ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଇନଫୋସିସ୍‌ରୁ ଛଟେଇ ହେବେ ୭୦୦ କର୍ମଚାରୀ, ଯୋଗ୍ୟତା ପରୀକ୍ଷା ଆଧାରରେ କର୍ମଚାରୀଙ୍କୁ କରାଯିବ ବିଦା

Published By : Prameya | February 9, 2025 10:58 AM

ନୂଆଦିଲ୍ଲୀ,୦୯/୦୨: ପ୍ରମୁଖ ଆଇଟି କମ୍ପାନି ଇନ୍‌ଫୋସିସରୁ ଛଟେଇ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ୨୦୨୪ ଅକ୍ଟୋବରରେ କ୍ୟାମ୍ପସରେ ନିଯୁକ୍ତି ପାଇଥିବା ୭୦୦ କର୍ମଚାରୀଙ୍କୁ କମ୍ପାନି ଛଟେଇ କରିଛି । କମ୍ପାନିର ଏଭଳି ପଦକ୍ଷେପକୁ ଜାତୀୟ ଶ୍ରମ ଆୟୋଗ ଏବଂ ନ୍ୟାସେଣ୍ଟ ଇନଫରମେଶନ ଟେକ୍ନୋଲୋଜି ଆଶ୍ଚର୍ଯ୍ୟକର ଏବଂ ଅନୈତିକ ବୋଲି କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ  ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସହ ଆଲୋଚନା କରିବ  ବୋଲି କହିଛି ନ୍ୟାସେଣ୍ଟ ଟେକ୍ନୋଲୋଜି । ଏପଟେ ଛଟେଇକୁ  ନେଇ ସ୍ପଷ୍ଟୀକରଣ ରଖିଛି କମ୍ପାନି । 

ଇନଫୋସିସ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ଯୋଗ୍ୟତା ପରୀକ୍ଷା  ପରେ ଏଭଳି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି । ମହୀଶୂର କ୍ୟାମ୍ପସ ପରିସରରେ ଆୟୋଜିତ ଏହି ପରୀକ୍ଷା ପ୍ରଶିକ୍ଷଣ ପରେ  ନିଶ୍ଚିତ ପକ୍ଷେ ପାସ୍‌ କରିବାର ନିୟମ ରହିଛି । ୩ଟି ପ୍ରୟାସ ପରେ ଯେଉଁ କର୍ମଚାରୀ ଏହି ପରୀକ୍ଷାର ନ୍ୟୁନତମ ସ୍ତର ଠାରୁ କମ୍‌ ପରଫରମାନ୍ସ କରିଛନ୍ତି ସେମାନଙ୍କ ନିକଟକୁ  କମ୍ପାନି ଛଟେଇ ନେଇ ମେଲ୍‌ ପଠାଇଛି।

ଏପଟେ କର୍ମଚାରୀ ମାନେ ଅଭିଯୋଗରେ କହିଛନ୍ତି, ପରୀକ୍ଷାର ପାଠ୍ୟକ୍ରମ ଏବଂ ମାନଦଣ୍ଡ ପରିବର୍ତ୍ତନ କରାଯାଇଛି । ଫଳରେ ଏହାକୁ ପାସ୍‌ କରିବା କଷ୍ଟକର ହୋଇଛି। ପ୍ରଭାବିତ କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ୨୦୨୨ ଇଞ୍ଜିନିୟରିଂ ବ୍ୟାଚ୍‌ର । ସେମାନେ କମ୍ପାନିରେ ଯୋଗ ଦେବା ଲାଗି ୨.୫ ବର୍ଷ ଅପେକ୍ଷା କରିଥିଲେ ବୋଲି ଇଟି ରିପୋର୍ଟରେ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.