ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ବଢିଲା ଜଷ୍ଟିସ୍ ବର୍ମାଙ୍କ ଅଡୁଆ: ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟି ଦେଲେ ରିପୋର୍ଟ, ମହାଭିଯୋଗ ପ୍ରସ୍ତାବ ଆଣିବାକୁ କଲେ ସୁପାରିଶ

Published By : Harapriya Biswal | June 19, 2025 3:53 PM

ନୂଆଦିଲ୍ଲୀ,୧୯।୬: କ୍ୟାସ୍ କାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବର୍ମାଙ୍କ ଅଡୁଆ ବଢିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ତିନି ସଦସ୍ୟ ବିଶିଷ୍ଟ କମିଟି ନିଜର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାର ସୁପାରିଶ କରାଯାଇଛି।  ଗତ ମାର୍ଚ୍ଚ ମାସରେ ବାସ ଭବନରୁ ପୁଳାପୁଳା ଅଧାପୋଡା ନୋଟ୍ ମିଳିବା ମାମଲାରେ ବିବାଦର ପରିସକୁ ଆସିଥିଲେ ଜଷ୍ଟିମ ବର୍ମା। 

୨୨ ମାର୍ଚ୍ଚରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ତିନି ଜଣିଆ ଖଣ୍ଡପୀଠ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଷ୍ଟୋରରୁମ୍‌ରେ ଜଷ୍ଟିସ୍ ବର୍ମାଙ୍କ ପରିବାରର ପୁରା ନଜର ରହିଥିଲା। ସେଠାକୁ କାହାକୁ ଯିବାର ଅନୁମତି ନଥିଲା। ତଥ୍ୟକୁ ଦେଖି କମିଟି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାର ଦାବି କରିଛି। ସର୍ବୋଚ୍ଚ ନ୍ୟାୟଳୟ ଦ୍ବାରା ନିଯୁକ୍ତ ପ୍ୟାନେଲ ୫୫ ଜଣ ସାକ୍ଷୀଙ୍କୁ ପଚରା ଉଚରା କରିବା ପରେ ଜଷ୍ଟିସ୍ ବର୍ମାଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଏହାପରେ କମିଟି ଗୁରୁବାର ସକାଳେ ୬୪ ପୃଷ୍ଠାର ରିପୋର୍ଟ ଆଗତ କରିଛି। 

କମିଟି ରିପୋର୍ଟରେ ଦୁଇଟି ପ୍ରମୁଖ ଖୁଲାସା କରିଛି, ଯାହାକି ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାର ଏହାର ସୁପାରିଶ ଆଧାରରେ ହୋଇଛି। ରିପୋର୍ଟ ଅନୁସାରେ, କମିଟି କହିଛି, ଆମେ ୩୦ ତୁଗଲକ କ୍ରିସେଣ୍ଟ ପରିସରରେ ଥିବା ଯେଉଁ ରୁମ୍‌ରୁ ନଗଦ ଟଙ୍କା ମିଳିଛି ତାହା ସରକାରୀ ଭାବରେ ଜଷ୍ଟିସ୍ ବର୍ମାଙ୍କ କବଜାରେ ଥିଲା। ଷ୍ଟୋର ରୁମ୍‌ ପର୍ଯ୍ୟନ୍ତ ଜଷ୍ଟିସ୍‌ ବର୍ମା ଓ ତାଙ୍କ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ତତ୍ତ୍ବାବଧାନରେ ଥିଲା। ସେଠାକୁ ଅନ୍ୟ କାହାକୁ ଯିବାର ଅନୁମତି ନଥିଲା। ପ୍ୟାନେଲ କହିଛି, ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପର୍ଯ୍ୟାପ୍ତ ପ୍ରମାଣ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.