PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଗୁଇନ୍ଦା ଚିଠି ରାଜନୀତି: ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ଗୁଇନ୍ଦା ଚିଠିି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଝଡ । ମୁହାଁମୁହିଁ ହୋଇଛନ୍ତି ବିଜେଡି- ବିଜେପି । ଏକ ଚିଠିକୁ ନେଇ ଗତକାଲି ବିଜେଡି ଓ ନବୀନଙ୍କୁ ଟାଗେର୍ଟ କରିଥିଲା ବିଜେପି । ଆଜି ପାଲଟା ଆକ୍ରମଣ କରିଛି ବିଜେଡି । ଏହାର ଜବାବରେ ବିଜେପି ବି ସାନି ଆକମ୍ରଣ କରିଛି । ଶେଷରେ ଉଭୟ ଦଳ ଏହି ପ୍ରସଙ୍ଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜନମତକୁ ବିଭ୍ରାନ୍ତ କରିବା ପାଇଁ ବିଜେପି ହୀନ ଓ ଶସ୍ତା ରାଜନୀତି କରୁଛି । କର୍ଣ୍ଣାଟକରେ ବିଜେପି ସିଦ୍ଧରମେୟାଙ୍କ ବିରୋଧରେ ଗୁଇନ୍ଦା ଚିଠିି ରାଜନୀତି ଛାଡି କରିଥିଲା । ଏବେ ଓଡିଶାରେ ବି କର୍ଣ୍ଣାଟକ ଚାଲ୍ ଖେଳୁଛି ବିଜେପି । କର୍ଣ୍ଣାଟକରେ ବିଜେପି ଯେଉଁ ଚିଠି ଦେଖାଇଥିଲା, ଓଡିଶାରେ ମଧ୍ୟ ଅବିକଳ ସେଭଳି ଏକ ଚିଠି ଦେଖାଇଛନ୍ତି । ଉଭୟ ଚିଠି ପ୍ରାୟତଃ ସମାନ । ଏପରିକି ଚିଠିର ନମ୍ବର ବି ସମାନ ରହିଛି ।

ଏହା ଏକ ମିଛ ଚିଠି । ଏଥିରେ କୌଣସି ସତ୍ୟତା ନାହିଁ । ପକ୍ରତୃ କଥା ହେଲା, ମୁଖ୍ୟମନ୍ତ୍ରୀ ବିଜେପୁରରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିବା ପରେ ବିଜେପିର ସବୁ ଅଙ୍କ ଗୋଳମାଳ ହୋଇଯାଇଛି । ଡରରେ ବିଜେପି ଏଭଳି ମିଥ୍ୟିା ପ୍ରଚାର କରୁଛି । ଯେଉଁ ଦଳ ୧୨୦ ମିଶନ କଥା କହୁଥିଲା, ସେଇ ଦଳ ଏବେ ନିର୍ବାଚନକୁ ନେଇ ବିବତ୍ର ହୋଇପଡିଛି଼ । ଉପାୟ ଶନ୍ୟୂ ହୋଇ ମିଛ ଅଭେିଯାଗ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗ ନେଇ ବିଜେଡି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନର୍ବିାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି । ଏଭଳି ମିଥ୍ୟିା ପ୍ରଚାର ପାଇଁ ବିଜେପି ଓ ଏହାର ସୋସିଆଲ ମିଡିଆ ସେଲ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି । ଅପରପକ୍ଷରେ ବିଜେପି ମଧ୍ୟ ଏ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱର ଦଳର ଉଚ୍ଚସ୍ତରୀୟ ପତ୍ରନିଧି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁୁ ଭେଟି ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବାକୁ ଦାବି କରିଛି ।

