ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୈଫଙ୍କୁ ଛୁରା ମାଡ ଘଟଣାରେ ରୋଚକ ମୋଡ, ଅଭିଯୁକ୍ତ ସପକ୍ଷରେ ଲଢିବାପାଇଁ କୋର୍ଟ ରୁମରେ ମୁହାଁମୁହିଁ ହେଲେ ଦୁଇ ଓକିଲ

Published By : Bijay Swain | January 20, 2025 2:54 PM

Image Courtesy: indiatoday

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ ଘଟଣାରେ ରୋଚକ ମୋଡ। ଛୁରାମାଡ ଘଟଣାରେ ସାମିଲ ଥିବା ଅଭିଯୁକ୍ତର ରବିବାର ଦିନ ମୁମ୍ବାଇର କୋର୍ଟରେ ଶୁଣାଣି ସମୟରେ ଏକ ନାଟକୀୟ ଘଟଣା ଘଟିଛି। କୋର୍ଟ ରୁମରେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଦୁଇଜଣ ଓକିଲ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ଆପାର୍ଟମେଣ୍ଟରେ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କ ପ୍ରତିନିଧିତ୍ୱ କରିବାକୁ ଠେଲାପେଲା ହୋଇଥିଲେ।

ମଜାଦାର କଥା ହେଉଛି ମାମଲାର ଶୁଣାଣି କରୁଥିବା ମାଜିଷ୍ଟ୍ରେଟ ଜଣେ ରେଫରି ଭଳି କାର୍ଯ୍ୟ କରିଥିଲେ। ସେ ଉଭୟ ଓକିଲଙ୍କୁ ଏକ ଦଳ ଭାବରେ ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶେହଜାଦଙ୍କ ପ୍ରତିନିଧିତ୍ୱ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ଆକ୍ରମଣକାରୀ ଜଣେ ବାଂଲାଦେଶୀ ନାଗରିକ ବୋଲି ସନ୍ଦେହ କରାଯାଉଛି।

ସୂଚନା ମୁତାବକ, ଗତ ଜାନୁଆରୀ ୧୬ ତାରିଖରେ ଚୋରି ଉଦ୍ଦେଶ୍ୟରେ ଆକ୍ରମଣକାରୀ ଜଣଙ୍କ ସୈପଙ୍କ ଘରେ ପଶିଥିଲା। ସେ ଘରେ ପଶିଥିବା ଜାଣି ସୈଫ ତାଙ୍କୁ ବୋରୋଧ କରିବାରୁ ସେ ତାଙ୍କୁ ଛୁରାରେ ଆକ୍ରମଣ କରିଥିଲା। ଏହି ଅଭିଯୋଗରେ ମୁମ୍ବାଇ ପୋଲିସ ଥାନେ ସହରରୁ ୩୦ ବର୍ଷୀୟ ଶେହଜାଦଙ୍କୁ ଗିରଫ କରିଥିଲା।

ଏହି ମାମଲାର ଶୁଣାଣି ପାଇଁ ରବିବାର ଅପରାହ୍ନରେ ଶେହଜାଦଙ୍କୁ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ପ୍ରଥମେ ଜଣେ ଓକିଲ ଆଗକୁ ଆସି ଅଭିଯୁକ୍ତଙ୍କ ପ୍ରତିନିଧିତ୍ୱ ସେ କରିବେ ବୋଲି ଜଣାଇଥିଲେ। ତେବେ ବକାଲତନାମା (କାହାକୁ ପ୍ରତିନିଧିତ୍ୱ କରିବାକୁ ଓକିଲଙ୍କୁ ଅନୁମତି ଦେଉଥିବା ଏକ ଆଇନଗତ ଦଲିଲ୍)ରେ ଅଭିଯୁକ୍ତଙ୍କ ଦସ୍ତଖତ ପାଇବା ପୂର୍ବରୁ, ଅନ୍ୟ ଜଣେ ଓକିଲ ଅଭିଯୁକ୍ତ ବାକ୍ସ ପାଖକୁ ଦୌଡ଼ି ଯାଇ ତାଙ୍କ ବକାଲାଟନାମାରେ ଶେହଜାଦର ଦସ୍ତଖତ ନେଇଯାଇଥିଲେ। ପରେ ଏହାକୁ ନେଇ ଦୁଇ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। 

ଶେଷରେ ବାଧ୍ୟ ହୋଇ ମାମଲାର ବିଚାର କରୁଥିବା ବିଚାରପତି ଉଭୟଙ୍କୁ ଏକ ଦଳ ଭାବରେ ଶେହଜାଦଙ୍କୁ ପ୍ରତିନିଧିତ୍ୱ କରିବାକୁ କହିଥିଲେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଉଭୟ ଓକିଲ ଏହା କରିବାକୁ ରାଜି ମଧ୍ୟ ହୋଇଯାଇଥିଲେ। ତେବେ ମୁମ୍ବାଇ ପୋଲିସ ଶେହଜାଦଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନିଜ ହେପାଜତକୁ ନେଇଛି।

ସୂଚନା ମୁତାବକ, ଅଭିନେତା ସୈଫ୍ ଅଲ୍ଲୀ ଖାନ ବର୍ତ୍ତମାନ ଲୀଳାବତୀ ହସ୍ପିଟାଲରେ ଦୁଇଟି ଅସ୍ତ୍ରୋପଚାର ପରେ ଚିକିତ୍ସିତ ହେଉଛନ୍ତି। ଛୁରାମାଡ ଘଟଣାରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଲୀଳାବତୀ ଡାକେତରଖାନାକୁ ପଠାଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ ଅଭିନେତାଙ୍କୁ ଶୀଘ୍ର ଡିସଚାର୍ଜ କରାଯାଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.