ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର

Published By : Prameya | March 21, 2025 7:59 AM

ଭୁବନେଶ୍ୱର,୨୧/୦୩: ଆଜି  ଅନ୍ତର୍ଜାତୀୟ ବନ ଦିବସ । ଜଙ୍ଗଲ ଓ  ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ବନ ବିଭାଗ  ଦିନରାତି ଏକ କରିଦେଇଛି। ଜଙ୍ଗଲ  ନିଆଁକୁ ରୋକିବା ଓ ଶିକାରୀଙ୍କୁ ଖୋଜିବାରେ  ଡ୍ରୋନ୍‌, କୃତ୍ରିମ ବୁଦ୍ଧିମତା (ଏଆଇ)  କ୍ୟାମେରା ଭଳି ଅତ୍ୟାଧୁନିକ ଯନ୍ତ୍ରପାତି  ବ୍ୟବହାର ହେଉଛି । ତଥାପି ବାଘ,  ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଶିକାରରେ  ରୋକ୍‌ ଲାଗିପାରିନି । ଶିକାରୀମାନେ  ଗତ ୩ ବର୍ଷରେ ୨ଟି ମହାବଳ ବାଘ  ଓ ୧୨ଟି କଲରା ପତରିଆ ବାଘ ଶିକାର  କରିଛନ୍ତି । ଗଲା ୧୦ ବର୍ଷରେ ବିଭିନ୍ନ  କାରଣରୁ ୮୮୮ ହାତୀ ମଲେଣି ।  

ରାଜ୍ୟର ୫୨ ହଜାର ୪୩୩ ବର୍ଗ କିମି  ଜମିରେ ଜଙ୍ଗଲ ବ୍ୟାପିଛି । ଫରେଷ୍ଟ ସର୍ଭେ  ଅଫ୍‌ ଇଣ୍ଡିଆ (ଏଫଏସ୍‌ଆଇ) ବନାଗ୍ନିର  ତଦାରଖ କରୁଛି । ଫରେଷ୍ଟ ସର୍ଭେ ଅଫ୍‌  ଇଣ୍ଡିଆ (ଏଫ୍‌ଏସ୍‌ଆଇ) ଜରିଆରେ ଏଆଇ  କ୍ୟାମେରା ଓ ଓଡି଼ଶା ଜଙ୍ଗଲ ପରିଚାଳନା  ବ୍ୟବସ୍ଥା (ଓଏଫ୍‌ଏମ୍‌ଏସ୍‌) ଆପ୍ଲିକେସନ  ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର  ସହାୟତା ନିଆଯାଉଛି । ତଥାପି ବନାଗ୍ନି  ରୋକିବାରେ ବିଭାଗ ଏକରକମର ଫେଲ୍‌  ମାରିଛି । ଖୋଦ୍‌ ବନ ବିଭାଗ ତଥ୍ୟ  ଦର୍ଶାଉଛି, ଗତ ୧୦ ବର୍ଷରେ ଅଢ଼େଇ  ଲକ୍ଷ ଥର ଓଡି଼ଶା ଜଙ୍ଗଲ ଜଳିଲାଣି । ନିଆଁ ଝାସରେ ୯୧,୭୧୩ ହେକ୍ଟର  ଜଙ୍ଗଲ ଜମି ଧୂଳିସାତ ହୋଇଗଲାଣି । 

ହାତୀ-ମଣିଷ ଲଢ଼େଇ ଥମିବାର ନାଁ  ନେଉନି । ବନ ବିଭାଗ ତଥ୍ୟ ମୁତାବକ,  ଗତ ୧୦ ବର୍ଷରେ ହାତୀଙ୍କ ଆକ୍ରମଣରେ  ୧୨୦୯ଜଣ ଲୋକଙ୍କ ଜୀବନ ଗଲାଣି ।  ୮୮୮ଟି ହାତୀ ବି ମଲେଣି । ଗଲା ୧୦  ବର୍ଷରେ ବିଦ୍ୟୁତ ଝଟ୍‌କା ଖାଇ ୧୫୮ଟି ହାତୀ  ମରିଛନ୍ତି । ଶିକାରୀଙ୍କ ଗୁଳିରେ ୩୩ଜଣ  ହାତୀ ମୁଣ୍ଡ ଗଡି଼ଛି । ରେଳ ଦୁର୍ଘଟଣାରେ  ୨୯ ଓ ସଡ଼କ ଦୁର୍ଘଟଣାରେ ୮ଟି ହାତୀ  ମରିଛନ୍ତି । ବଡ଼ କଥା ହେଲା, ଯୋଜନାବଦ୍ଧ  ଭାବେ ୧୬ଟି ହାତୀଙ୍କୁ ହତ୍ୟା କରାଯାଇଛି ।  

