ନୂଆଦିଲ୍ଲୀ : ଭାରତରେ ଅନେକ ସପ୍ତାହ ଧରି ଚାଲିଥିବା ଇଣ୍ଡିଗୋ ସଙ୍କଟରେ ଏବେସୁଦ୍ଧା ଏୟାରଲାଇନ୍ ୪୫୦୦ରୁ ଅଧିକ ଫ୍ଲାଇଟ୍ ବାତିଲ କରି ସାରିଛି। ସାରାଦେଶରେ ଏୟାରପୋର୍ଟରେ ସମସ୍ୟାରେ ପଡ଼ିଥିବା ଯାତ୍ରୀଙ୍କ ସମସ୍ୟାରେ ଯେମିତି ପୂର୍ଣ୍ଣଚ୍ଛେଦ ପଡ଼ୁ ନାହିଁ। ଇଣ୍ଡିଗୋ ଦ୍ୱାରା ଦେଶ ଉପରେ ଜାଣିଶୁଣି ଲଦି ଦିଆଯାଇ ଥିବା ଦୋଷ ଏହି ଏୟାର ଟ୍ରାଭେଲ କ୍ରାଇସିସ ୟୁରୋପୀୟ ଏୟାରଲାଇନ ରାୟନଏୟାର କଥା ମନେପକାଇ ଦେଇଛି, ଯାହାକୁ ୨୦୧୭ରେ ପାଖାପାଖି ୨୦୦୦ ଉଡ଼ାଣ ବାତିଲ କରିବା କାରଣରୁ ପାଖାପାଖି ୪ ଲକ୍ଷ ଯାତ୍ରୀଙ୍କୁ ୧୮୮ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିଥିଲା। ୟୁରୋପର ବିମାନ ଯାତ୍ରୀ ଅଧିକାର ଆଇନ ଇୟୁ ୨୬୧ ବିମାନର ବିଳମ୍ୱ କିମ୍ୱା ବାତିଲ ହେବା ସ୍ଥିତିରେ ଯାତ୍ରୀଙ୍କ ପାଇଁ କ୍ଷତିପୂରଣର ପ୍ରାବଧାନ କରିଥାଏ।

ସଂଯୋଗ ବଶତଃ ରାୟନଏୟାର ଓ ଇଣ୍ଡିଗୋ ଦୃଢ ବିମାନ ସେବା ଦେଉଥିବା କମ୍ପାନୀ ଏବଂ ଉଭୟଙ୍କର ସଙ୍କଟ କାରଣର ସମାନ। ପାଇଲଟଙ୍କ ଅଭାବ , ରୋଷ୍ଟରର ସମସ୍ୟା ଏବଂ ଶେଷରେ ବଡ଼ ସ୍ତରରେ ଉଡ଼ାଣ ବାତିଲ୍ ହେବା। ପାଇଲଟଙ୍କ ହ୍ରାସର କାରଣ ରାୟନଏୟାରର ସଙ୍କଟ ସୃଷ୍ଟି ହୋଇ ଥିଲା ଏବଂ ପାଇଲଟଙ୍କ ହ୍ରାସର କାରଣ ହିଁ ଇଣ୍ଡିଗୋ ମଧ୍ୟ ହାହାକାର ଜାରି ରଖିଛି। ଦେଶର ବିମାନ ବଜାରରେ ୬୩ ପ୍ରତିଶତ କବଜା ରଖିଥିବା ଇଣ୍ଡିଗୋକୁ ଏହାର ଅବହେଳା ପାଇଁ ସରକାର ଯେଉଁ ନୋଟିସ ଜାରି କରିଥିଲା , ଏହାର ଜବାବ ଦେବାର ସମୟ ସୀମା ଆଜି ସନ୍ଧ୍ୟା ୬ଟାରେ ଶେଷ ହେଉଛି। ସଂସଦରେ ସିଭିଲ ଆଭିଏସନ ମିନିଷ୍ଟର ରାମ ମୋହନ ନାଇଡ୍ଡୁ ଆଜି କହିଛନ୍ତି ଯେ, ସରକାର ଚାହାନ୍ତି ଯେ, ଆଭିଏସନ ଅଞ୍ଚଳକୁ ଆହୁରି କମ୍ପାନୀ ସବୁ ଆସନ୍ତୁ।

