ଜୟପୁର ସେଣ୍ଟ୍ରାଲ୍ ଜେଲରେ ପାକିସ୍ତାନୀ କଏଦୀକୁ ପଥର ଫିଙ୍ଗି ମାରିଦେଲେ ୨ ଭାରତୀୟ କଏଦି

ଜୟପୁର,୨୦।୨: ପୁଲଓ୍ଵାମା ଆକ୍ରମଣ ପରେ ନିଜ ରାଗ ଉପରେ ନିୟନ୍ତ୍ରଣ ନ ରଖିପାରି ଜେଲ୍ ଭିତରେ ଥିବା ୨ ଭାରତୀୟ କଏଦୀ ଜଣେ ପାକିସ୍ତାନୀ କଏଦୀକୁ ପଥର ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ, ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଫେବ୍ରୁଆରି ୧୪ ଦିନ ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଘଟାଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ତାହାର ପ୍ରତିଶୋଧ ନେବାକୁ ଦୁଇ ଭାରତୀୟ କଏଦୀ ଏପରି କରିଛନ୍ତି। ମିଳିଥିବା ସୂଚନାନୁସାରେ, ପାକିସ୍ତାନୀ ଜେଲ୍ରେ ରହିଥିବା ଭାରତୀୟ ନୌସେନା କମାଣ୍ଡର୍ କୁଳଭୂଷଣ ଯାଦବଙ୍କୁ ଖଲାସ କରିବା ପାଇଁ ଇଣ୍ଟର୍ନେସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ରେ ଭାରତ ଆବେଦନ କରିଛି। ତାଙ୍କୁ ପୂର୍ବରୁ ଗୁପ୍ତଚରଗିରି ଅଭିଯୋଗରେ ପାକିସ୍ତାନ ଫାଶି ଦଣ୍ଡାଦେଶ ଶୁଣାଇ ସାରିଛି।