ନୂଆଦିଲ୍ଲୀ, ୧୬/୨ : ପ୍ରେମିକ ନିଜର ସ୍ବାମୀ ପର । ପ୍ରେମ ନିଶା ଏମିତି ବାୟା କଲା କି, ଯାହାକୁ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ସାଥୀ ହେବାକୁ କଥା ଦେଇଥିଲେ ତାକୁ ମାରିଦେଲେ । ଉତ୍ତରପ୍ରଦେଶର ସୁଲତାନପୁରରୁ ଆସିଛି ଏଭଳି ଅଭାବନୀୟ ଖବର । ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ମହିଳାଙ୍କୁ ପୁଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ପୁଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି । ମୃତକ ଜଣକ ହେଲେ ଅମିତ ସିଂହ । ସେ ଜଣେ ଟ୍ରକ ଡ୍ରାଇଭର ଭାବେ କାମ କରନ୍ତି । ତାଙ୍କ ବନ୍ଧୁ ଦୀପକ ହତ୍ୟା କରିଥିବାବେଳେ ସେ ଫେରାର ଅଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୀପକ ଏବଂ ଅମିତ ଭଲ ବନ୍ଧୁ ଥିଲେ । ସେମାନେ ସାଙ୍ଗ ହୋଇ ଗାଡ଼ି ଚଳାଉଥିଲେ । ଅଧିକାଂଶ ସମୟରେ ଅମିତଙ୍କ ଘରକୁ ଦୀପକ ଯିବା ଆସିବା କରୁଥିଲା । ଏପରିକି ଏତେ ବିଶ୍ବାସ ଥିଲା କି, ଏକାକି ମଧ୍ୟ ଅନେକ ସମୟରେ ଯିବା ଆସିବା କରୁଥିବା ପଡ଼ୋଶୀମାନେ କହିଛନ୍ତି । ଏହି ଯିବା ଆସିବା ଭିତରେ ଅମିତଙ୍କ ସ୍ତ୍ରୀଙ୍କ ପ୍ରେମରେ ପଡ଼ି ଯାଇଥିଲା ଦୀପକ । ଏମିତି କିଛିଦିନ ମିଳାମିଶା ଚାଲିଥିଲା। ଉଭୟ ଅବୈଧ ସମ୍ପର୍କ ମଧ୍ୟ ରହିଥିଲା ।

ଏମାନେ ପ୍ରେମରେ ଏତେ ମଜି ଯାଇଥିଲେ କି, କାହା କଥା ମଧ୍ୟ ଶୁଣିନଥିଲେ । ପ୍ରଥମେ ପ୍ରଥମେ ଅମିତଙ୍କ ପରିବାର ଲୋକେ ଏହାକୁ ବିଶ୍ବାସ କରୁନଥିଲେ । ପରେ ସମ୍ପର୍କ ଏମିତି ଆଗକୁ ବଢ଼ିଥିଲା କି, ସମସ୍ତେ ସନ୍ଦେହ ନଜରରେ ଦେଖିଥିଲେ । ଆଉ ସେମାନଙ୍କ ସନ୍ଦେହ ମଧ୍ୟ ସତ ହୋଇଥିଲା । ସେମାନେ ଉଭୟଙ୍କୁ ଏକାଠି ଗୋଟିଏ ରୁମରେ ଥିବା ସମୟରେ ମଧ୍ୟ ଧରିଥିଲେ । ଯାହାକୁ ନେଇ ଝଗଡ଼ା ମଧ୍ୟ ହୋଇଥିଲା । ଆଉ ପ୍ରେମକୁ ପାଇବା ପାଇଁ ଅମିତ ବନ୍ଧୁ ଦୀପକକୁ ରାସ୍ତାରୁ ହଟାଇବାର ଯୋଜନା କରିଥିଲା । ଯେଉଁଥିରେ ତାଙ୍କ ପତ୍ନୀ ମଧ୍ୟ ଥିଲେ ।

ଶନିବାର ବିଳମ୍ବିତ ରାତିରେ ଯେତେବେଳେ ଅମିତ ଗଭୀର ନିଦରେ ଶୋଇଥିଲେ ଉଭୟ ହତ୍ୟା କରିବାର ଯୋଜନା କରିସାରିଥିଲେ । ସେମାନେ ଶୋଇଥିବା ଅବସ୍ଥାରେ ଆକ୍ରମଣ କରିଥିଲେ । ଏତେ ଗଭୀର ଭାବେ ଆକ୍ରମଣ କରିଥିଲେ କି, ସେଠାରେ ହିଁ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଚିତ୍କାର ଶୁଣି ପହଞ୍ଚିବା ବେଳକୁ ସବୁକିଛି ସରିଯାଇଥିଲା । ଅମିତଙ୍କ ପତ୍ନୀଙ୍କୁ ଧରି ପୁଲିସ ଜିମା ଦେଇଥିବାବେଳେ ଦୀପକ ଫେରାର ହୋଇଯାଇଛି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଜାରି ରହିଛି ।

​​​​​​​ଏହାସହ ପଢ଼ନ୍ତୁ : ପାକିସ୍ତାନୀ କ୍ରିକେଟରଙ୍କୁ ଡରାଉଛି ସୋସିଆଲ ମିଡିଆର ଟ୍ରୋଲ୍ ଭୂତ, ନିଜ ଦେଶର ଫ୍ୟାନ୍ସ କହିଲେ...