ଭୁବନେଶ୍ୱର,୦୩/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ନଭେମ୍ବର ୪ରୁ ଦୁଇ ଦିନିଆ ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ସ ଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ ମେରାଇନ୍‌  ବାୟୋଟେକ୍ନୋଲୋଜି: ଏ ସର୍କୁଲାର ଇକୋନୋମି' ଶୀର୍ଷକ ଜାତୀୟ କର୍ମଶାଳା  ଆୟୋଜନ ହେବ । ସୋଆ ସେଣ୍ଟର ଫର୍‌ ଇଣ୍ଡଷ୍ଟ୍ରିଆଲ୍‌ ବାୟୋଟେକ୍ନୋଲୋଜି ରିସର୍ଚ୍ଚ  (ସିଆଇବିଆର୍‌) ଏହି କର୍ମଶାଳା ଆୟୋଜନ କରିବ । 

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ  ରହିଛି । ନାସନାଲ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌(ଏନ୍‌ଆର୍‌ଡିସି) ଓ  ବାୟୋଟୋକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ  ଏହା ଆୟୋଜିତ ହେବ। ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଓ  ନୀତି ନିର୍ଦ୍ଧାରକ ଯୋଗ ଦେବେ । କାର୍ଯ୍ୟକ୍ରମରେ ଅଭିନବ ଜୈବ ପ୍ରଯୁକ୍ତିବିଦ୍ୟା ଉପରେ ଆଲୋଚନା କରାଯିବ । ସୋଆ ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଜାତୀୟ  ସମ୍ମିଳନୀ ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ ଏହି ସୂଚନା ଦେଇଛନ୍ତି । 

ଶ୍ରୀ ଥାଟ୍ଟୋଇ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ଇଣ୍ଡଷ୍ଟ୍ରିଆଲ୍‌  ବାୟୋଟେକ୍ନୋଲୋଜି ଓ ମେରାଇନ୍‌ ବାୟୋଟେକ୍ନୋଲୋଜିର ପରିବେଶ ପ୍ରଦୂଷଣ  ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ କ୍ଷେତ୍ରରେ ବିଶେଷ ଭୂମିକା ରହିଛି । ତେଣୁ  ଏହି ବିଷୟବସ୍ତୁକୁ ନେଇ ସମ୍ମିଳନୀ ଆୟୋଜନ କରାଯାଉଛି । ସିଆଇବିଆର୍‌ର  ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଓ ମେଡିକାଲ୍‌ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା