ଭୁବନେଶ୍ୱର ୦୩।୧୨ : ପ୍ରତିବର୍ଷ ଡିସେମ୍ବର ୩କୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭିନ୍ନକ୍ଷମଙ୍କୁ ସଶକ୍ତ କରିବା, ସେମାନଙ୍କ ମୌଳିକ ଅଧିକାର ପାଇଁ ସଚେତନ କରିବା । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି । ଭିନ୍ନକ୍ଷମଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ, ଆସନ୍ତୁ ସମାନ ଅଧିକାର, ସମାନ ସୁଯୋଗ ଓ ଏକ ଅନ୍ତର୍ଭୁକ୍ତ ସୁଦୃଢ଼ ସମାଜ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ସ୍ମରଣ କରିବା। ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ଅସୀମ କ୍ଷମତା ଆମ ସମାଜକୁ ସମୃଦ୍ଧ କରୁଛି। ସେମାନଙ୍କ ଅବଦାନ ଓ ସାମର୍ଥ୍ୟକୁ ସମ୍ମାନ ଜଣାଇ, ସେମାନଙ୍କୁ ସମାଜର… pic.twitter.com/rEKeFyD4bL
— Mohan Charan Majhi (@MohanMOdisha) December 3, 2025
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ,'ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ, ଆସନ୍ତୁ ସମାନ ଅଧିକାର, ସମାନ ସୁଯୋଗ ଓ ଏକ ଅନ୍ତର୍ଭୁକ୍ତ ସୁଦୃଢ଼ ସମାଜ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ସ୍ମରଣ କରିବା। ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ଅସୀମ କ୍ଷମତା ଆମ ସମାଜକୁ ସମୃଦ୍ଧ କରୁଛି। ସେମାନଙ୍କ ଅବଦାନ ଓ ସାମର୍ଥ୍ୟକୁ ସମ୍ମାନ ଜଣାଇ, ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମ୍ପୂର୍ଣ୍ଣ ଭାବେ ସାମିଲ କରିବା ପାଇଁ ଆମେ ସମସ୍ତେ ମିଳିତ ପ୍ରୟାସ କରିବା।'