ଆୟରଲ୍ୟାଣ୍ଡର ରାୟନଏୟାର ୟୁରୋପର ସବୁଠୁ ବଡ଼ ଏୟାରଲାଇନ କମ୍ପାନୀ। ଆୟରଲ୍ୟାଣ୍ଡର ଅଧାରୁ ଅଧିକ ଆଭିଏସନ ମାର୍କେଟ ଉପରେ କବଜା ରଖିଥିବା ରାୟନଏୟାର ୨୦୧୭ର ସେପ୍ଟେମ୍ୱର-ଅକ୍ଚୋବରରେ ପାଇଲଟ ରୋଷ୍ଟରର ସମସ୍ୟାକୁ ନେଇ ୨୦୦୦ବିମାନ କ୍ୟାନସେଲ କରିଦେଇ ଥିଲା। ପାଖାପାଖି ୪ ଲକ୍ଷ ପାସେଞ୍ଜର ପ୍ରଭାବିତ ହୋଇଛନ୍ତି। ଏହାକୁ ୟୁରୋପୀୟ ଆଇନ ଇୟୁ ୨୬୧ ଅନୁସାରେ ପ୍ରଭାବିତ ଯାତ୍ରୀଙ୍କୁ ୨୫ ମିଲିୟନ ୟୁରୋର କ୍ଷତିପୂରଣ ଦେବାକୁ ପଡ଼ିଥିଲା। ସେହି ସମୟରେ ଗୋଟିଏ ୟୁରୋର ମୂଲ୍ୟ ଭାରତରେ ପାଖାପାଖି ୭୫ ଟଙ୍କା। ଭାରତୀୟ ମୁଦ୍ରାରେ , କମ୍ପାନୀ ଯାତ୍ରୀକୁ ୧୮୮କୋଟି ଟଙ୍କା କ୍ଷତିପୂରଣ ବାବଦ ଦେବାକୁ ପଡ଼ି ଥିଲା।

ୟୁରୋପୀୟ ୟୁନିୟନର ସଂସଦ ଦ୍ୱାରା ୨୦୦୪ରେ ପାରିତ ବିମାନ ଯାତ୍ରୀ ଅଧିକାର ଆଇନ ୨୦୦୫ରେ ଲାଗୁ ହୋଇ ଥିଲା। ଏହାକୁ ସାଧାରଣ ଲୋକ ଇୟୁ ୨୬୧ ଆଇନର ନାମରେ କୁହନ୍ତି। ଏହି ଆଇନ ଅନୁସାରେ , ଯାତ୍ରୀଙ୍କୁ ବିମାନରେ ବିଳମ୍ୱ କିମ୍ୱା କ୍ୟାସନେଲ ହେବାରେ ବିମାନର ଦୂରତା ଆଧାରରେ ୨୫୦ୟୁରୋରୁ ୬୦୦ ୟୁରୋର କ୍ଷତିପୂରଣ ମିଳିଥାଏ। ୟୁରୋପରେ ଏହି ଆଇନର ଭରପୂର ବ୍ୟବହାର ହୋଇଥାଏ। କୌଣସି କମ୍ପାନୀ କ୍ଷତିପୂରଣ ଦେବାରେ ମନାକଲେ ସରକାର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଅନ୍ତି। ଏହି ଆଇନ ଅନୁସାରେ ଯାତ୍ରୀ ଭୋଜନ , ପାନୀୟଜଳ ଓ ହୋଟେଲରେ ରହିବା ଖର୍ଚ୍ଚ ମଧ୍ୟ ମାଗି ପାରନ୍ତି।