ବିଜେପି ଅଭିଯୋଗ କରିଛି ମୁଖ୍ୟମନ୍ତ୍ରୀ ହିଞ୍ଜିଳି ପରିବର୍ତ୍ତେ ଅନ୍ୟ ସ୍ଥାନରେ ନିର୍ବାଚନ ଲଢିବାକୁ ରାଜ୍ୟ ଗୁଇନ୍ଦା ବିଭାଗ ଚିଠିି ମାଧ୍ୟମରେ ପରାମଶ ର୍ଦେବା ଏକ ସନ୍ଦେହଜନକ ଘଟଣା । ନିର୍ବାଚନରେ ଗୋଟିଏ ରାଜନେୈତିକ ଦଳ ପାଇଁ ପୁଲିସ କାମ କରିବା ଗୁରୁତର ଅପରାଧ । ଏହି ଚିଠିରୁ ଜଣାପଡୁଛ଼ି, ନର୍ବିାଚନ ଆଦଶ ର୍ଆଚରଣ ବଧିରି ଖୋଲା ଉଲଘ୍ଲଂନ କରାଯାଇଛ । ବିଜେଡି ପୁଲସିକୁ ବ୍ୟବହାର କରି ନିର୍ବାଚନ ଜିତିବା ପାଇ ଚାହଛୁଁ । ଗୁଇନ୍ଦା ବିଭାଗ ଡିଜି ଓ ରାଜ୍ୟ ପୁଲିସ ଡିଜିଙ୍କ ଭୂମିକାକୁ ନେଇ ପଶ୍ର୍ନ ଉଠିଛି । ତେଣୁ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ କିମ୍ବା ଜାତୀୟ ଗୁଇନ୍ଦା ସଂସା୍ଥକୁ ତୁରନ୍ତ ଦିଆଯାଉ ବୋଲି ବିଜେପି ଦାବି କରିଛି । ଏହି ପତ୍ରନିଧିି ଦଳରେ ବିଜେପି ମୁଖପାତ୍ର ଗୋଲକ ମହାପାତ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବଶିା୍ୱଳ, ପତ୍ରାପ ମିଶ୍ର, ସୁଦଶର୍ନ ନାୟକ, ଆଇନଜୀବୀ ସଦସ୍ୟ ଜୟନ୍ତ ଜେନା, ସତ୍ୟବତ୍ର ନାୟକ ଓ ରବଶିଙ୍କର ପଟ୍ଟନାୟକ ପମ୍ରୁଖ ଥିଲେ ।

ତଦନ୍ତ ହେବ: କମିଶନର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଷିୟରେ ଗୁଇନ୍ଦା ଚିଠି ନେଇ ବିଜେପି ପ୍ରେସ୍‌ ମିଟ୍ କରିଥିଲା । ଉକ୍ତ ପ୍ରେସ୍‌ ମିଟ୍ ଘଟଣାର ତଦନ୍ତ କରାଯିବ । ଯିଏ ଏହା ନକଲି ଚିଠି ପ୍ରଘଟ କରିଛି ତାକୁ ଖୋଜି ବାହାର କରାଯିବ ବୋଲି ପୁଲିସ୍ କମିଶନର ଡ.ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି, ଗୁଇନ୍ଦା ଚିଠି ନାଁରେ ଏକ ନକଲି ଚିଠି ଦେଖାଇ ବିଜେପି ମିଡିଆ ସେଲ୍‌ ବିଭ୍ରାନ୍ତ କରୁଛି ବୋଲି ସ୍ପେଶାଲ୍‌ ବ୍ରାଞ୍ଚ ଏସ୍‌ପି କାର୍ତ୍ତେିକଶ୍ୱର ସାମଲ ଅଭେିଯାଗ କରିଥିଲେ । ଏହାପରେ ଖାରବେଳନଗର ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ଏହି ଘଟଣାରେ ଖାରବେଳନଗର ଥାନା ଆଇଆଇସି ବିଶ୍ୱରଞ୍ଜନ ସେନାପତି କହିଛନ୍ତି, ଟାଇମ୍‌ ମିଳିଲେ ଏହି ଘଟଣାକୁ ଦେଖିବା ।

ସମ୍ବନ୍ଧିତ ଖବର