ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସିମ୍‌ ବିକ୍ରିରୁ ଆନ୍ତର୍ଜାତିକ ସାଇବର ଅପରାଧ ରାକେଟ୍‌ ଲିଙ୍କ୍‌: ବଲାଙ୍ଗିର ନମ୍ବର କାମ୍ବୋଡ଼ିଆରେ ବ୍ୟବହାର, ୩ ଅଭିଯୁକ୍ତ ଗିରଫ

Published By : Prameya | April 21, 2025 11:04 AM

ବଲାଙ୍ଗିର,୨୧/୦୪: ‘ଆକର୍ଷଣୀୟ ଅଫର  ଅଛି, ମୋବାଇଲ ସିମ୍‌ ରଖନ୍ତୁ । ଏକ ମାସ ପାଇଁ  ମାଗଣା ଅସୀମିତ ଡାଟା ଏବଂ କଲ ସେବା ପାଆନ୍ତୁ ।  କେବଳ ଆଧାର ନମ୍ବର ସହ ବାୟୋମେଟ୍ରିକ ଦିଅନ୍ତୁ  ଏବଂ ସିମ୍‌ ଘରକୁ ନେଇଯାଆନ୍ତୁ ।’ 

ଗାଁ ଗାଁରେ ଏଭଳି ବିଜ୍ଞାପନ ଦେଖି ଲୋକେ  ମାଗଣା ସେବା କଥା ଶୁଣି ସବୁ ତଥ୍ୟ ଦେଇ ସିମ୍‌ ନେଇଥିଲେ । ହେଲେ ଏହା କୌଣସି କମ୍ପାନି ତରଫରୁ ନୁହେଁ, ବରଂ ସାଇବର ଠକଙ୍କ ଏକ  ଗ୍ରୁପ ତଥ୍ୟ ଚୋରି କରୁଥିବା ସ୍ପଷ୍ଟ ହୋଇଛି ।  ଏକ ସଂଗଠିତ ରାକେଟ୍‌ ଲୋକଙ୍କୁ ଭୂତାଇ ଶହ ଶହ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଦେଶବିଦେଶର ସାଇବର ଠକଙ୍କୁ ବିକ୍ରି କରୁଥିଲା । ଯେଉଁଥିରୁ ସାଇବର, ସେୟାର ମାର୍କେଟ ଏବଂ ପାର୍ସଲ ଭଳି ଠକେଇ କରାଯାଉଥିଲା । କେନ୍ଦ୍ର ଗୃହ ବିଭାଗର  ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର  (ଆଇଫୋର୍‌ସି)କୁ ଦକ୍ଷିଣ ଏସୀୟ ଦେଶ କାମ୍ବୋଡ଼ିଆରୁ ଅଭିଯୋଗ ମିଳିବା ପରେ ସେହି  ସୂଚନା ଆଧାରରେ ତଦନ୍ତ ହୋଇଥିଲା । ଏଥିରେ  ବଲାଙ୍ଗିର ଜିଲ୍ଲାର ଲିଙ୍କ୍‌ ଥିବା ସ୍ପଷ୍ଟ ହୋଇଥିଲା ।  

