ଭୁବନେଶ୍ବର,୦୯|୦୧: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସତ୍ବଲିପି କମିଟିର ଅନ୍ତରୀଣ ରିପୋର୍ଟ ପ୍ରଦାନ । ଅବସରପ୍ରାପ୍ତ ଜଷ୍ଟିସ ଡି.ପି ଚୌଧରୀଙ୍କ ଅଧକ୍ଷତାରେ ଗଠିତ କମିଟି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ସବୁ ନିଯୋଗର ପୁରାତନ ନଥିପତ୍ରରୁ ରିପୋର୍ଟ ପ୍ରସ୍ତୁତ କରିଛି କମିଶନ । ଏହାକୁ ନେଇ ଆଗାମୀ ଦିନରେ ଆଇନ ଆସିଲେ ଶ୍ରୀଲିଙ୍ଗରାଜଙ୍କ ସେବା, ନୀତିକାନ୍ତି ଓ ପର୍ବପର୍ବାଣି ସେବା ନୀତି ଶୃଙ୍ଖଳିତ ହେବ । ବିଶେଷକରି ନୀତିକାନ୍ତି ସୁରୁଖୁରୁରେ ପରିଚାଳିତ ହେବ।

​​​​​​​

ବର୍ତ୍ତମାନ ରିପୋର୍ଟକୁ ଆଇନ ବିଭାଗ ତର୍ଜମା କରିବ। ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବ ବିଭାଗ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ସେହିପରି ରିପୋର୍ଟ ପ୍ରଦାନ ପରେ ଜଷ୍ଟିସ ଡି.ପି ଚୌଧରୀ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଆଗାମୀ ଦିନରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଯେପରି ଉପାସ ନରହିବେ ସେନେଇ କମିଟି ବସିଥିଲା। ଇତିହାସକାର, ଏଏସଆଇ, ଓଡ଼ିଶା ଷ୍ଟେଟ୍ ଲାଇବ୍ରେରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରୁ ଲିଙ୍ଗରାଜ ମନ୍ଦିର ସେବା, ନୀତି, ନିଯୋଗ ଓ ପର୍ବପର୍ବାଣି ନେଇର ତଥ୍ୟ ସଂଗ୍ରହ କରାଯାଇଥିଲା । ସେହି ପ୍ରାଥମିକ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଜଷ୍ଟିସ ଡି. ପି ଚୌଧୁରୀ କହିଛନ୍ତି ।