କୋଲକାତା, ୭/୩ : ପଶ୍ଚିମବଙ୍ଗ ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ନବମ ଅନ୍ତରାଷ୍ଟ୍ରୀୟ ସାନ୍ତାଳ ସମାବେଶରେ ଯୋଗ ଦେଇଛନ୍ତି । ସିଲିଗୁଡ଼ିର ମହକମାରେ ଏହି ସମାବେଶ ଆୟୋଜିତ ହୋଇଛି । ତେବେ କାର୍ଯ୍ୟକ୍ରମ ସରିବା ପରେ ଏହି ସ୍ଥଳକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି କି, ଏତେ ସ୍ଥାନ ଥାଉ ଥାଉ ଏହାକୁ କାହିଁକି ବଛାଗଲା ?
ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ସ୍ଥାନରେ ବହୁ ସଂଖ୍ୟକ ସନ୍ଥଳ ଯୋଗ ଦେଇପାରିନାହାନ୍ତି । ଯେଉଁ ସ୍ଥାନରେ ଆୟୋଜନ କରାଯାଇଥିଲା ଏଠାରେ ପାଞ୍ଚ ହଜାର ଲୋକ ମଧ୍ୟ ଯୋଗ ଦେଇପାରିବେ ନାହିଁ । ଏହା ଏକ ଛୋଟ ପଡ଼ିଆ । ବିଶାଳ ପଡ଼ିଆ ବଦଳରେ ଏଭଳି ଏକ ଛୋଟ ପଡ଼ିଆରେ ଆୟୋଜନକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।
ସେପଟେ ଏହି ଅବସରରେ ମଞ୍ଚରେ ଯେତେବେଳେ ରାଷ୍ଟ୍ରପତି ଭାଷଣ ଦେଇଥିଲେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ସାନଭଉଣୀ ବୋଲି କହି ସମ୍ବୋଧନ କରିଥିଲେ । ମୁଁ ତାଙ୍କ ବଡ଼ ଭଉଣୀ ଭଳି ଭଲପାଏ । ଏହାସହ ସେ କହିଥିଲେ କି, ଏଭଳି ଏକ ବିଶାଳ କାର୍ଯ୍ୟକ୍ରମ ପାଇଁ ସେ କାହିଁକି ଛୋଟ ପଡ଼ିଆ ଦେଲେ । ମମତା ଭାବିଥିଲେ କି, ମୁଁ ଆସି ଏଭଳି ଏକ ଛୋଟ କାର୍ଯ୍ୟକ୍ରରେ ଯୋଗ ଦେବି ଆଉ ଫେରିଯିବି । ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ସମୟରେ ଏମିତି କହିଥିଲେ ରାଷ୍ଟ୍ରପତି ।
ଏହାସହ ପଢ଼ନ୍ତୁ : ବିବାହ ମଣ୍ଡପରେ ସମସ୍ତଙ୍କ ସାମ୍ନାରେ ପୁଅ-ବୋହୂଙ୍କୁ ଏମିତି କହିଲେ ସଚିନ୍, ଦେଖନ୍ତୁ ଭିଡିଓ...