ତଦନ୍ତ ଆଧାରରେ ପୁଲିସ୍‌ ବଲାଙ୍ଗିରର ଆକାଶ  ମିଶ୍ର, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଖଗଡ଼ାପାଳର  ସାଗର କୁମାର ସାହୁ ଏବଂ ମୟୂରଭଞ୍ଜ ଜିଲ୍ଲା  ବାରିପଦାର ରାଜକୁମାର ଦତ୍ତଙ୍କୁ ଗିରଫ କରିଛି । କିଛିମାସ ତଳେ ଭାରତୀୟ ସାଇବର  ଅପରାଧ ସମନ୍ୱୟ କେନ୍ଦ୍ରଠାରୁ ସାଇବର ଠକେଇ  ନେଇ ଚାଞ୍ଚଲ୍ୟକର ତଥ୍ୟ ମିଳିଥିଲା । ଦୂରସଞ୍ଚାର  ବିଭାଗ ସହ ମିଳିତ ଯାଞ୍ଚ ପରେ କାମ୍ବୋଡିଆରେ  କେତେକ ସନ୍ଦିଗ୍ଧ ସିମ୍‌କାର୍ଡ ନମ୍ବରକୁ ଟ୍ରାକ୍‌  କରାଯାଇଥିଲା । ଯେଉଁ ସିମକାର୍ଡ ନମ୍ବରଗୁଡ଼ିକ  ବିରୋଧରେ ଅନେକ ଠକେଇ ଅଭିଯୋଗ ପଞ୍ଜିକୃତ  ରହିଥିଲା । ଉକ୍ତ ସିମ୍‌ଗୁଡ଼ିକର ପିଓଏସ୍‌ (ପଏଣ୍ଟ  ଅଫ୍‌ ସେଲ୍‌) ଓଡ଼ିଶାର ବିଭିନ୍ନ ସ୍ଥାନରେ ଚିହ୍ନଟ  ହେଇଥିଲା । ବଲାଙ୍ଗିର ବ୍ରାହ୍ମଣପଡ଼ାର ମୋବାଇଲ ସିମକାର୍ଡ ବିକ୍ରେତା ଆକାଶ ମିଶ୍ରଙ୍କ ଆଇଡିରୁ  ୨୨୪ଟି ସିମ୍‌ ଆକ୍ଟିଭ କରାଯାଇଥିଲା । ତଦନ୍ତ  ବେଳେ ୧୦୨ଟି ଆକ୍ଟିଭ ଥିବା ଜଣାପଡ଼ିଥିଲା।  ପୁଲିସ୍‌ ସିମ୍‌ଗୁଡ଼ିକର ପ୍ରମାଣପତ୍ର ଆଧାରରେ  କେତେକ ସିମ୍‌କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ  ପଚରାଉଚରା କରିଥିଲା ।

ସେମାନେ କହିଥିଲେ,  ୨୦୨୩ ମସିହାରେ କେତେକ ସିମକାର୍ଡ ଏଜେଣ୍ଟ  ଗାଁକୁ ଆସି କ୍ୟାମ୍ପ କରିଥିଲେ । ମାସକ ପାଇଁ  ଅସୀମିତ ଡାଟା ଏବଂ ଫୋନ୍‌ କଲ୍‌ ସେବା ପ୍ରଦାନ  କରିବାକୁ କହି ଆଧାରକାର୍ଡ ଏବଂ ବାୟୋମେଟ୍ରିକ୍‌  ଚିହ୍ନ ନେଇଥିଲେ । ଏଜେଣ୍ଟମାନେ ସେହି ବାୟୋମେଟ୍ରିକ ଡାଟା ଏବଂ ଆଧାର ତଥ୍ୟକୁ  ବାରମ୍ବାର ବ୍ୟବହାର କରି ଜଣକ ନାଁରେ ଏକାଧିକ  ସିମ୍‌ ଜାରି କରୁଥିଲେ । ଆଧାରକାର୍ଡଧାରୀଙ୍କ  ଅଜାଣତରେ ସେହି ପ୍ରି-ଆକ୍ଟିଭେଟେଡ୍‌ ସିମଗୁଡ଼ିକୁ  ତାଙ୍କ ସିଣ୍ଡିକେଟ୍‌ରେ ଦାଖଲ କରୁଥିଲେ । ଏଭଳି  ସାଇବର ଠକେଇର ପ୍ରମାଣ ପାଇ ପୁଲିସ ମାମଲା  ରୁଜୁ କରି ଆକାଶ, ସାଗର ଏବଂ ରାଜକୁମାରଙ୍କୁ  ଗତ ୧୧ ତାରିଖରେ ଗିରଫ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.