ନୂଆଦିଲ୍ଲୀ: ଅସୁବିଧାରେ ଇଣ୍ଡିଗୋ ଏୟାର ଲାଇନ୍‌ । ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତ ଯାତ୍ରୀ । ଇଣ୍ଡିଗୋ ବିମାନ ଲାଗି ବୁକିଂ ସିଷ୍ଟମରେ ଆସିଥିବା ବୈଷୟିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ଉପୁଜିଛି । ନେଟଓ୍ବର୍କ ସ୍ଲୋ ଡାଉନ୍‌ ହେବା ଯୋଗୁଁ ଇଣ୍ଡିଗୋର ଓ୍ବେବସାଇଟ୍‌ ଏବଂ ବୁକିଂ ସି‌ଷ୍ଟମ ପ୍ରଭାବିତ ହୋଇଛି । ଏହା ଦ୍ବାରା ଯାତ୍ରୀଙ୍କ ଚେକ୍‌ ଇନ ପ୍ରକ୍ରିୟାରେ ବିଳମ୍ବ ହେଉଥିବା ବେଳେ ସେମାନଙ୍କୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି । 

 ସେପଟେ ନେଟଓ୍ବର୍କ ସମସ୍ୟା ହୋଇଥିବାରୁ କର୍ମଚାରୀମାନେ ମ୍ୟାନୁଆଲି  ସମସ୍ତ କାର୍ଯ୍ୟ କରୁଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି । ଏହା ସହ ସ୍ଥିତିକୁ ସୁଧାରିବା ଲାଗି ଯଥାସମ୍ଭବ ଚେଷ୍ଟା କରାଯାଉଛି ବୋଲି କମ୍ପାନି କହିଛି ।  




 କମ୍ପାନି ପକ୍ଷରୁ ଏକ୍ସରେ ପୋଷ୍ଟ କରି କୁହାଯାଇଛି ଯେ, ‘ଆମ ନେଟଓ୍ବର୍କରେ ଏବେ ଅସ୍ଥାୟୀ ସମସ୍ୟା ଦେଖାଦେଇଛି । ଏଥିପାଇଁ କମ୍ପାନିର ଓ୍ବେବସାଇଟ୍‌ ଏବଂ ବୁକିଂ ସିଷ୍ଟମରେ ସମସ୍ୟା ଦେଖାଦେଉଛି । ଫଳରେ ଯାତ୍ରୀଙ୍କୁ ବହୁ ଅସବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଆମ ଏୟାରପୋର୍ଟ ଟିମ୍‌ ଉପସ୍ଥିତ ରହିଛି । ଯାତ୍ରୀଙ୍କୁ ସେମାନେ ପୂର୍ଣ୍ଣ ସହାୟତା କରୁଛନ୍ତି । ଦୟାକରି ନିଶ୍ଚିତ ରୁହନ୍ତୁ, ଆମେ ଖୁବଶୀଘ୍ର ସମସ୍ୟାର ସମାଧାନ କରିଦେବୁ ।’ ଏହା ସହ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଛି କମ୍ପାନି ।