ଦେଶରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଚିନ୍ତା କରୁଛନ୍ତି ମୋଦି ସରକାର, ଆସନ୍ତା ୨ ଦିନ ଭିତରେ ହୋଇପାରେ ଗୁରୁତ୍ବପୂର୍ଣ୍ଣ ବୈଠକ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହଙଙ୍ଗା ମାଡ ସାଧାରଣ ଲୋକଙ୍କ ଜୀବନକୁ କଷ୍ଟକର କରିଦେଉଛି । ମଇଦା, ଡାଲି ଏବଂ ରନ୍ଧନ ଗ୍ୟାସ୍, ସବୁକିଛିର ମୂଲ୍ୟ ବଢି ଚାଲିଛି । ଦିଲ୍ଲୀ ହେଉ କିମ୍ବା ମୁମ୍ବାଇ ହେଉ, ପାଟନା କିମ୍ବା ଗୋରଖପୁର ସବୁ ସ୍ଥାନରେ ଲୋକମାନେ ମହଙ୍ଗା ମାଡର ଶିକାର ହେଉଛନ୍ତି ।
ଗ୍ୟାସ ସିଲିଣ୍ଡର ୧ ହଜାର ଟଙ୍କାକୁ ଅତିକ୍ରମ କରିଛି, ପେଟ୍ରୋଲ ୧୦୦ ରୁ ଅଧିକ । କେବଳ ଏତିକି ନୁହେଁ ଏଭଳି ସମୟରେ ପନିପରିବା କଥା ଆଉ ନକହିବା ଭଲ । ମହଙ୍ଗା ଦୈନନ୍ଦିନ ଜିନିଷ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି । ଗତ କିଛି ମାସ ମଧ୍ୟରେ ଚାଉଳର ମୂଲ୍ୟ କିଲୋପ୍ରତି ୫ ରୁ ୬ଟଙ୍କା ବୃଦ୍ଧି ପାଇଛି । ମଇଦା ୧୦ ଟଙ୍କା ବଢିଛି, ତେଲ ମଧ୍ୟ ୧୦ ରୁ ୧୨ ପ୍ରତିଶତ ବଢିଥିବାବେଳେ ସାବୁନ୍ ଏବଂ ସାମ୍ପୁ ୨୦ ରୁ ୩୦ ଟଙ୍କା ବୃଦ୍ଧି ପାଇଛି ଏବଂ ସବୁକିଛି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସହିତ ଜଡିତ । ପେଟ୍ରୋଲ ଡିଜେଲ କେବଳ ଯାନବାହନ ନୁହେଁ ରୋଷେଇ ଘରର ବଜେଟକୁ ବୃଦ୍ଧି କରିଛି ।
ତେବେ ଏହି ଦରବୃଦ୍ଧି ସମୟରେ ଆସନ୍ତା ୨ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ମହଙ୍ଗା ଉପରେ ଏକ ବୈଠକ କରିବାକୁ ଯାଉଛନ୍ତି । ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଖାଦ୍ୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ କରାଯିବ । କେବଳ ଏତିକି ନୁହେଁ, ଆଗାମୀ ଦିନରେ ଡିଜେଲ-ପେଟ୍ରୋଲର ମୂଲ୍ୟ ସମ୍ପର୍କରେ ଏକ ବଡ଼ ଘୋଷଣା ମଧ୍ୟ କରାଯାଇପାରେ । ଆସନ୍ତା ଦୁଇ ଦିନ ମଧ୍ୟରେ ମୋଦୀ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ଏକ ବଡ ନିଷ୍ପତ୍ତି ନେଇପାରନ୍ତି ।