ଧାନବାଦ,୦୯/୦୫: ପ୍ରକୃତିର କୋଳରେ ଅବସ୍ଥିତ ସୁନ୍ଦର ତୋପଚାଞ୍ଚି ହ୍ରଦ ଶନିବାର ଦିନ ଏମିିତି ଏକ ଚିତ୍କାରର ସାକ୍ଷୀ ପାଲଟିଥିଲା, ଯାହା ସାରା ଧାନବାଦ ସହରକୁ ଥରାଇ ଦେଇଥିଲା। ପାଣିର ଗଭୀରତା ଦୁଇଟି ଜୀବନକୁ ଗ୍ରାସ କରିଥିଲା। ତଥାପି, ଦୁଇଟି ଜୀବନର ବିଦାୟ ସମୟରେ, ଏହା ସମାଜ ପାଇଁ ଛାଡ଼ିଯାଇଥିଲା ଶିକ୍ଷା, ସାହସିକତା ଏବଂ ଅତୁଟ ବନ୍ଧନର ଏକ ନିଦର୍ଶନ ଯାହାକି ପଥର ଦୃଦୟକୁ ବି ତରଳାଇଦେବ।

ଝାଡ଼ଖଣ୍ଡ ଝରିଆସ୍ଥିତ କୋଇଲା ବ୍ୟବସାୟୀ ସନ୍ଦୀପ ଝୁନଝୁନୱାଲାଙ୍କ ୨୨ ବର୍ଷୀୟ ପୁଅ ଅମନ ଝୁନଝୁନୱାଲା ଏବଂ ଗୋବିନ୍ଦପୁରର ଜଣେ ୨୨ ବର୍ଷୀୟ ଯୁବକ ଅରମାନ ଆଲମଙ୍କ ମୃତ୍ୟୁ ହୋଇଛି। ଶନିବାର ଦିନ ଉଭୟ ଯୁବକଙ୍କ ମୃତଦେହ ହ୍ରଦରୁ ଉଦ୍ଧାର କରାଯିବା ପରେ ଦେଖାଯାଇଥିବା ଦୃଶ୍ୟ ସେମାନଙ୍କ ମୃତ୍ୟୁ ଅପେକ୍ଷା ଆହୁରି ହୃଦୟ ବିଦାରକ ଥିଲା। ପାଣି ଭିତରୁ ଉଭୟଙ୍କୁ ବାହାର କରିବା ସମୟରେ ଦୁଇ ବନ୍ଧୁ ଶବ ହୋଇ ପରସ୍ପରକୁ ଆଲିଙ୍ଗନ କରିଥିବା ଭଳି ଆଖିଭିଜା ଦୃଶ୍ୟ ଦେଖିବାକୁ ମିଳିଥିଲା।

​​​​​​​

ଅଧିକ ପଢ଼ନ୍ତୁ: ମଞ୍ଚକୁ ଚଢ଼ି ବରକୁ ଟାଣି ନିର୍ଦ୍ଧୁମ୍ ଛେଚିଲେ ପ୍ରେମିକା, କନ୍ୟାଘର ଲୋକ କହିଲେ....

ଯେବେ ଆନନ୍ଦର ମୂହୁର୍ତ୍ତ ଆଣିଦିଏ ଅସଂଖ୍ୟ ଦୁଃଖ:

ଅମନ ତାଙ୍କ ବନ୍ଧୁ ରୁଦ୍ର ଏବଂ ପ୍ରିୟାଂଶୁଙ୍କ ସହିତ ସାପ୍ତାହିକ ଛୁଟି ବିତାଇବା ପାଇଁ ତୋପଚାଞ୍ଚି ଦ୍ରଦରେ ପହଞ୍ଚିଥିଲେ। ଲିଚୁ ବଗିଚା ମଧ୍ୟରେ ସ୍ୱାଦିଷ୍ଟ ଭୋଜନ ସହିତ ମଜାମସ୍ତି କରିବା ପରେ, ଅମନ ହ୍ରଦର ଥଣ୍ଡା ପାଣିରେ ଗାଧେଇବାକୁ ଇଚ୍ଛା କଲେ। ତାଙ୍କ ବନ୍ଧୁମାନେ ତାଙ୍କୁ ପାଣିର ଗଭୀରତା ବିଷୟରେ ସତର୍କ କରାଇ ତାଙ୍କୁ ନଗାଇବାକୁ ପରାମର୍ଶ ଦେଲେ କିନ୍ତୁ ଉତ୍ସାହ ଆଗରେ ବନ୍ଧୁଙ୍କ ପରାମର୍ଶକୁ ଅଗ୍ରାହ୍ୟ କରିଥିଲେ ଅମନ। ଗାଧୋଇବା ବେଳେ ହ୍ରଦର ଗଭୀରତାକୁ ଚାଲିଗଲେ ଅମନ।

ଅପରିଚିତ ହୋଇଥିଲେ ମଧ୍ୟ, ବନ୍ଧୁତାର ବନ୍ଧନକୁ ବଞ୍ଚାଇବାକୁ ପାଣିକୁ ଡେଇଁପଡ଼ିଲେ ଅରମାନ:

