PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

କୁଳଭୂଷଣ ଯାଦବଙ୍କ ମାମଲାରେ ନିଷ୍ପତ୍ତି ଶୁଣାଇବେ ଆନ୍ତର୍ଜାତୀୟ ଅଦାଲତ

ନୁଆଦିଲ୍ଲୀ ୧୬/୭: ଇଣ୍ଟରନ୍ଯାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ମାମଲାରେ ବୁଧବାର ନିଷ୍ପତ୍ତି ଶୁଣାଇବେ । ପାକିସ୍ତାନ ଯାଦବଙ୍କୁ ମୃତ୍ଯୁଦଣ୍ଡ ଦେଇଥିଲା । ଯାଦବ ଜଣେ ଅବସରପ୍ରାପ୍ତ ଭାରତୀୟ ନୈସେନା ଅଧିକାରୀ । ତାଙ୍କୁ ପାକିସ୍ତାନ ସେନା ଅଦାଲତ, ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଏପ୍ରିଲ୍ ୨୦୧୭ରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ।  

ଭାରତ ୨୦୧୭ରେ ଆଇସିଜେ ସମ୍ମୁଖରେ ଏହି ମାମଲା ଉଠାଇଥିଲା । ପାକିସ୍ତାନ ଉପରେ ଯାଦବଙ୍କୁ କାଉନସିଲର ଯୋଗାଇନଥିବା ନେଇ ଅଭିଯୋଗ ଲଗାଇଥିଲା ଭାରତ । ଭାରତ, ପାକିସ୍ତାନୀ ସେନାର ଟ୍ରାୟଲକୁ ମଧ୍ୟ ଚାଲେଞ୍ଜ କରିଥିଲା । ଆଇସିଜେ ୧୮ ମେ ୨୦୧୭ରେ ଯାଦବଙ୍କ ଉପରେ କୌଣସି ବି ନିଷ୍ପତ୍ତି ଆସିବା ପର୍ଯ୍ଯନ୍ତ କୌଣସି ବି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ପାକିସ୍ତାନ ଉପରେ  ରୋକ ଲଗାଇଥିଲେ ।

ଫେବୃୟାରୀରେ ଆନ୍ତର୍ଜାତୀୟ ଅଦାଲତ ଏହି ମାମଲାରେ ୪ ଦିନ ଶୁଣାଣି କଲେ । ଏହି ସମୟରେ ଭାରତ-ପାକିସ୍ଥାନ ନିଜ ନିଜ ତଥ୍ୟ ଉପସ୍ଥାପନ କରିଥିଲେ । ଭାରତ କହିଥିଲା ଯେ ଯାଦବଙ୍କୁ ମୃତ୍ଯୁ ଦଣ୍ଡ ରଦ୍ଦ କରିଦିଆଯାଉ । ତାଙ୍କୁ ତୁରନ୍ତ ମୁକ୍ତ କରିଦିଆଯାଉ ।

ଅନ୍ଯପଟେ ପାକିସ୍ତାନ କହିଲା ଯେ ଭାରତୀୟ ନୌସେନା ଅଧିକାରୀ ଯାଦବ ଜଣେ ବିଜନେସମ୍ୟାନ୍ ନୁହଁନ୍ତି ବରଂ ଜଣେ ଗୁଇନ୍ଦା । ପାକ୍ କହିଥିଲା ତାଙ୍କ ସେନା ୩ ମାର୍ଚ୍ଚ ୨୦୧୬ରେ ବଲୁଚିସ୍ଥାନରେ ଯାଦବଙ୍କୁ ଗିରଫ କରିଥିଲା । ସେ ଇରାନରୁ ପାକିସ୍ତାନରେ ପ୍ରବେଶ କରିଥିଲେ । ତେବେ ଏହା ଉପରେ ବୁଧବାର ଶୁଣାଣି କରିବେ ଆନ୍ତର୍ଜାତୀୟ ଅଦାଲତ ।

ସମ୍ବନ୍ଧିତ ଖବର