ଭୁବନେଶ୍ୱର,୨୭/୦୮:  ଦୟା ବ୍ରିଜ୍‌ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ । ମୃତକ ହେଲେ ଭୁବନେଶ୍ୱର ୫୯ ନଂ ୱାର୍ଡର ସନ୍ତୋଷ ବଡ଼ଜେନା । ଦୟା ବ୍ରିଜ୍‌ରେ ଏକ ଷଣ୍ଢକୁ ତାଙ୍କ ବାଇକ୍ ଧକ୍କା ଦେବା ଫଳରେ ସେ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱର ୫୯ ନଂ ୱାର୍ଡର ସନ୍ତୋଷ ବଡ଼ଜେନା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ବଡି-ବିଲ୍ଡଡିଂ ପ୍ରତିଯୋଗିତାରେ ଭାଗ ନେଇ ସୁନାମ ଅର୍ଜନ କରିଛନ୍ତି । ପୁରୀ- ଭୁବନେଶ୍ୱର ଦୟା ବ୍ରିଜ୍‌ ଦେଇ ଏକ ବାଇକ୍‌ ଯୋଗେ ସନ୍ତୋଷ ଯାଉଥିଲେ । ଏହି ସମୟରେ ରାସ୍ତା ଉପରେ ଶୋଇଥିବା ଷଣ୍ଢକୁ ବାଇକ୍‌ଟି ଧକ୍କା ଦେଇଥିଲା । ଷଣ୍ଢଟିକୁ ଧକ୍କା ଦେଇ ବାଇକ୍‌ଟି ଛିଟିକି ପଡ଼ିଥିଲା । ଯାହା ଫଳରେ ଘଟଣା ସ୍ଥଲରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।