ଅମନକୁ ବୁଡ଼ି ଯାଉଥିବାର ଦେଖି, କୂଳରେ ଏକ କୋଳାହଳ ପରିସ୍ତିତି ସୃଷ୍ଟି ହୁଏ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଅରମାନ ଆଲମଙ୍କ ପାଇଁ, ଅମନ ସମ୍ପୂର୍ଣ୍ଣ ଅପରିଚିତ ଥିଲେ ମଧ୍ୟ ଜଣେ ବୁଡ଼ି ଯାଉଥିବା ମଣିଷର ଦୃଶ୍ୟ ତାଙ୍କର ମାନବିକତା ଭାବନାକୁ ଜାଗ୍ରତ କରିଥିଲା। ନିଜ ଜୀବନ ପ୍ରତି ବିପଦକୁ ଅଣଦେଖା କରି, ଅରମାନ ହ୍ରଦକୁ ଡେଇଁପଡ଼ିଲେ। ସେ ଅମନର ହାତ ଧରି ତାକୁ ବାହାର କରିବାକୁ ଚେଷ୍ଟା କଲେ, କିନ୍ତୁ ହ୍ରଦର ଗଭୀରତା ଏବଂ ଦଳଗୁଡ଼ିକ ଖୁବ୍ ଶୀଘ୍ର ଉଭୟଙ୍କୁ ନିଜ କବଳକୁ ନେଇଗଲା।

ଆହୁରି ପଢ଼ନ୍ତୁ: Car Key In Foil: କାହିଁକି ଲୋକମାନେ ଆଲୁମିନିୟମ ଫଏଲରେ ଗୁଡ଼ାଇ ରଖୁଛନ୍ତି ଗାଡ଼ି ଚାବି ? ସୁରକ୍ଷା ସହିତ ଜଡ଼ିତ ମାମଲା ପଛର କାରଣ କ'ଣ?

ମୃତ ଅମନଙ୍କ ସହିତ ସେଠାକୁ ଯାଇଥିବା ବନ୍ଧୁ ରୁଦ୍ର କୁମାର କହିଛନ୍ତି ଯେ ଅମନ ବୁଡ଼ିଯାଉଥିଲେ। "ଆମେ ପୋଷାକ ଫିଙ୍ଗି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଆମର ପ୍ରୟାସ ବ୍ୟର୍ଥ ହୋଇଥିଲା। ତା'ପରେ ସେ ପାଖରେ ଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କଲୁ; ଏହା ଶୁଣି, ଅରମାନ ଜଣେ ଦେବଦୂତ ପରି ଭିତରକୁ ଡେଇଁ ପଡ଼ିଲେ। ସେ ଅମନଙ୍କୁ ଧରିବାରେ ମଧ୍ୟ ସଫଳ ହେଲେ, କିନ୍ତୁ ଅକାତକାତ ପାଣି ଏବଂ ମାତ୍ରାଧିକ ଦଳ ଶେଷରେ ଉଭୟଙ୍କୁ ପାଣିର ଗଭିରତାକୁ ନେଇଗଲା।"

ଘଟଣାର ଖବର ପାଇ ପୋଲିସ ଏବଂ ସ୍ଥାନୀୟ ଡାଇଭରମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଣ୍ଟା ଘଣ୍ଟାର କଠିନ ପରିଶ୍ରମ ପରେ ଯେତେବେଳେ ଉଭୟଙ୍କ ମୃତଦେହକୁ ଉପରକୁ ଅଣାଗଲା, ସେତେବେଳେ ଉପସ୍ଥିତ ସମସ୍ତଙ୍କ ଆଖି ଲୁହରେ ଭିଜିଗଲା। ଅରମାନ ଏବଂ ଅମନଙ୍କ ମୃତଦେହ ପରସ୍ପରକୁ ଆଲିଙ୍ଗନ କରିବା ଅବସ୍ଥାରେ ମିଳିଥିଲା; ଏହା ଦେଖାଯାଉଥିଲା ଯେପରି ମୃତ୍ୟୁର ଶେଷ ମୁହୂର୍ତ୍ତରେ ମଧ୍ୟ ଅରମାନ ଅମନଙ୍କୁ ଛାଡ଼ି ନଥିଲେ।

ପୁଣି ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ:

ଏହି ଦୁଃଖଦ ଘଟଣା ପୁଣି ଥରେ ଟୋପଚାଞ୍ଚି ହ୍ରଦ ଭଳି ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାର ସ୍ପଷ୍ଟ ଅପରିପକ୍ୱତାକୁ ନେଇ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ଲୋକେ ପ୍ରଶାସନକୁ ଗଭୀର ଜଳ ଅଞ୍ଚଳରେ କଣ୍ଟା ତାର ବାଡ଼ କିମ୍ବା ବ୍ୟାରିକେଡ୍ ଲଗାଇବାକୁ ଦାବି କରିଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ସତର୍କ ସୂଚନା ସଙ୍କେତ ଲଗାଇବା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଥାୟୀ ଲାଇଫଗାର୍ଡ ନିୟୋଜିତ କରିବାକୁ ମଧ୍ୟ ଦାବି କରିଛନ୍ତି। ଅମନ ଏବଂ ଅରମାନଙ୍କ କାହାଣୀ ଆଗାମୀ ବର୍ଷ ବର୍ଷ ଧରି ଟୋପଚାଞ୍ଚିର ଲହରୀ ମଧ୍ୟରେ ପ୍ରତିଧ୍ୱନିତ ହେବ... ଜଣେ ଜୀବନର ସୁନ୍ଦର ମୂହୂର୍ତ୍ତକୁ ଜିଇଁବାକୁ ଯାଇଥିଲେ ଏବଂ ଅନ୍ୟ ଜଣେ ଅଜଣା ବ୍ୟକ୍ତିଙ୍କ ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ହରିୟାଣାରୁ ବଙ୍ଗ: ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହି ୯ ରାଜ୍ୟରେ ଆସିଲା ସରକାର