରତିଶତ ବଢି ଯାଇଛି।
ଆହୁରି ମଧ୍ୟ ପଢନ୍ତୁ : ଭାରତ ୩୦ ଦିନ ଯାଏ କିଣିପାରିବ ରୁଷ୍ ତେଲ, ଇରାନ ଯୁଦ୍ଧ ଭିତରେ ଆମେରିକା ଦେଲା ଅନୁମତି