ସେହିପରି ରାଜ୍ୟରେ ପକ୍ଷୀ ଶିକାର  ବି ଥମିବାର ନାଁ ନେଉନି । ଚଳିତ ରାଜ୍ୟ  ସରକାରଙ୍କ ତଥ୍ୟ ଅନୁସାରେ, ଆର୍ଥିକ  ବର୍ଷରେ ମୋଟ ୯ଟି ପକ୍ଷୀ ଶିକାର  କରାଯାଇଛି । ୯ଜଣ ଶିକାରୀ ଗିରଫ  ହୋଇଛନ୍ତି । କିନ୍ତୁ ବାସ୍ତବରେ ଶିକାରୀଙ୍କ  ବନ୍ଧୁକ ଗୁଳିରେ ପ୍ରତିଦିନ ଶହ ଶହ ପକ୍ଷୀଙ୍କ  ଜୀବନ ଯାଉଛି । ଯାହାକି, ସରକାରୀ ଖାତାକୁ  ଚଢ଼ୁନି । ଅବଶ୍ୟ, ଚଳିତବର୍ଷ ମୋଟ  ୮୨ଟି ମୃତ ପକ୍ଷୀ ଓ ଗୋଟିଏ ଜୀବନ୍ତ  ପକ୍ଷୀ ଜବତ କରାଯାଇଥିବା ବନ ବିଭାଗ  ସୂଚାଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ  ଥର ଚିଲିକା ଜଳରାଶିକୁ ବିଦେଶୀ ପକ୍ଷୀଙ୍କ  ଆଗମନରେ ଅପେକ୍ଷାକୃତ ବ୍ରେକ୍‌ ଲାଗିଛି ।  ଗତବର୍ଷ ୧୧ ଲକ୍ଷ ୩୭ ହଜାର ୭୫୯  ପକ୍ଷୀ ଆସିଥିବା ବେଳେ ଏଥର ୧୦ ହଜାର  ୫୩୧ କମ୍‌ ପକ୍ଷୀ ଚିଲିକାକୁ ଆସିଥିଲେ ।  

ଇଣ୍ଟରନ୍ୟାସନାଲ ୟୁନିଅନ୍‌  ଫର୍‌ କଂଜରଭେସନ ଅଫ୍‌ ନେଚର  (ଆଇୟୁସିଏନ୍‌) ରେଡ୍‌ ଲିଷ୍ଟ ତଥ୍ୟ  ଦର୍ଶାଉଛି, ବିଶ୍ୱରେ ୪୬,୩୦୦ରୁ ଅଧିକ  ପ୍ରଜାତି ଜୀବଜନ୍ତୁ ପ୍ରାୟତଃ ବିଲୁପ୍ତମୁହାଁ ।  ପ୍ରାୟ ୪୧ ଧ ଉଭୟଚର, ୨୬ ଧ  ସ୍ତନ୍ୟପାୟୀ, ୨୧ ଧ ସରୀସୃପ ଓ ୧୨ ଧ  ପକ୍ଷୀ ହଜିବାକୁ ବସିଲେଣି । କରୋନା  ପରେ ଜୀବଜନ୍ତୁଙ୍କ ଷଷ୍ଠ ଗଣବିଲୋପ  ଆରମ୍ଭ ହୋଇଛି । ଏନେଇ ବନ୍ୟପ୍ରାଣୀ  ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.