ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଘରେ ଲଗାନ୍ତୁ ସୋଲାର୍‌ ଏନର୍ଜି, ଅଧା କମିଯିବ ବିଜୁଳି ବିଲ୍‌

Published By : Rasmita Pradhan | July 3, 2025 1:27 PM

Image source : Sun-AP Ecopower

ଭୁବନେଶ୍ଵର : ଆଜିର ମହଙ୍ଗା ଦୁନିଆରେ ବଢୁଥିବା ବିଜୁଳି ବିଲ୍‌ ପ୍ରାୟ ମଧ୍ୟବିତ୍ତ ପରିବାରକୁ ଚିନ୍ତାରେ ପକାଉଛି । ଥଣ୍ଡା ଦିନେ ମଧ୍ୟ ବିଜୁଳି ବିଲ୍‌ କମ୍‌ ଆସୁନାହିଁ । ତେବେ ଗରମ ଦିନେ ଅବସ୍ଥା କଣ ହେବ ଭାବି ଚିନ୍ତାରେ ପଡୁଛନ୍ତି ଘରଣୀମାନେ । କାରଣ ଘର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବା ସେମାନଙ୍କର ପ୍ରମୁଖ କାମ । ଚାଲନ୍ତୁ ଜାଣିବା କଣ କରିବା ଦ୍ୱାରା ଆପଣ ବିଜୁଳି ବିଲ୍‌କୁ ଅଧା କରିପାରିବେ । 

ଘରେ ଲଗାନ୍ତୁ ସୋଲାର୍‌ ଏନର୍ଜି 

ବିଜୁଳି ବିଲ୍‌କୁ କମ୍‌ କରିବା ପାଇଁ ସୋଲାର୍‌ ଏନର୍ଜି ଶ୍ରେଷ୍ଠ ବିକଳ୍ପ । ଭାରତରେ ପ୍ରାୟ ୩୦୦ ଦିନ ଖରା ରହିଥାଏ । ତେଣୁ ଏହା ଆମ ପାଇଁ ଉପଯୁକ୍ତ ବିକଳ୍ପ । ସୋଲାର୍‌ ଏନର୍ଜିକୁ ଆପଣ ଘର ଛାତ ଉପରେ ଲଗାଇପାରିବେ । ଏଥିପାଇଁ ଗୋଟିଏ ଥର ପାଇଁ ନିବେଶ କରିବାକୁ ପଡିଥାଏ, ଯାହା ଦୀର୍ଘ ଦିନ ଯାଏ ବିଜୁଳି ଯୋଗାଇଥାଏ । ଫଳରେ ବିଜୁଳି ବିଲ୍‌କୁ କମ୍‌ କରିପାରିବେ । 

ଏଲ୍‌ଇଡି ଲାଇଟ୍‌ 

ଘରେ ବ୍ୟବହୃତ ସମସ୍ତ ଲାଇଟ୍‌ ପଏଣ୍ଟରେ ଏଲ୍‌ଇଡି ବଲ୍‌ବ ବ୍ୟବହାର କରନ୍ତୁ । ଫଳରେ ବିଜୁଳି କମ୍‌ ବ୍ୟବହାର ସହ ବିଲ୍‌ କମ୍‌ ଆସିଥାଏ । ୠଏୟାର କଣ୍ଡିସନର୍‌ ଗରମ ଦିନେ ଅଧିକ ବିଜୁଳି ବ୍ୟବହାର ହୋଇଥାଏ । ତଥାପି ଗରମ ଦିନେ ଅଧିକରୁ ଅଧିକ ସିଲିଙ୍ଗ୍‌ ଓ ଟେବଲ୍‌ ଫ୍ୟାନ୍‌ ବ୍ୟବହାର ପାଇଁ ଚେଷ୍ଟା କରନ୍ତୁ । କାରଣ ଏସି ବ୍ୟବହାର ଦ୍ୱାରା ଶରୀର କ୍ଷତିଗ୍ରସ୍ତ ହେବା ସହ ଅଧିକ ବିଜୁଳି ବିଲ୍‌ ଆସିଥାଏ । ଏହାକୁ ଧ୍ୟାନରେ ରଖନ୍ତୁ । ଆବଶ୍ୟକ ନ ଥିଲେ ଲାଇଟ୍‌ ବା ଫ୍ୟାନ୍‌ ବନ୍ଦ କରିବା ଶିଖନ୍ତୁ । ଏହା ମଧ୍ୟ ପିଲାମାନଙ୍କୁ ଶିଖାନ୍ତୁ । 

କମିବ ବିଲ୍‌

କେତେକ ଅତ୍ୟାଧୁନିକ ବିଦ୍ୟୁତ୍‌ ଉପକରଣ ବ୍ୟବହାର ଦ୍ୱାରା ମଧ୍ୟ ବିଜୁଳି ବିଲ୍‌ କମ୍‌ କରିପାରିବେ । ଏଇ ଯେମିତି ମାଇକ୍ରୋୱେଭ୍‌, ଇଲେକ୍ଟ୍ରିକ୍‌ କେଟଲ ବ୍ୟବହାର ଦ୍ୱାରା ମଧ୍ୟ ବିଜୁଳିର କମ୍‌ ବ୍ୟବହାର କରିପାରିବେ । ସେହିପରି ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଓ ଡିଜିଟାଲ୍‌ କ୍ୟାମେରା ଆଦିର ଚାର୍ଜର ବ୍ୟବହାର ନ ହେବା ସମୟରେ ପ୍ଲଗ୍‌ରୁ ବାହାର କରି ଦିଅନ୍ତୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.