ମୁମ୍ବାଇ, ୭/୩ : ନିକଟରେ ଶେଷ ହୋଇଛି କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ବିବାହ । ଯେଉଁ ମାଙ୍ଗଳିକ କାର୍ଯ୍ୟକ୍ରମରେ ବହୁ ଷ୍ଟାରଙ୍କ ସହ ଭିଆଇପିମାନେ ଯୋଗ ଦେଇଥିଲେ । ତେବେ ମେହେନ୍ଦି ସମୟରେ ପରିବାର ଲୋକଙ୍କ ସହ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ । ଆଉ ଏହି ସମୟରେ କ୍ରିକେଟର ଭଗବାନ ସଚିନ କହିଥିବା ଏକ କଥା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପୁଅ-ବୋହୂଙ୍କ ଉଦ୍ଦେଶ୍ୟରେ ଦେଇଥିବା ମେସେଜକୁ ୟୁଜର୍ସାମାନେ ପସନ୍ଦ କରିବା ସହ ସେୟାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ସଚିନ ଏହି ଉତ୍ସବରେ ଏକ ସବୁଜ ରଙ୍ଗର କୁର୍ତ୍ତା ସହ ଧଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବା ନଜର ଆସିଥିଲେ । ସଚିନ ବେଶ ସୁନ୍ଦର ଦିଶୁଥିଲେ । ଏହି ଅବସରରେ ସେ ମାଇକ୍ ଧରି କହିଥିଲେ କି, ସମୟ ସହିତ ମେହେନ୍ଦିର ଗଭିରତା ଆହୁରି ଗଭୀର ହୁଏ । ଯାହାର ଭିଡିଓ ଭାଇରାଲ ହେଉଥିବାବେଳେ ଏହାକୁ ବିବାହ ସହ ଯୋଡ଼ୁଛନ୍ତି ଫ୍ୟାନ୍ସ । କୁହାଯାଏ କି, ମେହେନ୍ଦି ଯେତେ ଗାଢ଼ା ହୋଇ ପାଚେ ଭଲ ପାଇବା ସେତେ ଅଧିକ ରହେ ବୋଲି କୁହାଯାଏ । ଏହାସହ ଯୋଡ଼ି ଏବେ ସଚିନଙ୍କ ଭିଡିଓ ପୋଷ୍ଟ କରାଯାଉଛି ।

ଅର୍ଜୁନଙ୍କ ବିବାହ ଉତ୍ସବରେ ବହୁ ଅତିଥୀ ଯୋଗ ଦେଇଥିଲେ । କ୍ରିକେଟ, ରାଜନୀତି, ବଲିଉଡ ସହ ଭିଆଇପିମାନେ ଯୋଗ ଦେଇଥିଲେ । ତେବେ ଏହି ବିବାହ ଉତ୍ସବରେ ବେଶ ସୁନ୍ଦର ଦିଶୁଥିଲେ ସଚିନଙ୍କ ଝିଅ ସାରା । ସେ ଯେଭଳି ସିମ୍ପୁଲ୍ ଲୁକରେ ନଜର ଆସିଥିଲେ ତାହା ସମସ୍ତଙ୍କୁ ବେଶ ଭଲ ଲାଗିଥିବା ମଧ୍ୟ କୁହାଯାଉଛି । ଏହାସହ ଭାଇ ବାହାଘରରେ ଭଉଣୀଙ୍କ ଡ୍ୟାନ୍ସ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ କରୁଛି ।

ଏହାସହ ପଢ଼ନ୍ତୁ : ଭାରତକୁ ସୁହାଇବା ଭଳି ପିଚରେ ହେବ କି ଖେଳ ? ଫାଇନାଲ ମ୍ୟାଚ ପୂର୍ବରୁ ବଡ଼ ଖୁଲାସା