ପ୍ରମୂଖ ଖବର
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଇଣ୍ଡୋନେସିଆର ଜାଭା ଦ୍ୱୀପରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ, ୯ ନିଖୋଜ…

Published By : Prameya | January 21, 2025 4:32 PM

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ହଠାତ୍ ବନ୍ୟା ଆସିବା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି। ମଙ୍ଗଳବାର ଦିନ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଉଦ୍ଧାରକାରୀ ଜାଭାର ମୁଖ୍ୟ ଦ୍ୱୀପର ପାର୍ବତ୍ୟ ଅଞ୍ଚଳର ଗ୍ରାମ ଗୁଡ଼ିକରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ଏବଂ ଆକସ୍ମିକ ବନ୍ୟାରେ ଭାସି ଯାଇଥିବା ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ମୃତଦେହ ଗୁଡ଼ିକ ମାଟି ଅତଡା ଏବଂ ପଥର ତଳେ ପୋତି ହୋଇ ରହିଥିଲେ। ସେହିଭଳି ଦୁର୍ଘଟଣାରେ ୯ ଜଣ ନିଖୋଜ ରହିଛନ୍ତି। 

ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖ୍ୟ ବର୍ଗସ୍ କଟୁରସାରି କହିଛନ୍ତି ଯେ, ସୋମବାର ଦିନ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିଛି, ଯାହା କେନ୍ଦ୍ରୀୟ ଜାଭା ପ୍ରଦେଶର ପେକାଲୋଙ୍ଗନ୍ ରିଜେନ୍ସିରେ ନଅଟି ଗାଁକୁ ପ୍ରଭାବିତ କରିଛି। ଏହି ସମୟ ମଧ୍ୟରେ, ପାର୍ବତ୍ୟ ଅଞ୍ଚଳରୁ ମାଟି ଏବଂ ପଥର ଖସି ପଡ଼ିଲା, ଅନେକ ଗଛ ମଧ୍ୟ ଉପୁଡ଼ି ପଡ଼ିଲା । ସେ କହିଛନ୍ତି ଯେ ଉଦ୍ଧାରକାରୀ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ପେଟୁଙ୍ଗକ୍ରିୟୋନୋ ଗାଁରୁ ମଙ୍ଗଳବାର ସୁଦ୍ଧା ଅତି କମରେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ନିଖୋଜ ଥିବା ଗ୍ରାମବାସୀଙ୍କୁ ଖୋଜା ଚାଲିଛି।

ତେବେ ୧୦ ଜଣ ଆହତ କୌଶଳକ୍ରମେ ଦୁର୍ଘଟଣାସ୍ତଳରୁ ଖସି ପଳାଇବାରେ ସଫଳ ହୋଇଥିଲେ ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସୂଚନାଥାଉକି, ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଋତୁକାଳୀନ ବର୍ଷା ପ୍ରାୟତଃ ଇଣ୍ଡୋନେସିଆରେ ବନ୍ୟା ଏବଂ ଭୂସ୍ଖଳନର କାରଣ ହୁଏ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.