ଇନ୍ଦୋର, ୧୭/୦୨ : ବର୍ଷକର ଦୋସ୍ତି ପରେ ମନ ଦିଆନିଆ। ତାପରେ ଡାଉଟ୍ ରୁ ମର୍ଡର। ପ୍ରେମିକାକୁ ଡାକି ମାରିଦେଲା ପ୍ରେମିକ। ବନ୍ଦ ଘରେ ନୀରବି ଗଲା ନୀରିହାର ନିଃଶ୍ଵାସ। ଶବ ପାଖରେ ବସି ପିଇଲା ମଦ। ଗାର୍ଲଫ୍ରେଣ୍ଡର ନିସ୍ତେଜ ଶରୀର ସହ ଖେଳିଳା ନର ରାକ୍ଷସ। ମନ ବୁଝିଲା ଯାଏଁ ଶବ ସହ କଲା ବାରମ୍ଵାର ଦୁଷ୍କର୍ମ। କୌଣସି କ୍ରାଇମ୍ ଥ୍ରିଲରଠୁ କମ୍ ନୁହେଁ ଇନ୍ଦୋରର ଏହି ଘଟଣା। ପୁଲିସର ତଦନ୍ତରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ। ଆତ୍ମା ସହ କଥା ହେବାକୁ ଗୁଣି ଗାରେଡି ଶିଖୁଥିଲା ପ୍ରେମିକ। 

ଅବିଶ୍ଵାସ କରିଦେଲା ଅନ୍ଧ

ଇନ୍ଦୋରର ପୀୟୁଷ ନାମକ ଯୁବକ ଦ୍ଵାରକାପୁରୀରେ ରହୁଥିବା ଜଣେ ଏମବିଏ ଛାତ୍ରୀଙ୍କୁ ପ୍ରେମ କରୁଥିଲେ। ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଯୁବତୀ ଜଣଙ୍କ ଅନ୍ୟ ଯୁବକଙ୍କ ସହ ସମ୍ବନ୍ଧ ରଖୁଥିବା ପୀୟୁଷଙ୍କୁ ସନ୍ଦେହ ହୋଇଥିଲା। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ହେଉଥିଲେ। ଏହାପରେ ପୀୟୁଷ ତାଙ୍କ ପ୍ରେମିକାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲା। ସେ ରହୁଥିବା ଭଡ଼ା ଘରକୁ ପ୍ରେମିକାକୁ ଡାକିଥିଲା। ପ୍ରଥମେ ମ୍ୟାଗି କରି ପ୍ରେମିକାକୁ ପରଷି ଦେଇଥିଲା। ଏହାପରେ ଅସଲ ରୂପ ଦେଖାଇଥିଲା। ପ୍ରେମିକା ସହ ଶାରିରୀକ ସମ୍ପର୍କ ରଖିବାକୁ ଜିଦି କରିଥିଲା। ହେଲେ ପରିୟଡ୍ ହୋଇଥିବା ଯୋଗୁଁ ଯୁବତୀ ଜଣଙ୍କ ସମ୍ପର୍କ ରଖିବାକୁ ଅରାଜି ହୋଇଥିଲେ। ହେଲେ ପୀୟୁଷ ମାନିବାକୁ ନାରାଜ ଥିଲା। ସେ ଯୁବତୀଙ୍କ ହାତଗୋଡ଼ ବାନ୍ଧି ଅକଥନୀୟ ଅତ୍ୟାଚାର କରିଥିଲା। ଏହାପରେ ରଶିରେ ଗଳା ଚାପି ହତ୍ୟା କରିଥିଲା। 

ଶବ ସହ କଲା ଦୁଷ୍କର୍ମ

ସେତେବେଳକୁ ପୀୟୁଷ ରାକ୍ଷସ ପାଲଟି ସାରିଥିଲା। ଶବ ପାଖରେ ବସି ମଦ ପିଇଥିଲା। ପ୍ରେମିକା ବଞ୍ଚିଥିବା ସନ୍ଦେହ କରି ଯୁବତୀଙ୍କୁ ୧୮ ଥର ଛୁରୀରେ ଆକ୍ରମଣ କରିଥିଲା। ଏହାପରେ ମନ ବୁଝିବା ଯାଏଁ ଶବ ସହ ବାରମ୍ଵାର ଦୁଷ୍କର୍ମ କରିଥିଲା। ପୀୟୁଷ ମୋବାଇଲରେ ଏହାର ଭିଡିଓ ମଧ୍ୟ କରିଥିଲା। ଶେଷରେ ଶବକୁ ଘର ଭିତରେ ବନ୍ଦ କରି ମୁମ୍ଵାଇ ଫେରାର୍ ହୋଇଯାଇଥିଲା। 

ଆତ୍ମା ସହ କଥା ହେବାକୁ କରୁଥିଲା ଗୁଣି

ଏପଟେ ଯୁବତୀ ଜଣଙ୍କ ଘରକୁ ନଫେରିବାରୁ ଫେବୃଆରୀ ୧୧ ତାରିଖରେ ତାଙ୍କ ପରିବାର ଲୋକ ପଣ୍ଡୀରନାଥ ଥାନାରେ ଅଭିଯୋଗ କରିଥିଲେ। ଫେବୃଆରୀ ୧୩ ତାରିଖରେ ଦ୍ଵାରକାପୁରୀ ଅଞ୍ଚଳରେ ଥିବା ପୀୟୁଷଙ୍କ ଭଡ଼ା ଘରୁ ଦୁର୍ଗନ୍ଧ ହେବାରୁ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟିଥିଲା। ପଡୋଶୀଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ନିବସ୍ତ୍ର ଶବ ଉଦ୍ଧାର କରିଥିଲା। ସେପଟେ ପୀୟୁଷ ମୁମ୍ଵାଇ ଯାଇ ୟୁଟ୍ୟୁବ୍ ଦେଖି ଗୁଣି ଗାରେଡିରେ ମାତିଥିଲା। ତନ୍ତ୍ର ମନ୍ତ୍ର ଶିଖି ପ୍ରେମିକାର ଆତ୍ମା ସହ କଥା ହେବାକୁ ଚେଷ୍ଟା କରୁଥିଲା। ପୁଲିସ ମାମଲାର ତଦନ୍ତ କରି ଶେଷରେ ଫେବୃଆରୀ ୧୪ରେ ପୀୟୁଷକୁ ଗିରଫ କରିଥିଲା। ପୁଲିସ ଏବେ କଲ୍ ରେକର୍ଡ, ଚାଟ୍ ଆଧାରରେ ତଦନ୍ତ ଜୋରଦାର୍ କରିଛି। ପୀୟୁଷର ମାନସିକ ସ୍ଵାସ୍ଥ୍ୟ ଠିକ୍ ନଥିବା ଅନୁମାନ କରାଯାଉଛି। ପ୍ରେମରେ ଅବିଶ୍ଵାସ କେତେ ଯେ ଭୟଙ୍କର ପରିଣାମ ନେଇପାରେ ତାହା ଏହି ଘଟଣାରୁ ଜଣାପଡ଼ୁଛି। 

ଏହି ଖବରଟିକୁ ପଢନ୍ତୁ- ବାୟା କଲା ବନ୍ଧୁଙ୍କ ପତ୍ନୀ ପ୍ରେମ, ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲେ ମହିଳା